ARTICLE AD BOX
ଟମକା: ଯାଜପୁରଜିଲ୍ଲା ଟମକା ଥାନା ନାଉବାହାଳି ନିକଟରେ ଆଜି ଟ୍ରେନ୍ ଧକ୍କାରେ ବାପା ଓ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମା’ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଦୁର୍ଘଟଣା ପରେ ରେଳଧାରଣା ମଝିରେ ୭ ଘଣ୍ଟା ଧରି ମୃତଦେହ ପଡ଼ିରହିଥିଲା। ଆଖି ଆଗରେ ଏହି ହୃଦୟବିଦାରକ ଦୃଶ୍ୟ ଦେଖି ମା’ ମାନସିକ ଭାରସାମ୍ୟ ହରାଇ ନିର୍ବାକ ହୋଇ ଯାଇଛନ୍ତି। ମୃତ ବାପପୁଅ ହେଲେ ଦେଉଳକଣ ପଞ୍ଚାୟତ ନୟାବଗପାଟିଆ ଗ୍ରାମ ନୂଆସାହିର ବିଶୁ ପେଣ୍ଠେଇ (୩୮) ଓ ତାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଧରମା।
Competition: ଜିଲ୍ଲାରେ ୨୯୯୬ ପ୍ରତିଯୋଗୀ: ନବରଙ୍ଗପୁରରେ ସର୍ବାଧିକ ୭୪୪ ପ୍ରତିଯୋଗୀ
ଅଳ୍ପକେ ବର୍ତ୍ତିଲେ ମା’
ରେଳଧାରଣାରେ ୭ ଘଣ୍ଟା ପଡ଼ିରହିଲା ମୃତଦେହ
ଗ୍ରାମବାସୀଙ୍କ ସୂଚନା ଅନୁସାରେ, ଏହି ପରିବାର ଅତି ଗରିବ ଶ୍ରେଣୀର। ରବିବାର ମଧ୍ୟାହ୍ନରେ ଏହି ଦମ୍ପତି ଶିଶୁପୁତ୍ର ସହ ବ୍ରାହ୍ମଣୀପାଳ ନିକଟ ଜନିନ୍ଦାପାଳ ସଂପର୍କୀୟ ଘରକୁ ରେଳଧାରଣାରେ ଚାଲିଚାଲି ଯାଉଥିଲେ। ବିଶୁ ତାଙ୍କ ଶିଶୁପୁତ୍ରକୁ କାଖ କରିଥିଲେ। ଏହି ସମୟରେ ଟମକାରୁ କେନ୍ଦୁଝର ଆଡ଼କୁ ଯାଉଥିବା ଏକ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ତାଙ୍କ ପତ୍ନୀ ରେଳଧାରଣା ବାହାରେ ଥିବାରୁ ବର୍ତ୍ତିଯାଇଥିଲେ। ଟମକା-ଟାଙ୍ଗିରିଆପାଳ ଷ୍ଟେସନ୍ ମଧ୍ୟରେ ନାଉବାହାଳି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଜିଆରପିକୁ ସୂଚନା ଦେଇଥିଲେ ମଧ୍ୟ ୭ ଘଣ୍ଟା ପରେ ସନ୍ଧ୍ୟା ବେଳକୁ ଜିଆରପି ଓ ଟମକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଡାକ୍ତରଖାନା ପଠାଯାଇଛି।
Health: ପଞ୍ଜାବରେ ପ୍ରଥମ ସନ୍ଦିଗ୍ଧ ସ୍ୱାଇନ୍ ଫ୍ଲୁ ମୃତ୍ୟୁ, ୨୨୦ ଏଚ୍୧ଏନ୍୧ ଆକ୍ରାନ୍ତ

1 week ago
6


