Undertrial Prisoner’s Death ମାଲକାନଗିରି ଜିଲ୍ଲା କାରାଗାରରେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

1 day ago 2
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର କୁମାର ପରିଚ୍ଛା):  ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୃତକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ମୃତଦେହକୁ ନେଇ ଜେଲ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି। ଏଥିସହ ପରିବାର ଲୋକେ ଶବକୁ ଧରି ୩୨୬ ଜାତୀୟ ରାଜପଥ ଘେରାଉ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କ ଭିଡ଼ ବଢ଼ୁଥିବାରୁ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କା ରହିଛି। 

Malkangiri jail inmate diesମାଲକାନଗିରି ଜେଲ୍‌ ସମ୍ମୁଖରେ ମୃତକଙ୍କ ପରିବାର ଲୋକଙ୍କ ଧାରଣା

ସୂଚନାନୁସାରେ, ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା। ପ୍ରାୟ ତିନି ମାସ ତଳେ କୌଣସି ଏକ ମାମଲାରେ ସେ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ।

Allegation: ଜେଲ୍‌ରେ ମାରିଦେଲେ ସ୍ୱାମୀଙ୍କୁ! ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ତ୍ରୀଙ୍କ ଗୁରୁତର ଅଭିଯୋଗ

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଲକିନାଥ ପ୍ରତିଦିନ ଭଳି ଆଜି (ବୁଧବାର) ମଧ୍ୟ ପରିବାର ସଦସ୍ୟଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ନେଇ କୌଣସି ସୂଚନା ଦେଇନଥିଲେ। ତେବେ ସନ୍ଧ୍ୟା ସମୟରେ ପରିବାର ଲୋକଙ୍କ ନିକଟକୁ ଜେଲ୍‌ ପକ୍ଷରୁ ଫୋନ୍‌ ଆସିଥିଲା। ଲକିନାଥଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବାରୁ ତାଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲକୁ ନିଆଯାଇଥିବା ଜଣାଯାଇଥିଲା। 

Dies: ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ

ପରିବାର ଲୋକେ ମେଡିକାଲରେ ପହଞ୍ଚିବା ବେଳକୁ ଲକିନାଥଙ୍କ ମୃତ୍ୟୁ ଘଟିସାରିଥିଲା। ଏହା ଜାଣିବା ପରେ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମୃତ୍ୟୁର କାରଣକୁ ନେଇ ପ୍ରଶ୍ନ ଉଠାଇ ପରିବାର ଲୋକେ ମେଡିକାଲ ପରିସରରେ ପ୍ରତିବାଦ କରିଥିଲେ। ଏହି ସମୟରେ ପୁଲିସ ସହ ପରିବାର ଲୋକଙ୍କ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ଖବର ଲେଖାଯିବା ବେଳକୁ ମେଡିକାଲ ପରିସରରେ ଉତ୍ତେଜନା ଜାରି ରହିଥିବା ସୂଚନା ମିଳିଛି। ଲାସକୁ ଧରି ମେଡିକାଲରୁ ପ୍ରାୟ ୩ କିଲୋମିଟର ଷ୍ଟ୍ରେଚର ରେ ଠେଲି ଠେଲି ଜିଲ୍ଲା କାରାଗାରକୁ ଶବକୁ ନେଇ ସେଠାରେ ଧାରଣା ଦିଆଯାଇଛି। ପୁଲିସ ଯେତେ ବୁଝାଇଲେ ମଧ୍ୟ ଲୋକେ ନିଜ ଜିଦ୍‌ରେ ଅଟଳ ଥିଲେ। 

hospital escape case ୫ଦିନ ପରେ ଧରାପଡ଼ିଲା ଡାକ୍ତରଖାନାରୁ ଫେରାର କଏଦୀ

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ମଧ୍ୟ ମାଲକାନଗିରି ଜିଲ୍ଲା କାରାଗାରରେ ଜଣେ ଗଞ୍ଜାମ ଜିଲ୍ଲାର କଏଦୀଙ୍କ ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା। ଏବେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ ହେବାରୁ କାରାଗାରରେ କଏଦୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.