ARTICLE AD BOX
ନୂଆଦିଲ୍ଲୀ: ନିର୍ବାଚନ କମିସନ୍ ତୃଣମୂଳ କଂଗ୍ରେସ ଦଳର ନାମ ଓ ନିର୍ବାଚନୀ ଚିହ୍ନକୁ ଅଚଳ କରିଦେବା ପରେ ଏହି ନିଷ୍ପତ୍ତିକୁ ବିରୋଧ କରି ଟିଏମ୍ସି ଆସାମ ଶାଖା ଆଗାମୀ ନଗାଓଁ ଲୋକସଭା ଉପନିର୍ବାଚନ ଲଢ଼ିବନି ବୋଲି ନିଷ୍ପତ୍ତି ନେଇଛି। ଦଳ ପୂର୍ବରୁ ଅବଦୁଲ ସଲାମଙ୍କୁ ଉପନିର୍ବାଚନ ପାଇଁ ଏହାର ପ୍ରାର୍ଥୀ ଘୋଷଣା କରିଥିଲା। ଦଳର ରାଜ୍ୟ ସଂଯୋଜକ ଶେରମାନ ଅଲି ଅହମଦ ଏକ ବିବୃତି ଜାରି କରି କହିଛନ୍ତି ଯେ, ଆମ ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ଆମେ ସମର୍ଥନ କରୁଛୁ।
ଆହୁରି ପଢନ୍ତୁ: Sundargarh Road Accident ବାଇକକୁ ଧକ୍କା ଦେଇ ନାଳରେ ଖସିଲା ବୋଲେରୋ, ବାପ, ପୁଅ, ନାତି ମୃତ
ନଗାଓଁ ଉପନିର୍ବାଚନ ପାଇଁ ଆମ ଦଳର ନାମ ଓ ନିର୍ବାଚନୀ ଚିହ୍ନକୁ ଅସ୍ଥାୟୀ ଭାବେ ଅଚଳ କରିଦେବା ହେଉଛି ଅଗଣତାନ୍ତ୍ରିକ ବୋଲି ସେ କହିଛନ୍ତି। ଶେରମାନ ଅଲି କହିଛନ୍ତି, ଆମେ ଏହାକୁ ବିରୋଧ କରି ନଗାଓଁ ଉପନିର୍ବାଚନ ଲଢ଼ିବୁନି ବୋଲି ନିଷ୍ପତ୍ତି ନେଇଛୁ। ଗଣତନ୍ତ୍ରର ଶ୍ବାସରୁଦ୍ଧ କରୁଥିବାରୁ ଆମେ ନିର୍ବାଚନ କମିସନ୍କୁ କଡ଼ା ନିନ୍ଦା କରୁଛୁ ବୋଲି ସେ କହିଛନ୍ତି।

20 minutes ago
1


