Tiger: ଗାଈକୁ ମାରିଲା କଲରାପତରିଆ: ଗ୍ରାମବାସୀ ଭୟଭୀତ, ଟ୍ରାପ୍ କ୍ୟାମେରା ଲଗାଇଲା ବନ ବିଭାଗ

2 weeks ago 10
ARTICLE AD BOX

ଗୁରୁଣ୍ଡିଆ/ବଣାଇଗଡ଼: ସୁନ୍ଦରଗଡ଼ଜିଲ୍ଲା ବଣାଇ ବନଖଣ୍ଡ ତାମଡ଼ା ରେଞ୍ଜ ଅଧୀନ ଗୁରୁଣ୍ଡିଆ ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ଚାଷୀ ଅଗଷ୍ଟୁସ ଡୁଙ୍ଗଡୁଙ୍ଗଙ୍କ ଏକ ଗାଈକୁ ବାଘ ଆକ୍ରମଣ କରି ମାରିଦେଇଥିବା ବନ ବିଭାଗ ସନ୍ଦେହ ପ୍ରକାଶ କରିଛି। ଏହି ଘଟଣା ପରେ ଗାଁ ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ତାମଡ଼ା ରେଞ୍ଜର ପ୍ରୟାଗ ପ୍ରଧାନ, ବନପାଳ ପ୍ରତାପ ସାହୁ ଓ ବନ ବିଭାଗର ସ୍ପେସାଲ୍‌ ସ୍କ୍ୱାଡ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। 

Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ

ପାଦଚିହ୍ନକୁ ଅନୁଧ୍ୟାନ କରାଯିବା ପରେ ଏହା ଏକ କଲରାପତରିଆ ବାଘ ବୋଲି ଅନୁମାନ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଗୁରୁଣ୍ଡିଆ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଟ୍ରାପ୍‌ କ୍ୟାମେରା ଲଗାଯାଇଛି। କ୍ୟାମେରା ମାଧ୍ୟମରେ ବାଘର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯିବା ସହ ବନ କର୍ମଚାରୀ ନିୟମିତ ପାଟ୍ରୋଲିଂ କରୁଛନ୍ତି। ଅନ୍ୟପଟେ ଏହି ଆକ୍ରମଣରେ ଗାଈ ହରାଇଥିବା ଚାଷୀ ଅଗଷ୍ଟୁସଙ୍କୁ ବନ ବିଭାଗର ନିୟମ ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ରେଞ୍ଜର ପ୍ରୟାଗ ପ୍ରଧାନ ସୂଚନା ଦେଇଛନ୍ତି। ଏହା ସହିତ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ଏବଂ ରାତି ସମୟରେ ଏକାକୀ ବାହାରକୁ ନ ବାହାରିବା ପାଇଁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା

Read Entire Article
LEFT SIDEBAR AD

Hidden in mobile, Best for skyscrapers.