Tribal-dominated Odishaଆଦିବାସୀବହୁଳ ଓଡ଼ିଶାରେ ‘ପେସା’ ଆଇନ ଲାଗୁ କର: ଭୂରିଆ

3 weeks ago 13
ARTICLE AD BOX

ଭୁବନେଶ୍ବର: ଆଦିବାସୀ ବହୁଳ ଓଡ଼ିଶାରେ ପେସା ଆଇନ ଲାଗୁ ହୋଇ ନ ହେବା ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରିଛନ୍ତି ଅଖିଳ ଭାରତ ଆଦିବାସୀ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିକ୍ରାନ୍ତ ଭୂରିଆ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଭୂରିଆ ଆଜି କଂଗ୍ରେସ ଭବନରେ ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସର ଉପଦେଷ୍ଟା ପରିଷଦ ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଓଡ଼ିଶାରେ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଆଦିବାସୀ କଂଗ୍ରେସ ଲଢ଼େଇ ଜାରି ରଖିବା ଉପରେ ଗୁରୁତ୍ବ ଦେଇଥିଲେ। ଏହାସହ ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ରାହୁଲ ଗାନ୍ଧୀ ଦେଶ ତମାମ୍ ଆରମ୍ଭ କରିଥିବା ‘ଛାତ୍ରୋଂ କି ଗୁଞ୍ଜ’ କାର୍ଯ୍ୟକ୍ରମ ଶୃଙ୍ଖଳାରେ ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସ ପକ୍ଷରୁ ବୁଦ୍ଧ ମନ୍ଦିରରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ଭୂରିଆ ସାମିଲ ହେବା ସହ ଏକ ସୁସ୍ଥ ସମାଜ ଗଠନ, ଛାତ୍ରଙ୍କ ଭବିଷ୍ୟତ ନିର୍ମାଣ କରିବା ନିମନ୍ତେ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଥିବା ଡବଲ ଇଞ୍ଜିନ ସରକାରଙ୍କ ବିରୋଧରେ ଲଢ଼େଇ କରିବା ପାଇଁ ଛାତ୍ରଙ୍କୁ ଆହ୍ୱାନ କରିଥିଲେ। 

Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ

ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ଦେଶବ୍ୟାପୀ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଚାଲିଥିବା ‘ଛାତ୍ରୋଂ କି ଗୁଞ୍ଜ’ କାର୍ଯ୍ୟକ୍ରମ ଚାଲିଛି। ଓଡ଼ିଶାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ନିଜର ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ ଆଗେଇ ଆସନ୍ତୁ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ଓଡ଼ିଶା ପ୍ରଦେଶ ଆଦିବାସୀକଂଗ୍ରେସର ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ଲାଗୁରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ, ବିଧାୟକ ରାଜ୍ଜନ ଏକ୍କା, ଆଦିବାସୀ କଂଗ୍ରେସର ଓଡ଼ିଶା ପ୍ରଭାରୀ ଗଣେଶ ସିଂହ ଧ୍ରୁବ, ଶଶି ପାନା, ପ୍ରତାପ ପ୍ରଧାନ, ହାରାବତୀ ଗଣ୍ଡ ଓ ପ୍ରହଲ୍ଲାଦ ପୂର୍ତ୍ତି ସମେତ ବହୁ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଯୋଗ ଦେଇଥିଲେ।

Ram Mandir: ରାମମନ୍ଦିର ଦାନ ଚୋରି; ଅବିନାଶ ଶୁକ୍ଳା ମୁଖ୍ୟ ଅଭିଯୁକ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.