ARTICLE AD BOX
ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଏକ ପିକଅପ୍ ଭ୍ୟାନରୁ ମୂଲ୍ୟବାନ ଶିଶୁ କାଠ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। କରୁକୋଣ୍ଡା ଅଞ୍ଚଳରୁ ଓଡ଼ିଶା ସୀମାନ୍ତ-ଆନ୍ଧ୍ର ଡଙ୍କରାଇ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ଏହି କାଠକୁ ଜବତ କରିଛି।
ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା
ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବନ ଅଧିକାରୀମାନେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ବାଲିମେଳା ପଟୁ ଏକ ପିକଅପ୍ ଭ୍ୟାନ ଦ୍ରୁତ ଗତିରେ ଆସୁଥିବା ଦେଖିଥିଲେ। ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଚାଳକ ଗାଡ଼ି ନଅଟକାଇ ଖସି ପଳାଇ ଚେଷ୍ଟା କରିଥିଲା। ଏହାପରେ ବନ ବିଭାଗର ଟିମ୍ ପିକଅପ୍ ଭ୍ୟାନକୁ ପିଛା କରି ମନ୍ତ୍ରୀପୁଟ ଫୁଲପଦର ନିକଟରେ କାବୁ କରିଥିଲେ। ଗାଡ଼ି ନମ୍ବର OD-10-J-7284 ଥିବା ଏହି ପିକଅପ୍ ଭ୍ୟାନର ଯାଞ୍ଚ ବେଳେ ଗାଡ଼ି ଡାଲାରୁ ୧୦ଟି ମୂଲ୍ୟବାନ ଶିଶୁ କାଠ ଗଣ୍ଡି ଜବତ କରାଯାଇଥିଲା। ଯାହାର ସରକାରୀ ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା।
Malaria Death: ମ୍ୟାଲେରିଆରେ ପୁଣି ଜଣେ ଛାତ୍ର ମୃତ, ସପ୍ତାହକରେ ଗଲାଣି ୨ଜଣଙ୍କ ଜୀବନ
ଘଟଣାସ୍ଥଳରୁ ପିକଅପ୍ ଭ୍ୟାନରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଖସି ପଳେଇଥିବା ବେଳେ, ଜଣଙ୍କୁ ଅଟକରଖି କାଠ ଚୋରା ଚାଲାଣ ପଛରେ ଥିବା ରାକେଟ୍ ସମ୍ପର୍କରେ ବନ ବିଭାଗ ଅଧିକ ତଦନ୍ତ ଆରମ୍ଭ କରିଛି। ଏହି କାଠ କେଉଁଠାରୁ କଟାଯାଇଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ଖୋଳତାଡ଼ ଚାଲିଛି। ତେବେ ଏହି ଚୋରା ଚାଲାଣରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଅଟକ ଯୁବକଙ୍କୁ ଓଡ଼ିଶା ଫରେଷ୍ଟ ଆକ୍ଟ ଅନୁଯାୟୀ ୧୯୭୨/୫୬ ରେ କୋର୍ଟ ଚାଲାଣ କରାଯିବ।

2 weeks ago
9


