ARTICLE AD BOX
ଭୁବନେଶ୍ବର: ପାର୍ବଣର ଖୁସି କ୍ଷଣିକେ ଉଭାନ୍ ହୋଇଗଲା। ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀ ଓ ପୋଖରୀରେ ବୁଡ଼ି ଚାଲିଗଲା ୧୪ ଜଣଙ୍କ ଜୀବନ। ଗଣେଶ ଭସାଣି ବେଳେ ଜଗତସିଂହପୁରଜିଲ୍ଲା ଏରସମା ବ୍ଲକ୍ର ଗୋପାଳପୁର ସାଇଫନ୍ରେ ଭାସିଯାଇ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଏରସମା ବ୍ଲକ୍ ଓରନାଳ ଗାଁର ମନୋଜିତ ସ୍ବାଇଁ (୨୩), ସ୍ବପ୍ନଜିତ ବାରିକ (୨୨), ଜଗନ୍ନାଥ ପଲେଇ (୨୫) ଓ ରଶ୍ମିରଞ୍ଜନ ନାୟକ (୨୫)। ମନୋଜିତ ଓ ସ୍ବପ୍ନଜିତ ଏରସମା କଲେଜରେ ଯୁକ୍ତ ୩ ଶ୍ରେଣୀରେ ପଢ଼ୁଥିବା ବେଳେ ରଶ୍ମିରଞ୍ଜନ ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବି.ଟେକ୍ ପଢ଼ୁଥିଲେ। ଜଗନ୍ନାଥ ଜଣେ ବୋଲେରୋ ଡ୍ରାଇଭର ଥିଲେ।
Rahul Gandhi : ୟୁପିଆଇ ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା
ସେହିଭଳି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରର ନବମ ଶ୍ରେଣୀ ଛାତ୍ର ଗଜପତିମାର୍ଗର ଆଦର୍ଶ ସାହୁ (୧୪) ଓ ଗାୟତ୍ରୀନଗରର ପ୍ରୀତମ ସାମେଲି (୧୪) ପ୍ରାଣ ହରାଇଛନ୍ତି। ସାଙ୍ଗମାନଙ୍କ ସହ ବଇଞ୍ଚବଣିଆସ୍ଥିତ ଘୋଡ଼ାହାଡ଼ ନଦୀକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ବୁଡ଼ିଯାଇଥିଲେ। ସେହିପରି ଦିଗପହଣ୍ଡି ଥାନା ସିଦ୍ଧିଖଣ୍ଡି ଗ୍ରାମରେ ଆଜି ସକାଳେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୋରମ ଜେନାଙ୍କ ପୁଅ ସିତାଂଶୁ ଜେନା ପ୍ରାଣ ହରାଇଛନ୍ତି।
ଗୋପାଳପୁର ସାଇଫନ୍ରେ ବୁଡ଼ି ୪ ମୃତ
ଗଞ୍ଜାମରେ ୩ ଛାତ୍ର ପ୍ରାଣ ହରାଇଲେ
ଶଙ୍ଖନଦୀରେ ବୁଡ଼ିଗଲେ ୩ କୁନିଝିଅ
ଅନ୍ୟପକ୍ଷରେ କରମା ପୂଜା ଲାଗି ଶଙ୍ଖନଦୀକୁ ବାଲି ଆଣିବାକୁ ଯାଇଥିବା ବେଳେ ଭାସିଯାଇ ୩ କୁନିଝିଅ (ମଝାଟୋଲି ବାସିନ୍ଦା ୟଶପାଲ ସାହୁଙ୍କ ଝିଅ ସିବିକା ସାହୁ (୬) ଏବଂ ରାଜକୁମାର ସାହୁଙ୍କ ଦୁଇ ଝିଅ ଗୀତିକା ସାହୁ (୬) ଓ ଶ୍ରୁତି ସାହୁ (୮))ଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଧୋଇପଡ଼ା ମଝାଟୋଲି ବସ୍ତିରେ ଆଜି ଏହି ଅଘଟଣ ଘଟିଥିଲା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଦିଗଛିଆ ବଜାରସ୍ଥିତ ଏକ ଘରୋଇ ସ୍କୁଲର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ଜଣେ ନବମ ଶ୍ରେଣୀ ଛାତ୍ର ଭଦ୍ରକ ଅଞ୍ଚଳର ପିୟୂଷ ଦାସ (୧୪)ଙ୍କ ମୃତ୍ୟୁ ଘଟିଛି। ସେ ସ୍କୁଲ ହଷ୍ଟେଲରେ ରହି ପଢ଼ୁଥିଲେ। ସେହିପରି ପୋଖରୀରେ ବୁଡ଼ିଯିବାରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଧୁରୁଡ଼ିଆମ୍ବ ପଞ୍ଚାୟତ ଜାମୁଦା ଗାଁର ବେଣୁଧର ମହାକୁଡ଼(୫୭)ଙ୍କ ଆଜି ପୂର୍ବାହ୍ଣରେ ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗିର୍ଲିଗୁମା ପଞ୍ଚାୟତ ଅଧୀନସ୍ଥ ଟିକରାପଡ଼ା ଗାଁର ଲିମ ଦିଶାରି(୫୬)ଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିବାବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନସ୍ଥ ଜୁନାପାଣି ଗ୍ରାମର କୃଷ୍ଣ ଭତରା(୨୧)ଙ୍କ ମଧ୍ୟ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।
Asgar Bora: ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପରେ ବିବାଦୀୟ ଜମି ଫେରିପାଇଲେ ଅସଗର୍ ବୋରା

23 hours ago
2


