GRP Constable Soumya Murder Case: ଜିଆର୍‌ପି କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ମାମଲା: କେସ୍‌ ଡାଏରି ଓ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

52 minutes ago 1
ARTICLE AD BOX

କଟକ: ବାଲିଅନ୍ତାରେ ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ଘଟଣାରେ ଚାରି ଅଭିଯୁକ୍ତଙ୍କ ନିୟମିତ ଜାମିନ ଆବେଦନର ହାଇକୋର୍ଟ ଶୁଣାଣି କରି କେସ୍‌ ଡାଏରି, ପୀଡ଼ିତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଚାର୍ଜସିଟ୍‌ର କପି ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ଦ୍ବିତୀୟ ସପ୍ତାହରେ ଏ ସଂପର୍କିତ ଜାମିନ ଆବେଦନ ଗୁଡ଼ିକର ପରବର୍ତ୍ତୀ ଶୁଣାଣି ହେବ। 

Balianta: ବାଲିଅନ୍ତା ବର୍ବରତା: ମୃତ ସୌମ୍ୟରଞ୍ଜନଙ୍କ ବାପା ଓ ବନ୍ଧୁ ନିଶିକାନ୍ତଙ୍କୁ ୫ ଘଣ୍ଟା ଜେରା
ମାମଲାର ଅଭିଯୁକ୍ତ ଅଶୋକ କୁମାର ଜେନା, ବିଭୂତି ଭୂଷଣ ପରିଡ଼ା, ସୁବାସ ଭୋଇ ଓ ରଣଜିତ ରଣାଙ୍କ ଜାମିନ ଆବେଦନ ଖୋରଧା ଦୌରା ଅଦାଲତରେ ଜାମିନ ଖାରଜ ହୋଇଥିଲା। ପରେ ଅଭିଯୁକ୍ତମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନଗୁଡ଼ିକର ଏକତ୍ରିତ ଶୁଣାଣି କରିଥିଲେ। 

Balianta Mob Lynching: ବାଲିଅନ୍ତା ଭିଡ଼ ହତ୍ୟା ମାମଲା: ସାମ୍ନାକୁ ଆସିଲା ମୃତ ସୌମ୍ୟଙ୍କ ଶେଷ ମେସେଜ୍
ଏଠାରେ ସୂଚନାଯୋଗ୍ୟ ‌ଯେ ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ୧୧ଜଣ ଅଭିଯୁକ୍ତଙ୍କ ବିରୋଧରେ ଗତ ଅଗଷ୍ଟ ମାସରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଅନ୍ୟପକ୍ଷରେ ଘଟଣାରେ ଗିରଫ ୯ଜଣଙ୍କ ବିରୋଧରେ କିନ୍ତୁ ଚାର୍ଜସିଟ ଦାଖଲ କରାଯାଇ ନଥିଲା। ଏଭଳି ଘଟଣାକୁ ନେଇ ଚର୍ଚ୍ଚା ‌ଜୋର ଧରିଥିଲା। ପ୍ରାଥମିକ ତଦନ୍ତରୁ ଏହି ୯ଜଣଙ୍କ ଘଟଣାରେ ସଂପୃକ୍ତି ନେଇ ଉପଯୁକ୍ତ ପ୍ରମାଣ ନ ମିଳିବାରୁ ସେମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରି ନଥିବା ଜଣାପଡ଼ିଥିଲା। ଚାର୍ଜସିଟ୍‌ରେ ନାମ ନଥିବା ଅଭିଯୁକ୍ତ ଜାମିନରେ ମୁକୁଳିଥିଲେ। ଅନ୍ୟପକ୍ଷରେ ଏହି ଘଟଣାରେ ସଂପୃକ୍ତ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଏହି ଘଟଣାର ତଦନ୍ତ ଏବେ ମଧ୍ୟ ଚାଲିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.