ARTICLE AD BOX
ଆଲେକ୍ଜାଣ୍ଡାର ଭେରଭ ୟୁଏସ୍ ଓପନ୍ ଟ୍ରଫିକୁ ନିଜ ମା’ ଇରିନା ଜେରେଭାଙ୍କୁ ଉତ୍ସର୍ଗ କରିଛନ୍ତି। ରବିବାର ବେନ୍ ଶେଲ୍ଟନଙ୍କୁ ଫାଇନାଲରେ ପରାସ୍ତ କରି ପ୍ରଥମ ଥର ପାଇଁ ୟୁଏସ୍ ଓପନ୍ ଟ୍ରଫି ହାତେଇବା ପରେ ଏହି ଜର୍ମାନ ତାରକା ଭାବବିହ୍ବଳ ହୋଇଯାଇଥିଲେ।
US Open trophy Photograph: (sambad.in)ନ୍ୟୁୟର୍କ: ଆଲେକ୍ଜାଣ୍ଡାର ଭେରଭ ୟୁଏସ୍ ଓପନ୍ ଟ୍ରଫିକୁ ନିଜ ମା’ ଇରିନା ଜେରେଭାଙ୍କୁ ଉତ୍ସର୍ଗ କରିଛନ୍ତି। ରବିବାର ବେନ୍ ଶେଲ୍ଟନଙ୍କୁ ଫାଇନାଲରେ ପରାସ୍ତ କରି ପ୍ରଥମ ଥର ପାଇଁ ୟୁଏସ୍ ଓପନ୍ ଟ୍ରଫି ହାତେଇବା ପରେ ଏହି ଜର୍ମାନ ତାରକା ଭାବବିହ୍ବଳ ହୋଇଯାଇଥିଲେ।
ଆଗକୁ ବଢ଼ିବା ପାଇଁ ପ୍ରେରଣା
ନ୍ୟୁୟର୍କର ଆର୍ଥର ଏସ୍ ଷ୍ଟାଡିୟମ୍ରେ ବିଜୟ ଭାଷଣ ଦେବା ସମୟରେ ଭେରଭ୍ କହିଥିଲେ ଯେ, ତାଙ୍କ ଟେନିସ୍ ଜୀବନରେ ତାଙ୍କ ମାଆ ହେଉଛନ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି। ଛୋଟବେଳୁ ଅସୁସ୍ଥତା ସତ୍ତ୍ବେ ଟେନିସ୍ ପ୍ରତି ତାଙ୍କ ସ୍ୱପ୍ନକୁ ସାକାର କରିବାରେ ମା’ଙ୍କ ଅବଦାନକୁ ସେ ସ୍ମରଣ କରିଥିଲେ। ଭେରଭ୍ ମାତ୍ର ୪ ବର୍ଷ ବୟସରେ ଡାଇବେଟିସ୍ରେ ଆକ୍ରାନ୍ତ ହୋଇଥିଲେ। ଡାକ୍ତର କହିଥିଲେ ଯେ ଏହି ପିଲାର କ୍ରୀଡ଼ା ଜୀବନ ସଂକ୍ଷିପ୍ତ ହେବ। ଏହି କଠିନ ସମୟରେ ତାଙ୍କ ମାଆ ତାଙ୍କୁ ନିରନ୍ତର ସମର୍ଥନ ଦେଇଥିଲେ। ରୋଗକୁ ନିଜ ସ୍ୱପ୍ନରେ ବାଧା ହେବାକୁ ନଦେଇ ତାଙ୍କୁ ଆଗକୁ ବଢ଼ିବା ପାଇଁ ସେ ପ୍ରେରଣା ଦେଇଥିଲେ।
Marriage: ୨୦ ବର୍ଷୀୟ ଯୁବତୀଙ୍କୁ ବିବାହ କଲେ ୭୨ ବର୍ଷୀୟ ଫୁଟବଲ୍ କିମ୍ବଦନ୍ତୀ ଦାତୁକ୍ ଆବଦା ଆଲିଫ୍
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
4


