UPSC Civil Services: ପ୍ରକାଶ ପାଇଲା ୟୁପିଏସ୍‌ସି ସିଭିଲ ସର୍ଭିସ୍ ମେନ୍ସ ରେଜଲ୍ଟ -୨୦୨୬

40 minutes ago 1
ARTICLE AD BOX

ନୂଆଦିଲ୍ଲୀ:  ୟୁପିଏସ୍‌ସି ପକ୍ଷରୁ ସିଭିଲ ସର୍ଭିସ୍ ମୁଖ୍ୟ ପରୀକ୍ଷା ୨୦୨୬ର ଫଳ ପ୍ରକାଶ ପାଇଛି। ଅଗଷ୍ଟ ୨୧ରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ଏହି ଲିଖିତ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଆୟୋଗର ଅଫିସିଆଲ୍ ୱେବ୍‌ସାଇଟ୍ upsconline.nic.in କିମ୍ବା upsc.gov.inକୁ ଯାଇ ନିଜର ଫଳ ଜାଣିପାରିବେ।

ଆୟୋଗ ପକ୍ଷରୁ ପ୍ରକାଶିତ ଫଳ ଅନୁଯାୟୀ, ମୋଟ ୨,୫୨୬ ଜଣ ପରୀକ୍ଷାର୍ଥୀ ମେନ୍ସ ପରୀକ୍ଷାରେ ସଫଳ ହୋଇ ଇଣ୍ଟରଭ୍ୟୁ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏହି ପରୀକ୍ଷାର୍ଥୀମାନେ ଆଇଏଏସ୍‌, ଆଇଏଫ୍‌ଏସ୍‌, ଆଇପିଏସ୍‌ ସମେତ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଗ୍ରୁପ୍‌-ଏ ଓ ଗ୍ରୁପ୍‌-ବି ସେବାରେ ଚୂଡ଼ାନ୍ତ ନିଯୁକ୍ତି ପାଇଁ ଦାବିଦାର ହେବେ।

କିପରି ଚେକ୍ କରିବେ ରେଜଲ୍ଟ?

୧. ପ୍ରଥମେ ୟୁପିଏସ୍‌ସିର ଅଫିସିଆଲ୍ ୱେବ୍‌ସାଇଟ୍ upsconline.nic.in କିମ୍ବା upsc.gov.inକୁ ଯାଆନ୍ତୁ।

୨. ହୋମ୍‌ପେଜ୍‌ରେ ଥିବା ‘Written Results’ ବିଭାଗକୁ ଯାଆନ୍ତୁ।

୩. ସେଠାରେ Civil Services (Main) Examination ୨୦୨୬ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।

୪. ଏଠାରେ ଚୟନ ହୋଇଥିବା ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର ଓ ନାମ ଥିବା ପିଡିଏଫ୍ ଖୋଲିବ।

୫. କଣ୍ଟ୍ରୋଲ୍‌- ଏଫ ବ୍ୟବହାର କରି ନିଜର ରୋଲ୍ ନମ୍ବର ଖୋଜିପାରିବେ।

ନଭେମ୍ବର ୧୧ରୁ ୨୫ ମଧ୍ୟରେ ଫର୍ମ ଅପଡେଟ୍ ବାଧ୍ୟତାମୂଳକ

ଇଣ୍ଟରଭ୍ୟୁ ପାଇଁ ମନୋନୀତ ହୋଇଥିବା ସମସ୍ତ ୨,୫୨୬ ଜଣ ପରୀକ୍ଷାର୍ଥୀଙ୍କୁ ଅନଲାଇନ୍ ଆବେଦନ ଫର୍ମରେ ଆବଶ୍ୟକ ତଥ୍ୟ ଅପଡେଟ୍ କରିବାକୁ ୟୁପିଏସ୍‌ସି ନିର୍ଦ୍ଦେଶ ଦେଇଛି। ନଭେମ୍ବର ୧୧ରୁ ୨୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆୟୋଗର ପୋର୍ଟାଲ୍‌ରେ ଏହି ସୁବିଧା ଉପଲବ୍ଧ ହେବ। ବିଶେଷ କରି ପ୍ରିଲିମ୍ସ ପରୀକ୍ଷା ସମୟରେ ଯେଉଁ ପରୀକ୍ଷାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତାକୁ ‘Appearing’ ଦର୍ଶାଇଥିଲେ, ସେମାନଙ୍କୁ ଉତ୍ତୀର୍ଣ୍ଣ ହେବାର ମୂଳ ପ୍ରମାଣପତ୍ର ସହ ଫର୍ମ ଅପଡେଟ୍ କରିବାକୁ ପଡ଼ିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ପ୍ରକ୍ରିୟା ପୂରଣ ନକଲେ ପ୍ରାର୍ଥୀଙ୍କ ଆବେଦନ ରଦ୍ଦ ହୋଇପାରେ।

ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ କଡ଼ା ନିୟମ

ଇଣ୍ଟରଭ୍ୟୁ ସମୟରେ ପରୀକ୍ଷାର୍ଥୀମାନଙ୍କୁ ସମସ୍ତ ମୂଳ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏସ୍‌ସି, ଏସ୍‌ଟି, ଓବିସି, ଇଡବ୍ଲ୍ୟୁଏସ୍‌, ପିଡବ୍ଲ୍ୟୁବିଡି ଏବଂ ପୂର୍ବତନ ସୈନିକ ବର୍ଗରେ ସଂରକ୍ଷଣ ସୁବିଧା ନେଉଥିବା ପ୍ରାର୍ଥୀଙ୍କ ପାଖରେ ୨୭ ଫେବ୍ରୁଆରୀ ୨୦୨୬ ପୂର୍ବରୁ ଜାରି ହୋଇଥିବା ମୂଳ ପ୍ରମାଣପତ୍ର ରହିବା ଆବଶ୍ୟକ। ଆବଶ୍ୟକ କାଗଜପତ୍ର ଅସମ୍ପୂର୍ଣ୍ଣ ଥିଲେ କିମ୍ବା ଉପଲବ୍ଧ ନଥିଲେ ଇଣ୍ଟରଭ୍ୟୁରେ ବସିବାକୁ ଅନୁମତି ମିଳିବ ନାହିଁ।

ଧୌଲପୁର ହାଉସ୍‌ରେ ହେବ ଇଣ୍ଟରଭ୍ୟୁ

ନୂଆଦିଲ୍ଲୀର ଶାହଜାହାନ ରୋଡ୍‌ସ୍ଥିତୟୁପିଏସ୍‌ସିକାର୍ଯ୍ୟାଳୟ ଧୌଲପୁର ହାଉସ୍‌ରେ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ। ଖୁବ୍‌ଶୀଘ୍ର ଇଣ୍ଟରଭ୍ୟୁର ବିଷୟ ଓ ତାରିଖ ଅନୁସାରେ କାର୍ଯ୍ୟସୂଚୀ ୱେବ୍‌ସାଇଟ୍‌ରେ ପ୍ରକାଶ କରାଯିବ। ଇଣ୍ଟରଭ୍ୟୁ ପାଇଁ କୌଣସି ପ୍ରାର୍ଥୀଙ୍କୁ ଡାକ ଯୋଗେ ଶାରୀରିକ ସମନ୍ କିମ୍ବା ଚିଠି ପଠାଯିବ ନାହିଁ। ସମସ୍ତ ମନୋନୀତ ପ୍ରାର୍ଥୀଙ୍କୁ ଅଫିସିଆଲ୍ ପୋର୍ଟାଲ୍‌ରୁ ନିଜର ଇ-ସମନ୍ ଲେଟର୍ ଡାଉନ୍‌ଲୋଡ୍ କରିବାକୁ ପଡ଼ିବ। ଚୂଡ଼ାନ୍ତ ଫଳ ପ୍ରକାଶ ଓ ଇଣ୍ଟରଭ୍ୟୁ ପ୍ରକ୍ରିୟା ଶେଷ ହେବାର ୧୫ ଦିନ ମଧ୍ୟରେ ସମସ୍ତ ପ୍ରାର୍ଥୀଙ୍କ ମାର୍କସିଟ୍ ୱେବ୍‌ସାଇଟ୍‌ରେ ଅପଲୋଡ୍ କରାଯିବ।

ବନ୍ତରେ ଡକାୟତି ଯୋଜନା ପଣ୍ଡ, ୫ ଅଭିଯୁକ୍ତଙ୍କୁ କାବୁ କଲେ ଗ୍ରାମବାସୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.