US military : ୨୩ ବର୍ଷ ପରେ ଇରାକରୁ ହଟିବେ ଆମେରିକୀୟ ସୈନ୍ୟ: ଘୋଷଣା କଲେ ଟ୍ରମ୍ପ

2 weeks ago 9
ARTICLE AD BOX

ୱାସିଂଟନ: ଦୀର୍ଘ ୨୩ ବର୍ଷ ପରେ ଆମେରିକା ସେପ୍ଟେମ୍ବର ୩୦ ସୁଦ୍ଧା ଇରାକରୁ ସମ୍ପୂର୍ଣ୍ଣ ଭାବରେ ସୈନ୍ୟ ପ୍ରତ୍ୟାହାର କରିବ। ୨୦୦୩ ମସିହାରେ ସଦ୍ଦାମ ହୁସେନଙ୍କୁ ଗାଦିଚ୍ୟୁତ କରିବା ସହିତ ଆରମ୍ଭ ହୋଇଥିବା ଏହି ସାମରିକ ଅଭିଯାନ ପରେ ଆଇଏସଆଇଏସ ବିରୋଧରେ ଏକ ବଡ଼ ଧରଣର ଅପରେସନରେ ପରିଣତ ହୋଇଥିଲା। ସୁରକ୍ଷା ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବରେ ଇରାକୀ ସେନା ହାତକୁ ଯିବ। ଏହି ଘୋଷଣା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାକ ପ୍ରଧାନମନ୍ତ୍ରୀ ଅଲି ଅଲ-ଜୈଦି ହ୍ୱାଇଟ୍ ହାଉସରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ସମୟରେ କରିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ଆମେରିକାକୁ ଆଉ ଇରାକରେ ସୈନ୍ୟ ରଖିବାର ଆବଶ୍ୟକତା ନାହିଁ। ତାଙ୍କ ଅନୁସାରେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଉ ସୁରକ୍ଷା ପର୍ଯ୍ୟନ୍ତ ସୀମିତ ନାହିଁ, ବରଂ ତେଲ, ଶକ୍ତି ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ମଜବୁତ ହୋଇଛି। ଟ୍ରମ୍ପ କହିଛନ୍ତି, ଆବଶ୍ୟକ ହେଲେ ଆମେରିକା ଇରାକକୁ ସହାୟତା କରିବ, କିନ୍ତୁ ସେଠାରେ ସ୍ଥାୟୀ ସାମରିକ ମୁତୟନର ଆଉ ଆବଶ୍ୟକତା ନାହିଁ। ଇରାକ ପ୍ରଧାନମନ୍ତ୍ରୀ ଅଲି ଅଲ-ଜାୟାଦି ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ସେପ୍ଟେମ୍ବର ଶେଷ ସୁଦ୍ଧା ସମସ୍ତ ଆମେରିକୀୟ ସୈନ୍ୟ ଇରାକରୁ ହଟି ଯିବେ। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ଆମେରିକୀୟ କମ୍ପାନିଗୁଡ଼ିକ ପୂର୍ବ ପରି ଇରାକରେ ନିବେଶ ଏବଂ ବ୍ୟବସାୟ ଜାରି ରଖିବେ। ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ୍) ​​କହିଛି, ଏହି ପ୍ରତ୍ୟାହାର ୨୦୨୪ ମସିହାରେ ଆମେରିକା ଏବଂ ଇରାକ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ହେଉଛି।

ଆମେରିକୀୟ ସୈନ୍ୟ ଇରାକ ଛାଡି ସାରିଛନ୍ତି

ଏହି ଚୁକ୍ତିନାମାରେ ଇସଲାମିକ୍ ଷ୍ଟେଟ୍ (ଆଇଏସ)ବିରୋଧରେ ଆମେରିକା ନେତୃତ୍ୱାଧୀନ ସାମରିକ ମିଶନକୁ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚୁକ୍ତିନାମା ପରଠାରୁ, ବହୁ ସଂଖ୍ୟକ ଆମେରିକୀୟ ସୈନ୍ୟ ଇରାକ ଛାଡି ସାରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ, ଆମେରିକା ଧୀରେ ଧୀରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ସହିତ ଲଢ଼ିବାର ଦାୟିତ୍ୱ ଇରାକୀ ସୁରକ୍ଷା ବାହିନୀକୁ ହସ୍ତାନ୍ତର କରିଛି। ଆମେରିକୀୟ ସୈନ୍ୟମାନେ ଇରାକୀ ସେନାକୁ ତାଲିମ ଦେଇଛନ୍ତି ଏବଂ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ସହାୟତା କରୁଛନ୍ତି। ଏହା ସହ ଆମେରିକା ଅନେକ ସାମରିକ ଘାଟି ଖାଲି କରିଛି ଏବଂ ସ୍ଥାୟୀ ଭାବରେ ନିଜର ସାମରିକ ଉପସ୍ଥିତି ହ୍ରାସ କରୁଛି। ଆମେରିକା ମାର୍ଚ୍ଚ ୨୦୦୩ ରେ ଇରାକ ଉପରେ ଆକ୍ରମଣ କରିଥିଲା। ସେତେବେଳେ ଦାବି କରିଥିଲା ​​ଯେ, ତତ୍କାଳୀନ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ପାଖରେ ଗଣବିନାଶକାରୀ ଅସ୍ତ୍ର ଅଛି। ତେବେ ପରେ ଏପରି ଅସ୍ତ୍ରଶସ୍ତ୍ରର କୌଣସି ପ୍ରମାଣ ମିଳି ନଥିଲା। ୨୦୦୭ସୁଦ୍ଧା, ଇରାକରେ ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାରରୁ ଅଧିକ ହୋଇଯାଇଥିଲା।

Tariff: ଶୁଳ୍କ ନୀତିରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ: ରୁଷୀୟ ତୈଳ କିଣିବା ଯୋଗୁ ଭାରତ ଏବଂ ଚୀନ୍ ଉପରେ ଟିକସ ୫୦୦% ବଦଳରେ ୧୦୦%କୁ ହ୍ରାସ

ପରବର୍ତ୍ତୀ ସମୟରେ ୨୦୧୧ ରେ, ବାରାକ ଓବାମା ପ୍ରଶାସନ ସମୟରେ ହୋଇଥିବା ଏକ ଚୁକ୍ତି ଅନୁଯାୟୀ, ଅଧିକାଂଶ ଆମେରିକୀୟ ସୈନ୍ୟ ଇରାକରୁ ଫେରିଥିଲେ। ସୁରକ୍ଷା ସହାୟତା ପ୍ରଦାନ କରିବା ଏବଂ ଆମେରିକୀୟ ଦୂତାବାସକୁ ସୁରକ୍ଷା ଦେବା ପାଇଁ କେବଳ ଅଳ୍ପ ସଂଖ୍ୟକ ସୈନ୍ୟ ରହିଥିଲେ। କିନ୍ତୁ ୨୦୧୪ ମସିହାରେ, ଯେତେବେଳେ ଇସଲାମିକ୍ ଷ୍ଟେଟ୍ ଇରାକ ଏବଂ ସିରିଆର ଏକ ବଡ଼ ଅଂଶ ଦଖଲ କରିଥିଲା, ଇରାକ ସରକାରଙ୍କ ଅନୁରୋଧରେ ଆମେରିକୀୟ ସୈନ୍ୟମାନେ ପୁଣି ଫେରିଥିଲେ। ସେମାନଙ୍କର ପ୍ରାଥମିକ ଭୂମିକା ଥିଲା ଇରାକୀ ସେନାକୁ ତାଲିମ ଦେବା ଏବଂ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ସହାୟତା କରିବା। ୨୦୨୧ ସୁଦ୍ଧା, ଇସଲାମିକ୍ ଷ୍ଟେଟ୍ ଏହାର ପ୍ରାୟ ସମସ୍ତ ପ୍ରମୁଖ ଅଞ୍ଚଳ ହରାଇ ସାରିଥିଲା। ଏହା ସତ୍ତ୍ୱେ ୨୦୨୪ ଚୁକ୍ତିନାମା ପର୍ଯ୍ୟନ୍ତ ପ୍ରାୟ ୨,୫୦୦ ଆମେରିକୀୟ ସୈନ୍ୟ ଇରାକରେ ତାଲିମ ଏବଂ ମିଳିତ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ଥିଲେ। ସେବେଠାରୁ ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି, ଏବଂ ବର୍ତ୍ତମାନ କେବଳ କିଛି ସାମରିକ ପରାମର୍ଶଦାତା ରହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.