Judgement: କେପିସିସିର ସମସ୍ତ କର୍ମକର୍ତ୍ତାଙ୍କୁ ସୁପ୍ରିମକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ୍‌

38 minutes ago 1
ARTICLE AD BOX

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କୁ ଲକ୍ଷ୍ୟ କରି ଗତମାସ ସାମାଜିକ ଗଣମାଧ୍ୟମରେ କରାଯାଇଥିବା ବିବାଦୀୟ ପୋଷ୍ଟ୍‌ ଘଟଣାରେ ସର୍ବୋଚ୍ଚ ଅଦାଲତ କେରଳ ପ୍ରଦେଶ କଂଗ୍ରେସ କମିଟି (କେପିସିସି)ର ସମସ୍ତ ପଦାଧିକାରୀଙ୍କୁ ଅଦାଲତ ଅବମାନନା ନୋଟିସ୍‌ ଜାରି କରିଛନ୍ତି।

ଶୁକ୍ରବାର ବିଚାରପତି ଅରବିନ୍ଦ କୁମାର ଓ ବିପୁଲ ଏମ୍‌ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଥିଲେ ଯେ, ସମ୍ବିଧାନ ସର୍ବୋଚ୍ଚ। କୌଣସି ବ୍ୟକ୍ତି କିମ୍ବା ରାଜନୈତିକ ସଂଗଠନ ସମ୍ବିଧାନଠାରୁ ଉପରେ ନୁହନ୍ତି। ଅଦାଲତଙ୍କ ରାୟକୁ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନ୍ୟାୟ ପ୍ରକ୍ରିୟାରେ ଭୟ ସୃଷ୍ଟି କରିବା କିମ୍ବା ହସ୍ତକ୍ଷେପ କରିବାର ମାଧ୍ୟମ ଭାବେ ବ୍ୟବହାର କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ଏପରିକି ଯେତେ ଉଚ୍ଚ ପଦବିରେ ଥିବା ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଅଦାଲତଙ୍କ କ୍ଷମତା ଓ ମର୍ଯ୍ୟାଦାକୁ ଦୁର୍ବଳ କରିବାର ଉଦ୍ୟମକୁ କଠୋର ଭାବେ ଦମନ କରାଯିବା ଆବଶ୍ୟକ।

Supreme Court: ସୁପ୍ରିମ୍‌କୋର୍ଟକୁ ରାଜନୀତି ଭିତରକୁ ଟାଣନ୍ତୁ ନାହିଁ: ସିଜେଆଇ ସୂର୍ଯ୍ୟକାନ୍ତ

ଏହି ମାମଲାରେ ଅଦାଲତ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ଆଟର୍ଣ୍ଣି ଜେନେରାଲ ଆର୍‌ ଭେଙ୍କଟରମଣିଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ଏହି ଘଟଣାରେ ଦେୱାନୀ କିମ୍ବା ଫୌଜଦାରୀ ଅଦାଲତ ଅବମାନନା ଆଇନ ଲାଗୁ ହେବ କି ନାହିଁ, ତାହା ଯାଞ୍ଚ କରାଯିବ। ସୂଚନାଯୋଗ୍ୟ, ଅକ୍ଟୋବର ୧୨ରେ କେରଳ କଂଗ୍ରେସର ଆଧିକାରିକ ‘ଏକ୍ସ’ ଆକାଉଣ୍ଟରେ ସିଜେଆଇଙ୍କୁ ନେଇ ଏକ ବିବାଦୀୟ ପୋଷ୍ଟ୍‌ କରାଯାଇଥିଲା। ଏହା ଭାଇରାଲ୍‌ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଦଳ ପୋଷ୍ଟ୍‌ଟିକୁ ହଟାଇବା ସହ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ହଟାଇଥିବା ସ୍ପଷ୍ଟ କରିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.