ARTICLE AD BOX
ୱାସିଂଟନ: ନାଟୋ ଶିଖର ସମ୍ମିଳନୀ ଜୁଲାଇ ୭ରେ ହେବାକୁ ଯାଉଛି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ସହ ପୁଣି ବିବାଦ ଆରମ୍ଭ କରିଛନ୍ତି। ରବିବାର ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ମିମ୍ ସେୟାର କରିଛନ୍ତି। ମିମ୍ରେ ମେଲୋନି ଟ୍ରମ୍ପଙ୍କ ପ୍ରତି ଅତ୍ୟଧିକ ଧ୍ୟାନ ଦେଖୁଥିବାର ଦେଖାଯାଉଛି। ଦୁଇ ନେତା ତୁର୍କୀରେ ନାଟୋ ସମ୍ମିଳନୀରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି।
ଫଟୋଟି ଦୁହିଁଙ୍କ ଝଗଡ଼ା ସମୟର
ଫଟୋରେ, ମେଲୋନି ହସି ହସି ଟ୍ରମ୍ପଙ୍କ ଆଡ଼କୁ ଉପରକୁ ଚାହିଁ ରହିଥିବାର ଦେଖାଯାଉଛି। କ୍ୟାପସନରେ ଲେଖାଯାଇଛି, ‘ରେଷ୍ଟ୍ରାଇନିଙ୍ଗ୍ ଅର୍ଡର ନିଡେଡ୍’(‘ନିଷେଦ୍ଧାଜ୍ଞା ଆଦେଶ ଆବଶ୍ୟକ’)। ସାଧାରଣତଃ ଏହି ଆଦେଶ ହେଉଛି କୋର୍ଟ ଦ୍ୱାରା ଜାରି କରାଯାଇଥିବା ଏକ ଆଇନଗତ ନିର୍ଦ୍ଦେଶ, ଯାହା ଜଣେ ବ୍ୟକ୍ତିଙ୍କୁ ଅନ୍ୟ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଏବଂ ଯୋଗାଯୋଗ ବନ୍ଦ କରିବାକୁ କହିଥାଏ। ଏଭଳି ଫଟୋ ସେୟାର କରି ଟ୍ରମ୍ପ ପୁଣି ଥରେ ବିବାଦରେ ଫସି ଯାଇଛନ୍ତି। ଏହି ଫଟୋଟି ଜି-୭ ଶିଖର ସମ୍ମିଳନୀରେ ଟ୍ରମ୍ପ ଏବଂ ମେଲୋନିଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ସମୟର ବୋଲି କୁହାଯାଉଛି।
ଏହି ପୋଷ୍ଟଟି ଭାଇରାଲ ହେବାରେ ଲାଗିଛି। କାରଣ ଟ୍ରମ୍ପ ଏବଂ ମେଲୋନି ତୁର୍କୀରେ ହେବାକୁ ଥିବା ନାଟୋ ଶିଖର ସମ୍ମିଳନୀରେ ଅନ୍ୟ ନେତାଙ୍କ ସହ ସାକ୍ଷାତ କରିବାର ସମ୍ଭାବନା ରହିଛି। ଟ୍ରମ୍ପଙ୍କ ଏହି ପୋଷ୍ଟ ତାଙ୍କର ସାମ୍ପ୍ରତିକ ଦାବି ପରେ ଆସିଛି ଯେ, ଜ-୭ ଶିଖର ସମ୍ମିଳନୀ ସମୟରେ ମେଲୋନି ତାଙ୍କ ସହ ଏକ ଫଟୋ ଉଠାଇବାକୁ ବାରମ୍ବାର ଅନୁରୋଧ କରିଥିଲେ। ଟ୍ରମ୍ପ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ଇରାନ ଯୁଦ୍ଧ ସମୟରେ ଆମେରିକାକୁ ନିଜର ରନୱେ ବ୍ୟବହାର କରିବାକୁ ଇଟାଲି ଅନୁମତି ଦେବାକୁ ମନା କରିଥିଲା।

4 weeks ago
12


