Unemployment: ବେକାରି ହାର ୬ ମାସରେ ସର୍ବନିମ୍ନ: ଗ୍ରାମାଞ୍ଚଳରେ କମିଛି, ସହରାଞ୍ଚଳରେ ବଢ଼ିଛି

1 day ago 2
ARTICLE AD BOX

ନୂଆଦିଲ୍ଲୀ: ଦେଶରେ ବେକାରି ହାର ଗତ ୬ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଅଗଷ୍ଟ ମାସରେ ୫ ପ୍ରତିଶତରେ ରହିଛି। ଜୁଲାଇରେ ବେକାରି ହାର ୫.୧ ପ୍ରତିଶତ ରହିଥିଲା। ତାହା ପୂର୍ବରୁ ଫେବ୍ରୁଆରିରେ ଏହା ୪.୯ ପ୍ରତିଶତରେ ଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ବେକାରି ହାର ୪.୧ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଜୁଲାଇରେ ୪.୫ ପ୍ରତିଶତରେ ରହିଥିଲା। ଗତ ଜାନୁଆରିଠାରୁ ଗ୍ରାମାଞ୍ଚଳରେ ବେକାରି ହାର ସର୍ବନିମ୍ନ ସ୍ତରରେ ରହିଛି।

Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’

ସହରାଞ୍ଚଳରେ କିନ୍ତୁ ଅଗଷ୍ଟ ମାସରେ ବେକାରି ହାର ୬.୮ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଜୁଲାଇରେ ୬.୭ ପ୍ରତିଶତରେ ରହିଥିଲା। ପୁରୁଷଙ୍କ କ୍ଷେତ୍ରରେ ବେକାରି ହାର ଅଗଷ୍ଟରେ ୪.୯ ପ୍ରତିଶତକୁ ହ୍ରାସ ପାଇଛି। ସେହିଭଳି ମହିଳାଙ୍କ କ୍ଷେତ୍ରରେ ଉକ୍ତ ହାର ୫.୧ ପ୍ରତିଶତକୁ କମିଛି। ଜୁଲାଇ ମାସରେ ପୁରୁଷ ଓ ମହିଳାଙ୍କ ବେକାରି ହାର ଦେଶରେ ଯଥାକ୍ରମେ ୫ ପ୍ରତିଶତ ଓ ୫.୪ ପ୍ରତିଶତ ରହିଥିଲା।

AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.