ARTICLE AD BOX
ଅଦରକାରୀ ତଥା ଅବାଞ୍ଚିତ ବାଣିଜ୍ୟିକ କଲ୍କୁ ନେଇ ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ନୂଆ ନିୟମ ଆଣିଛି। ରୋବୋକଲ୍, ସ୍ବୟଂକ୍ରିୟ କଲ୍ ଓ ଏଆଇ ଆଧାରିତ ଅବାଞ୍ଚିତ କଲ୍ ଚିହ୍ନଟ ବ୍ୟବସ୍ଥାକୁ ନିୟାମକ ବ୍ୟବସ୍ଥା ଅଧୀନକୁ ଅଣାଯାଇଛି।
/sambad/media/media_files/2026/09/18/f7dff118-cc1b-48c7-9e0f-e7a426e7e1c2-2026-09-18-19-29-10.jpg)
ନୂଆଦିଲ୍ଲୀ: ଅଦରକାରୀ ତଥା ଅବାଞ୍ଚିତ ବାଣିଜ୍ୟିକ କଲ୍କୁ ନେଇ ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ନୂଆ ନିୟମ ଆଣିଛି। ରୋବୋକଲ୍, ସ୍ବୟଂକ୍ରିୟ କଲ୍ ଓ ଏଆଇ ଆଧାରିତ ଅବାଞ୍ଚିତ କଲ୍ ଚିହ୍ନଟ ବ୍ୟବସ୍ଥାକୁ ନିୟାମକ ବ୍ୟବସ୍ଥା ଅଧୀନକୁ ଅଣାଯାଇଛି। ଯଦି କୌଣସି ସ୍ପାମର୍ର ୫ କିମ୍ବା ତାଠାରୁ ଅଧିକ ନମ୍ବରକୁ ୧୦ ଦିନ ଭିତରେ ଚିହ୍ନଟ କରାଯିବ ତେବେ ତାହାର ଟେଲିକମ୍ ସଂଯୋଗକୁ ୧ ବର୍ଷ ପର୍ଯ୍ୟନ୍ତ କଳା ତାଲିକାଭୁକ୍ତ କରାଯିବ। ଏହା ବ୍ୟତୀତ ସ୍ବୟଂକ୍ରିୟ କଲ୍ ପାଇଁ ମିନିଟ୍କୁ ୫ ପଇସା ଲେଖାଏଁ କଟିବ।ନିୟମ ଅନୁସାରେ, ଗ୍ରାହକଙ୍କୁ ନ ଜଣାଇ କମ୍ପ୍ୟୁଟର ଓ ରୋବଟ୍ ଜରିଆରେ କରାଯାଉଥିବା ରୋବୋକଲ୍ ଧରାପଡ଼ିଲେ ପ୍ରତି ମିନିଟ୍କୁ ୫ ପଇସା ହିସାବରେ ଚାର୍ଜ ଅସୁଲ କରାଯିବ। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରି ସନ୍ଦିଗ୍ଧ କଲ୍ଗୁଡ଼ିକୁ ଚିହ୍ନଟ କରିବା ଲାଗି ବ୍ୟବସ୍ଥା ହୋଇଛି। ୧୦ ଦିନ ଭିତରେ ୩ଟି ଅଭିଯୋଗ ପହଞ୍ଚିଲେ ତୁରନ୍ତ ତଦନ୍ତ ଆରମ୍ଭ କରାଯିବ। ଅଭିଯୋଗ ପ୍ରମାଣିତ ହେଲେ ଅବାଞ୍ଛିତ କଲ୍ କରାଯାଉଥିବା ନମ୍ବରର ଆଉଟ୍ଗୋଇଂ କଲ ବନ୍ଦ କରିଦିଆଯିବ। ପୁନଃକେୱାଇସି ପରେ ତାହା କାର୍ଯ୍ୟକ୍ଷମ ହେବ। ବାରମ୍ବାର ଭୁଲ କରୁଥିବା ନମ୍ବରକୁ ୧ ବର୍ଷ ପର୍ଯ୍ୟନ୍ତ କଳା ତାଲିକାଭୁକ୍ତ କରାଯିବ।
ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ର ୪ ପାଇଲଟ୍ଙ୍କ ସହ ୮ କ୍ରୁ ସଦସ୍ୟ ନିଲମ୍ବିତ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

20 minutes ago
1


