US Open: ହାରିସନ୍‌-ସ୍କୁପ୍‌ସ୍କିଙ୍କୁ ପୁରୁଷ ଯୁଗଳ ଟ୍ରଫି

4 days ago 6
ARTICLE AD BOX

ନ୍ୟୁୟର୍କ: ଚଳିତ ୟୁଏସ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଯୁଗଳ ବର୍ଗରେ ଚାମ୍ପିୟନ୍‌ ହୋଇଛନ୍ତି ଆମେରିକାର କ୍ରିଷ୍ଟିଆନ୍‌ ହାରିସନ୍‌ ଓ ବ୍ରିଟେନ୍‌ର ନିଲ୍‌ ସ୍କୁପ୍‌ସ୍କି। ଫାଇନାଲ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଏହି ଯୋଡ଼ି ଚମତ୍କାର ପ୍ରଦର୍ଶନ କରି ଟ୍ରଫି ହାତେଇଛନ୍ତି। ଫାଇନାଲ୍‌ ମୁକାବିଲାରେ ହାରିସନ୍‌-ସ୍କୁପ୍‌ସ୍କି ଯୋଡ଼ି ଷଷ୍ଠ ମାନ୍ୟତାପ୍ରାପ୍ତ ଜର୍ମାନୀର କେଭିନ୍‌ କ୍ରାୱିଜ୍‌ ଓ ଟିମ୍‌ ପୁଏଜ୍‌ଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ଉଭୟ ଯୋଡ଼ିଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲେ ମଧ୍ୟ ଶେଷରେ ହାରିସନ୍‌-ସ୍କୁପ୍‌ସ୍କି ୬-୪, ୭-୬ ସେଟ୍‌ରେ ବିଜୟୀ ହୋଇଥିଲେ।

ହାରିସନ୍‌ ଓ ସ୍କୁପ୍‌ସ୍କିଙ୍କ ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌

ଏହି ବିଜୟ ସହ ହାରିସନ୍‌ ଓ ସ୍କୁପ୍‌ସ୍କି ଯୋଡ଼ି ଚଳିତ ବର୍ଷ ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ହାସଲ କରିଛନ୍ତି। ଏହା ପୂର୍ବରୁ ଏହି ଯୋଡ଼ି ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ମଧ୍ୟ ଚାମ୍ପିୟନ୍‌ ହୋଇଥିଲେ। ୟୁଏସ୍‌ ଓପନ୍‌ର ଏହି ଟାଇଟଲ୍‌ ହାରିସନ୍‌-ସ୍କୁପ୍‌ସ୍କି ଯୋଡ଼ିଙ୍କ ପାଇଁ ଚଳିତ ସିଜିନ୍‌ର ଉଲ୍ଲେଖନୀୟ ସଫଳତା ହୋଇଛି। ଅଷ୍ଟ୍ରେଲିଆନ୍‌ ଓପନ୍‌ ପରେ ଆଉ ଏକ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତି ସେମାନେ ନିଜ ଦବଦବା ଜାହିର କରିଛନ୍ତି।

ବିଶ୍ବର ୧ନଂ ଖେଳାଳି ହେଲେ ରିବାକିନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.