Tourist: ହିମବାହକୁ ବିପଦ ପର୍ଯ୍ୟଟକଙ୍କ ପରିସ୍ରା

1 week ago 8
ARTICLE AD BOX

ଏଭରେଷ୍ଟ ଶୃଙ୍ଗ ବେସ୍‌ କ୍ୟାମ୍ପ୍‌ରେ ମାନୀବୟ କାର୍ଯ୍ୟକଳାପ ଯୋଗୁଁ ଖୁମ୍ବୁ ହିମବାହ ତରଳି ଯାଉଛି। ପ୍ରତି ବର୍ଷ ବସନ୍ତକାଳୀନ ଏଭରେଷ୍ଟ ଆରୋହଣ ବେଳେ କେବଳ ମନୁଷ୍ୟ ପରିସ୍ରାରଜନିତ ଉଷ୍ମତା ହେତୁ ୧୫୪ ଟନ୍‌ ବରଫ ଓ ତୁଷାର ତରଳୁଛି। ଉକ୍ତ କ୍ୟାମ୍ପ୍‌ରେ ପ୍ରତିଦିନ ଆରୋହୀ ଓ ଗାଇଡ୍‌ମାନେ କରୁଥିବା ପରିସ୍ରାର ପରିମାଣ ୬ ହଜାର ଲିଟର୍‌ରୁ ଅଧିକ ବୋଲି ଆକଳନ କରାଯାଇଛି। ଏଭରେଷ୍ଟ୍‌ ବେସ୍‌ କ୍ୟାମ୍ପ୍‌ ଆଖପାଖରେ ବୈଶ୍ବିକ ତାପନ, ଇନ୍ଧନ ଦହନ ଓ ମନୁଷ୍ୟ ପରିସ୍ରା ହେତୁ ଉପୁଜୁଥିବା କୁପ୍ରଭାବ ଉପରେ କରାଯାଇଥିବା ଗବେଷଣା ରିପୋର୍ଟ ‘ରିଜିଅନାଲ୍‌ ଏନ୍‌ଭାଇର୍‌ମେଣ୍ଟାଲ୍‌ ଚେଞ୍ଜ୍‌’ ପତ୍ରିକାରେ ପ୍ରକାଶ ପାଇଛି। ଏହା ଅନୁଯାୟୀ ବସନ୍ତକାଳୀନ ଏଭରେଷ୍ଟ୍‌ ଶୃଙ୍ଗ ଆରୋହଣ ଋତୁରେ ବେସ୍‌ କ୍ୟାମ୍ପ୍‌ରେ ରହୁଥିବା ଲୋକସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି। ଗବେଷକମାନେ ଗୁରୁତ୍ବାରୋପ କରିଛନ୍ତି ଯେ ହିମବାହ କ୍ଷୟ ହେବାର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ। ଏହାଛଡ଼ା, ବେସ୍‌ କ୍ୟାମ୍ପ୍‌ ଆଖପାଖରେ ମନୁଷ୍ୟ ଚଳାଇଥିବା କାର୍ଯ୍ୟକଳାପ ମଧ୍ୟ ଦୁର୍ବଳ ହୋଇପଡ଼ିଥିବା ହିମବାହ ଉପରେ ଅତିରିକ୍ତ ଉତ୍ତାପ ଓ ପାରିବେଶିକ ବୋଝ ପକାଉଛି। ବେସ୍‌ କ୍ୟାମ୍ପ୍‌ରେ ଲୋକେ ଏତେ ପରିସ୍ରା କରିବାର କାରଣ ବି ଅଛି। ତାହା ହେଉଛି ଅତ୍ୟଧିକ ଉଚ୍ଚତାକୁ ଉଠୁଥିବାରୁ ଦେହରୁ ଜଳଶୁଷ୍କତା ଏଡ଼ାଇବା ନିମନ୍ତେ ଲୋକେ ବିପୁଳ ପାଣି ପିଉଛନ୍ତି।

High Court: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୟ ଅଗ୍ରୱାଲ

ସେ ଇଲାକାର ତାପମାତ୍ରା ପରିବର୍ତ୍ତନ ପରୀକ୍ଷା କରିବା ଲାଗି ଗବେଷକମାନେ ୧୯୯୧ରୁ ୨୦୨୩ ମଧ୍ୟରେ ଲ୍ୟାଣ୍ଡ୍‌ସ୍ୟାଟ୍‌ ସାଟେଲାଇଟ୍‌ ଦ୍ବାରା ଉତ୍ତୋଳିତ ଅନେକ ଫଟୋ ପରୀକ୍ଷା କରିଥିଲେ। ସେଥିରୁ ଜଣାପଡ଼ିଛି ଯେ ପ୍ରତି ବର୍ଷ ଏଭରେଷ୍ଟ ବେସ୍‌ କ୍ୟାମ୍ପ୍‌ ଅଞ୍ଚଳର ଭୂପୃଷ୍ଠ ତାପମାତ୍ରା ହାରାହାରି ୦.୨୮ ଡିଗ୍ରି ସେଲ୍‌ସିଅସ୍‌ ବୃଦ୍ଧି ପାଉଛି। ଖୁମ୍ବୁ ହିମବାହ ଆଖପାଖରେ ଯେଉଁ ପରିମାଣ ତାପମାତ୍ରା ରେକର୍ଡ କରାଯାଇଛି ଉପରୋକ୍ତ ତାପମାତ୍ରା ତାହାର ପ୍ରାୟ ଦୁଇଗୁଣ ହେବ। ତେଣୁ, ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି ଯେ ନେପାଳ ହିମବାହ ନିକଟରୁ ଏଭରେଷ୍ଟ୍‌ ବେସ୍‌ କ୍ୟାମ୍ପ୍‌ ଉଠାଇ ନେଇ ପାଖରେ ଥିବା ଅଧିକ ସୁଦୃଢ଼ ଭୂମି ଉପରେ ତାହାକୁ ସ୍ଥାପନ କରିବା ଉଚିତ।

Competition: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା: ଭଦ୍ରକ ଜିଲ୍ଲାରେ ୪୪୧୩ ପ୍ରତିଯୋଗୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.