Tiger Skin Seized ଓଡ଼ିଶା-ଛତିଶଗଡ଼ ସୀମାନ୍ତ  ମହାବଳ ବାଘ ଛାଲ ଜବତ, ୨ ଗିରଫ

1 month ago 13
ARTICLE AD BOX

ନୂଆପଡ଼ା:  ଓଡ଼ିଶା ସୁନାବେଡ଼ା ଅଭୟାକରଣ୍ୟ ଓ ଛତିଶଗଡ଼ ଉଦନ୍ତ  ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରୀଙ୍କ ଦାଉ ବଢ଼ିଛି। ବନ ବିଭାଗ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ବେଆଇନ ଶିକାର ଓ ବନ୍ୟଜନ୍ତୁଙ୍କ ଦେହାବଶେଷର କାରବାର କରୁଛନ୍ତି। ଏହି କ୍ରମରେ ଆଜି (ବୁଧବାର)  ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସୀମାନ୍ତ ଛତିଶଗଡ ରାଜ୍ୟ ଉଦନ୍ତି- ସୀତାନଦୀ ଅଭୟାରଣ୍ୟ ଅଞ୍ଚଳରୁ ମହାବଳ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। 

Tiger Skin: ୩ ବାଘଛାଲ ଜବତ ପରେ ବି ଧରାପଡୁନାହାନ୍ତି ମାଷ୍ଟରମାଇଣ୍ଡ

ବୋଳଇ ଉଦନ୍ତି ସୀତାନଦୀ ଟାଇଗର ରିଜର୍ଭ  ଉପ ନିର୍ଦ୍ଦେଶକ ବରୁଣ ଜୈନ କହିଛନ୍ତି,  ଛତିଶଗଡ ଉଦନ୍ତି ସୀତାନଦୀ ଟାଇଗର ରିଜର୍ଭ ଆଣ୍ଟୀ ପୋଚିଂ ଟିମକୁ ବାଘଛାଲର ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ସୂଚନା ଆଧାରରେ ଟିମ୍‌ ଚଢ଼ାଉ କରିଥିଲା। ଭାନୁପ୍ରତାପପୁର ଗାଁ ନିକଟରୁ  ଦୁଇଜଣଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଏକ ମହାବଳ ବାଘଛାଲ ଜବତ ହୋଇଥିଲା। ଏହି ବାଘକୁ ସେମାନେ ଇନ୍ଦ୍ରାବତୀ ଅଭୁଝମାଡରେ ଶିକାର କରିଥିବା ସ୍ବୀକାର କରିଛନ୍ତି।  ଗିରଫ ଶିକାରୀମାନେ ମହାରାଷ୍ଟ୍ର ଚନ୍ଦ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। 

Leopard Poachers ୩ମାସରେ ଦ୍ବିତୀୟ ବାଘଛାଲ ଜବତ, ୫ଗିରଫ

ସୂଚନାଯୋଗ୍ୟ, ବିଗତ ଦିନରେ  ଉଭୟ  ସୀମାନ୍ତରେ ବାଘ ସହ ବିଭିନ୍ନ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗ  ଗିରଫ କରିବା ଦେଖିବାକୁ ମିଲିଛି। ବର୍ତ୍ତମାନ ସୀମାନ୍ତାରେ ମାଓବାଦୀଙ୍କ ପ୍ରଭାବ କମିଥିବା ବେଲେ ବନ୍ୟଜନ୍ତୁ ଶିକାରୀମାନଙ୍କ  ପ୍ରଭାବ  ବଢ଼ିଛି।  ଅଭୟାରଣ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଦେବା ପାଇଁ ଉଭୟ ରାଜ୍ୟର ବନବିଭାଗ  ଶିକାରୀ ଉପରେ  କଡ଼ା ନଜର ରଖିବା ଜରୁରୀ ହୋଇପଡିଛି। ନହେଲେ ଅଭୟାରଣ୍ୟରୁ  ଦିନକୁ ଦିନ ବନ୍ୟଜନ୍ତୁ  ଲୋପ ପାଇବାର ଆଶଙ୍କା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.