Trump: ଟ୍ରମ୍ପଙ୍କ ଘୋଷଣା: ଅବୈଧ ପ୍ରବାସୀ ଟ୍ରକ୍ ଚାଳକଙ୍କ ସ୍ଥାନରେ ନିଯୁକ୍ତ ହେବେ ପୂର୍ବତନ ସୈନିକ

2 weeks ago 8
ARTICLE AD BOX

ୱାସିଂଟନ: ଆମେରିକାରେ ଅବୈଧ ଭାବେ ରହୁଥିବା ଟ୍ରକ୍ ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସେ କହିଛନ୍ତି, ଅବୈଧ ପ୍ରବାସୀ ଟ୍ରକ୍ ଚାଳକଙ୍କ ସ୍ଥାନରେ ଆମେରିକାର ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତ କରାଯିବ। ସୈନ୍ୟବାହିନୀରେ ଭାରୀ ଯାନ ଚଳାଇଥିବା ପୂର୍ବତନ ସୈନିକମାନଙ୍କୁ ସିଧାସଳଖ ବାଣିଜ୍ୟିକ ଡ୍ରାଇଭିଂ ଲାଇସେନ୍ସ (ସିଡିଏଲ୍‌) ପାଇବାର ସୁବିଧା ଦିଆଯିବ।

ଆହୁରି ପଢନ୍ତୁ: TMC: ତୃଣମୂଳ ଛାଡ଼ି ବିଜେପିକୁ ଯାଇଥିବା ୩ ପୂର୍ବତନ ସାଂସଦ ପୁଣି ରାଜ୍ୟସଭାକୁ ନିର୍ବାଚିତ

ପେନସିଲଭାନିଆରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଜୁଲାଇ ୧ରେ ଘଟିଥିବା ଏହି ଘଟଣାରେ ଏକ ବାଣିଜ୍ୟିକ ଟ୍ରକ୍ ଧକ୍କାରେ ପୁଲିସ ଅଧିକାରୀ ମାଇକେଲ୍‌ ଇ. ପାହିରା ଜୁନିୟରଙ୍କ ମୃତ୍ୟୁ ହୋଇଥିଲା। ଟ୍ରକ୍ ଚାଳକଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି। ଟ୍ରମ୍ପଙ୍କ ଅଭିଯୋଗ ହେଉଛି, ଅନେକ ଅବୈଧ ପ୍ରବାସୀ ଟ୍ରକ୍ ଚାଳକ ସଡ଼କ ସଙ୍କେତ ପଢ଼ିପାରୁ ନାହାନ୍ତି ଏବଂ କେତେକ କ୍ଷେତ୍ରରେ ମାଦକ କିମ୍ବା ମଦ୍ୟପାନର ପ୍ରଭାବରେ ଗାଡ଼ି ଚଳାଉଛନ୍ତି। ଏଭଳି ଚାଳକମାନେ ଆମେରିକାର ସଡ଼କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛନ୍ତି। ତେଣୁ ଅବୈଧ ଭାବେ ଦେଶରେ ରହୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଟ୍ରକିଂ କ୍ଷେତ୍ରରେ ଆମେରିକୀୟ ପୂର୍ବତନ ସୈନିକଙ୍କୁ ସୁଯୋଗ ଦିଆଯିବ।

ଆହୁରି ପଢନ୍ତୁ: Principal Arrested ସହକର୍ମୀଙ୍କୁ ଦୁର୍ବ୍ୟବହାର, କୁର୍ତ୍ତାଙ୍ଗ ଡିଗ୍ରି କଲେଜ ଅଧ୍ୟକ୍ଷ ଗିରଫ ଓ ନିଲମ୍ବିତ

ଏହି ନିଷ୍ପତ୍ତିର ପ୍ରଭାବ ଭାରତୀୟ ମୂଳର ଟ୍ରକ୍ ଚାଳକଙ୍କ ଉପରେ ମଧ୍ୟ ପଡ଼ିପାରେ। ଉତ୍ତର ଆମେରିକୀୟ ପଞ୍ଜାବୀ ଟ୍ରକର୍ସ ସଂଗଠନର ଆକଳନ ଅନୁଯାୟୀ, ଆମେରିକାରେ ପଞ୍ଜାବ ଓ ହରିୟାଣାରୁ ଯାଇଥିବା ପ୍ରାୟ ୧.୩ ଲକ୍ଷରୁ ୧.୫ ଲକ୍ଷ ଭାରତୀୟ ମୂଳର ଟ୍ରକ୍ ଚାଳକ କାର୍ଯ୍ୟରତ ଅଛନ୍ତି। ସମସ୍ତଙ୍କ ଉପରେ ଏହି ନିଷ୍ପତ୍ତିର ପ୍ରଭାବ ପଡ଼ିବ ନାହିଁ, କିନ୍ତୁ ଅବୈଧ ଭାବେ ରହୁଥିବା କିମ୍ବା କାଗଜପତ୍ର ଯାଞ୍ଚରେ ସମସ୍ୟା ଥିବା ଚାଳକମାନେ ଅଧିକ ଯାଞ୍ଚ ଓ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.