ARTICLE AD BOX
ୱାସିଂଟନ: ତୁର୍କୀକୁ ଏଫ୍-୩୫ ଷ୍ଟିଲଥ୍ ଯୁଦ୍ଧ ବିମାନ ବିକ୍ରୟ ପ୍ରସ୍ତାବ ଉପରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଆପତ୍ତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖଣ୍ଡନ କରିଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆମେରିକା କାହାକୁ କ’ଣ ବିକ୍ରୟ କରିବ ତାହା ଅନ୍ୟ କୌଣସି ନେତା ନିଷ୍ପତ୍ତି ନେବା ଉଚିତ୍ ନୁହେଁ କି ବତାଇବା ଅନାବଶ୍ୟକ। ଟ୍ରମ୍ପ ଏୟାର ଫୋର୍ସ ୱାନ୍ରେ ଗଣମାଧ୍ୟମକୁ ଏଭଳି କହିଛନ୍ତି। ତୁର୍କୀ ଆମ ପାଇଁ ଏକ ଚମତ୍କାର ସହଯୋଗୀ ପାଲଟିଛି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ୱାସିଂଟନ ପହଞ୍ଚିଛନ୍ତି। ତାଙ୍କର ଟ୍ରମ୍ପଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର କାର୍ଯ୍ୟକ୍ରମ ଅଛି। ଯେଉଁଥିରେ ଆଞ୍ଚଳିକ ସୁରକ୍ଷା ଏବଂ ଇରାନ ସହିତ ଜଡିତ ପ୍ରସଙ୍ଗ ମୁଖ୍ୟ ଏଜେଣ୍ଡାରେ ଅନ୍ତର୍ଭୁକ୍ତ ହୋଇଛି।
ଚୁକ୍ତିକୁ ଅନୁମୋଦନ ନ କରିବାକୁ ଅନୁରୋଧ
ନେତାନ୍ୟାହୁ ସମ୍ପ୍ରତି ଏକ ସାକ୍ଷାତକାରରେ ତୁର୍କୀକୁ ଏଫ୍-୩୫ ଲଢୁଆ ବିମାନ ବିକ୍ରୟ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ଦୃଢ଼ ବିରୋଧ କରିଥିଲେ। ସେ କହିଥିଲେ, ବ୍ୟକ୍ତିଗତ ଭାବରେ ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ଚୁକ୍ତିକୁ ଅନୁମୋଦନ ନକରିବାକୁ ଅନୁରୋଧ କରିଥିଲି। ତୁର୍କୀକୁ ଆମେରିକାର ସବୁଠାରୁ ଉନ୍ନତ ଯୁଦ୍ଧ ବିମାନ ବିକ୍ରୟ କରିବା ଦ୍ୱାରା ସେ ଆମେରିକାର ବନ୍ଧୁ ହୋଇପାରିବ ନାହିଁ। ତୁର୍କୀର ବର୍ତ୍ତମାନର ଶାସନ ମୁସଲିମ୍ ବ୍ରଦରହୁଡ୍ ଦ୍ୱାରା ପ୍ରଭାବିତ, ଯେଉଁମାନେ ଆମେରିକାକୁ ଘୃଣା କରନ୍ତି। ରାଷ୍ଟ୍ରପତି ତାୟିପ୍ ଏର୍ଦୋଗାନ୍ ଆମେରିକା ପାଇଁ ଏକ ଆଦର୍ଶ ସହଯୋଗୀ ନୁହଁନ୍ତି। ସେ ମୋ ଦେଶକୁ ଧ୍ୱଂସ କରିବାକୁ ଧମକ ଦେଉଛନ୍ତି, ଯାହା ବିଶ୍ୱର ଏକମାତ୍ର ଇହୁଦୀ ରାଷ୍ଟ୍ର। ନେତାନ୍ୟାହୁ ମଧ୍ୟ ଚେତାବନୀ ଦେଇଥିଲେ ଯେ, ତୁର୍କୀକୁ ଏଫ୍-୩୫ ଦେବା ଦ୍ୱାରା ମଧ୍ୟପ୍ରାଚ୍ୟରେ ସାମରିକ ଶକ୍ତିର ସନ୍ତୁଳନ ବିପର୍ଯ୍ୟସ୍ତ ହୋଇଯିବ।
‘Removed In Error: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଡିଓ ବ୍ଲକ୍ ମାମଲା: କ୍ଷମା ମାଗିଲା ମେଟା

6 days ago
4


