TTD officer raid: ତିରୁମାଲା ମନ୍ଦିର ବୋର୍ଡ ଅଧିକାରୀଙ୍କ ଠିକଣାରେ ଚଢ଼ଉ

2 weeks ago 6
ARTICLE AD BOX

ତିରୁପତି: ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲାରେ ଥିବା ତିରୁମାଲା ଭେଙ୍କଟେଶ୍ବର ମନ୍ଦିର ପରିଚାଳନା କରୁଥିବା ଟିଟିଡି (ତିରୁମାଲା ତିରୁପତି ଦେବସ୍ଥାନମ୍)ର ଜଣେ ଉପକାର୍ଯ୍ୟନିର୍ବାହୀ ଅଧିକାରୀ ମେଣ୍ଡୁ ଲୋକନାଥମ୍‌ଙ୍କ ସହ ଜଡ଼ିତ ବିଭିନ୍ନ ଠିକଣାରେ ଆଜି ଗୋଟିଏ ଦିନରେ ଚଢ଼ଉ ହୋଇଛି। ଟିଟିଡି ଅଧିକାରୀମାନେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବାପରେ ଆଜି ଭୋର୍‌ ପ୍ରାୟ ୬ଟା ସମୟରେ ଚଢ଼ଉ ହୋଇଥିଲା। 

ଲେକାନାଥମ୍‌ଙ୍କ ପେଡ୍ଡାକାପୁ ଲେଆଉଟ୍‌ ସ୍ଥିତ ତାଙ୍କ ବାସଭବନ, ତିରୁମାଲାରେ ତାଙ୍କ ଅଫିସ୍‌, ଗେଷ୍ଟ୍‌ ହାଉସ୍‌ ଏବଂ ତିରୁପତି ଓ ଚେଲ୍ଲୁରରେ ସମ୍ପର୍କୀୟମାନଙ୍କ ଘ‌ରେ ଡିଏସ୍‌ପି ଶ୍ରୀନିବାସ ରାଓଙ୍କ ନେତୃତ୍ବରେ ୭ଟି ଏସିବି ଟିମ୍‌ ଚଢ଼ଉ କରି ସର୍ଚ୍ଚ ଅପରେସନ୍‌ କରିଥିଲେ। 

ତିରୁପତିରେ ତାଙ୍କର ଏସ୍‌ବିଆଇ ଶାଖାର ବ୍ୟାଙ୍କ ଲକର୍‌ ମଧ୍ୟ ଚେକ୍‌ କରାଯାଇଛି। ଏସିବି ଅଧିକାରୀମାନେ ସମ୍ପତ୍ତି ଦସ୍ତାବିଜ, ଆର୍ଥିକ ରେକର୍ଡ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ ଭଲଭାବେ ଯାଞ୍ଚ କରିଛନ୍ତି। ଏଗୁଡ଼ିକ ପ୍ରକୃତରେ କେଉଁଠାରୁ ଆସିଛି ସେନେଇ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ଏସିବି ମୁଖ୍ୟ ଅତୁଲ ସିଂହ କହିଛନ୍ତି, ସଠିକ୍‌ ଯାଞ୍ଚ ପରେ କେତେ ଆୟବହିର୍ଭୂତ ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ କରାଯିବ।

Flight: ଭୁବନେଶ୍ବରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ: ୧୦ଟି ନୂଆ ରୁଟ୍‌ରେ ବିମାନ ଚଳାଇବାକୁ ଯୋଜନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.