Truck Overturns: ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଓଲଟି ଚାଳକ ମୃତ; ଲୁହା ରଡ୍‌ ମଧ୍ୟରେ ଚାପି ହୋଇ ଚାଲିଗଲା ଜୀବନ

1 week ago 7
ARTICLE AD BOX

ପାଳଲହଡା: ଗତକାଲି ମଧ୍ୟରାତ୍ରିରେ ସୁନ୍ଦରଗଡ଼ରୁ କେଉଁଝର ଯାଉଥିବା ଏକ ଲୁହା ରଡ୍‌ ବୋଝେଇ ଟ୍ରକ୍‌ ୪୯ ନମ୍ବର ଜାତୀୟ ରାଜପଥର ଯୋଗୀମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଟ୍ରକ୍‌ରେ ବୋଝେଇ ହୋଇଥିବା ଲୁହା ରଡ୍‌ ମଧ୍ୟରେ ଚାଳକ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତେବେ ମୃତ ଚାଳକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୁହା ରଡ୍‌ ମଧ୍ୟରୁ ମୃତଦେହ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ପାଳଲହଡ଼ାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଲୁହା ରଡ୍‌ ବୋଝେଇ ଟ୍ରକ । ଦୁର୍ଘଟଣାରେ ଟ୍ରକ ଭିତରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ କେନ୍ଦୁଝର ଅଭିମୁଖେ ଯାଉଥିଲା ଲୁହା ରଡ୍‌ ବୋଝେଇ ଟ୍ରକ । ତେବେ ଅନୁଗୁଳଜିଲ୍ଲା ପାଳଲହଡ଼ା ନିକଟ ୪୯ ନମ୍ବର ଜାତୀୟ ରାଜପଥର ଯୋଗୀମୁଣ୍ଡା ଛକରେ ହଠାତ୍ ଭାରସାମ୍ୟ ହରାଇଥିଲା ଟ୍ରକଟି । ଫଳରେ ରାସ୍ତା ଉପରେ ଓଲଟି ପଡ଼ିଥିଲା ଲୁହା ରଡ୍‌ ବୋଝେଇ ଟ୍ରକ ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକ ଭିତରେ ଚାଳକ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ, ଚାଳକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା । ତେବେ ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଲା, ସେନେଇ ତଦନ୍ତ ଜାରି ରହିଛି ।

Theft: ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୃତ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.