Tri-Series Trophy: ଜିମ୍ବାୱେକୁ ହରାଇ ଦକ୍ଷିଣ ଆଫ୍ରିକା ଜିତିଲା ‌ତ୍ରିରାଷ୍ଟ୍ରୀୟ ଟ୍ରଫି

1 week ago 8
ARTICLE AD BOX

ଓ୍ବିଣ୍ଡୋକ: ଜୋର୍ଡାନ ହର୍ମାନଙ୍କ ଧୂଆଁଧାର ୫୩ ରନ୍ ବଳରେ ଫାଇନାଲରେ ଜିମ୍ବାୱେକୁ ୪୮ ରନ୍‌ରେ ହରାଇ ତ୍ରିରାଷ୍ଟ୍ରୀୟ ଟ୍ରଫି ଜିତିଛି ଦକ୍ଷିଣ ଆଫ୍ରିକା। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୫ ୱିକେଟ୍‌ରେ ୨୦୫ ରନ୍ କରିଥିଲା। ଜୋର୍ଡାନ୍ ହର୍ମାନ୍ ୨୯ ବଲ୍‌ରୁ ୫୩ ରନ୍ କରିଥିଲେ। ସେହିପରି କନର ଇଷ୍ଟରହୁଇଜେନ ଓ ଦେଓ୍ବାଲ୍‌ଡ ବ୍ରେଭିସ୍‌ ୩୨ ରନ୍‌ ଲେଖାଏଁ କରିଥିଲେ। ଜିମ୍ବାଓ୍ବେ ପକ୍ଷରୁ ବ୍ରାଡ୍‌ ଇଭାନ୍ସ ଓ ନ୍ୟୁମ୍ୟାନ ନ୍ୟାମୁରି ୨ ଲେଖାଏଁ ଓ୍ବିକେଟ୍‌ ନେଇଥିଲେ।

୧୫୭ ରନ୍‌ରେ ଅଲଆଉଟ୍

ଜବାବରେ ଜିମ୍ବାୱେ ୧୮ ଓଭରରେ ୧୫୭ ରନ୍‌ରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ​ ବ୍ରାଡ୍ ଇଭାନ୍ସ ୩୧ ବଲ୍‌ରୁ ଅପରାଜିତ ୫୬ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ବିଜୋର୍ନ ଫର୍ଟୁଇନ୍ ଓ ଡୁଆନ୍ ଜାନସେନ୍ ୩ଟି ଲେଖାଏ ୱିକେଟ୍ ନେଇଥିଲେ। ଆୟୋଜକ ନାମିବିଆ ତୃତୀୟ ଦଳ ଭାବେ ଏହି ଶୃଙ୍ଖଳା ଖେଳିଥିଲେ ମଧ୍ୟ ଫାଇନାଲରେ ପହଞ୍ଚିପାରିନଥିଲା। ଜୋର୍ଡାନ ହର୍ମାନଙ୍କୁ ମ୍ୟାଚ୍‌ର ଏବଂ ଦେଓ୍ବାଲ୍‌ଡ ବ୍ରେଭିସ୍‌ଙ୍କୁ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।

Junior Asia Cup: କନିଷ୍ଠ ଏସିଆ କପ୍‌: ଜାପାନ ସହ ପଏଣ୍ଟ ଭାଗ କଲେ ପୁରୁଷ ଦଳ, ଭାରତୀୟ ମହିଳାଙ୍କ ବିଜୟ ଜାରି

Read Entire Article
LEFT SIDEBAR AD

Hidden in mobile, Best for skyscrapers.