Open Debate: ବିଦେଶୀ ସହାୟତାରେ ମୋଦୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି: ରାହୁଲ ଗାନ୍ଧୀ

39 minutes ago 1
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତ ସମୟରେ ବିରୋଧୀଙ୍କୁ କରିଥିବା ଆକ୍ରମଣର ଜବାବ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। ଏଥିସହ ବିଦେଶୀ ସହାୟତାରେ ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିବା ଏବଂ ସେହି ସହାୟତା ବଳରେ ଏବେ ମଧ୍ୟ କ୍ଷମତାରେ ରହିଥିବା ରାହୁଲ ଅଭିଯୋଗ କରିଛନ୍ତି। 

ଦେଶର ଆର୍ଥିକ ବ୍ୟବସ୍ଥା ବିଦେଶୀଙ୍କ ନିୟନ୍ତ୍ରଣ ଓ ସହାୟତାରେ ଚାଲୁଥିବା ଏବଂ ବିଦେଶୀ ସାମାଜିକ ଗଣମାଧ୍ୟମ ମୋଦୀଙ୍କୁ ସମର୍ଥନ କରୁଥିବା ସେ କହିଛନ୍ତି। ସୋମବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲ ଲେଖିଛନ୍ତି, ମୋଦୀଜୀ ଦେଶକୁ ମିଛ କହିବା ବନ୍ଦ କରନ୍ତୁ। ବିଦେଶୀ ସହାୟତାରେ ଆପଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏବଂ ସେହି ସହାୟତାରେ ହିଁ ପ୍ରଧାନମନ୍ତ୍ରୀ ରହିଛନ୍ତି। ଏହି ପ୍ରସଙ୍ଗରେ ଯେକୌଣସି ମଞ୍ଚରେ, ଯେକୌଣସି ସମୟରେ ଖୋଲା ବିତର୍କ ପାଇଁ ମୁଁ ଆହ୍ୱାନ ଦେଉଛି। ସାହସ ଥିଲେ ଆସନ୍ତୁ। କିନ୍ତୁ ଆପଣଙ୍କର ସାହସ ନାହିଁ। କାରଣ ମୁଁ ଆପଣଙ୍କ ସମ୍ପର୍କରେ ଯାହା ଜାଣେ ତାହାକୁ ନେଇ ଆପଣ ଭୟଭୀତ ବୋଲି ରାହୁଲ ଲେଖିଛନ୍ତି।

Rahul Gandhi targets PM Modi: ଟାଟା ଗ୍ରୁପ୍‌କୁ ଜାଣିଶୁଣି ନଷ୍ଟ କରାଯାଉଛି: ରାହୁଲ ଗାନ୍ଧୀ

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩୧ରେ ଗୁଜରାଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍‌ କରିଥିଲେ। ଦେଶରେ କିଛି ଶକ୍ତି ମିଥ୍ୟା ଖବର ଓ ଗୁଜବ ପ୍ରଚାର କରି ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ। ବିରୋଧୀ ଦଳ ଏବେ ‘ବିରୋଧୀ ପକ୍ଷ’ ପରିବର୍ତ୍ତେ ‘ଅବରୋଧ ପକ୍ଷ’ରେ ପରିଣତ ହୋଇଛି ବୋଲି ସେ କହିଥିଲେ। ବିଦେଶରେ ବିରୋଧୀ ନେତାମାନେ କାହାକୁ ଭେଟୁଛନ୍ତି, ଭାରତ ବିରୋଧୀ ଶକ୍ତି କାହାକୁ ସମର୍ଥନ କରୁଛନ୍ତି ଏବଂ କିଏ ଭାରତର ଶତ୍ରୁଙ୍କ ଭାଷା କହୁଛି, ତାହା ଚିହ୍ନଟ କରିବା ଆବଶ୍ୟକ ବୋଲି ମୋଦୀ କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.