Unique Rath Yatra: ତୁଳସୀପୁରରେ ନିଆରା ରଥଯାତ୍ରା: ପାଲିଙ୍କିରେ ଆସନ୍ତି ଶ୍ରୀଗୁରୁଦେବ

2 weeks ago 10
ARTICLE AD BOX

ଚାରିଛକ: ନିମାପଡ଼ା ବ୍ଲକ୍‌ ଚାରିଛକ ନିକଟସ୍ଥ ତୁଳସୀପୁର ଗ୍ରାମରେ ନିଆରା ଭାବରେ ପାଳିତ ହୁଏ ରଥଯାତ୍ରା। ଚାରିଛକ ନିକଟସ୍ଥ ପ୍ରାଚୀ ଉପତ୍ୟକାର ବନ୍ଦେଶ୍ବର ଗ୍ରାମଠାରେ ପୂଜା ପାଇ ଆସୁଥିବା ଶ୍ରୀଗୁରୁଦେବ ଠାକୁର ପାଲିଙ୍କିରେ ଯାଇ ତୁଳସୀପୁରଠାରେ ରଥଯାତ୍ରାରେ ରଥାରୂଢ଼ ହେବେ। ବନ୍ଦେଶ୍ବର ଗାଁଠାରୁ ପ୍ରାୟ ୪/୫  କିଲୋମିଟର ଦୂରରେ ଥିବା ତୁଳସୀପୁର ବ୍ରାହ୍ମଣ ଶାସନରେ ଆଜକୁ ୧୦୦ରୁ ଅଧିକ ବର୍ଷ ହେବ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ତୁଳସୀପୁର ବ୍ରାହ୍ମଣ ଶାସନର ଅବନିନ୍ଦ୍ର ତ୍ରିପାଠୀ, ନଗେନ୍ଦ୍ର କୁମାର ତ୍ରିପାଠୀ, ବିଶ୍ବଜିତ ତ୍ରିପାଠୀ, ମହେଶ୍ବର ମହାପାତ୍ର, ରଜନୀକାନ୍ତ ତ୍ରିପାଠୀ, ସନ୍ତୋଷ ଦାଶ, କ୍ଷମାନିଧି ତ୍ରିପାଠୀ  ପ୍ରମୁଖ ଆଜି ସକାଳୁ ଯାଇ ବନ୍ଦେଶ୍ବର ଗ୍ରାମରେ ପହଞ୍ଚିଥିଲେ।

Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ

ଶ୍ରୀଗୁରୁଦେବ ଠାକୁରଙ୍କୁ ସ୍ନାନ, ମାଜଣା କରାଯିବା ପରେ ଗ୍ରାମବାସୀମାନେ ନେଇଥିବା ନବବସ୍ତ୍ର, ପାଟ, ପୁଷ୍ପ ଅଳଙ୍କାର ଲାଗି କରାଯାଇଥିଲା। ଠାକୁରଙ୍କ ପାଖରେ ବାଳ ଭୋଗ, ଗୀତା ପାଠ ଓ ଅନ୍ନ ପ୍ରସାଦ ଲାଗି ହେବା ପରେ ଏକ ସୁସଜ୍ଜିତ ପାଲିଙ୍କିରେ ଗ୍ରାମବାସୀ ଶ୍ରୀଗୁରୁଦେବ ଠାକୁରଙ୍କୁ ଉପବେଶନ  କରାଇ ଏକ ଶୋଭାଯାତ୍ରାରେ ତୁଳସୀପୁରକୁ ନେବେ। ଗାଁରେ ପୂର୍ବରୁ ନିର୍ମିତ ଓ ସଜ୍ଜିତ ରଥରେ ଶ୍ରୀଗୁରୁଦେବ ଠାକୁରଙ୍କୁ ରଥାରୂଢ଼ କରି ରଥଟଣା ହୋଇଥାଏ। ଠାକୁରେ ଘରେ ଘରେ ଭୋଗ ଖାଇ ସଂଧ୍ୟାରେ ଗୁଣ୍ଡିଚା ମନ୍ଦିର ଭାବେ ପରିଚିତ କନକ ଦୁର୍ଗା ମନ୍ଦିରଠାରେ ପହଞ୍ଚିଥାନ୍ତି।

Rath Yatra 2026: ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.