Three nuclear power: ଓଡ଼ିଶାରେ ହେବ ୩ଟି ଆଣବିକ ଶକ୍ତି ପ୍ରକଳ୍ପ: ଆଗ୍ରହ ଦେଖାଇଲେ ଟାଟା, ଏନ୍‌ଟିପିସି, ଜିନ୍ଦଲ

2 weeks ago 9
ARTICLE AD BOX

ଭୁବନେଶ୍ବର: ଶକ୍ତି ଚାହିଦା ପୂରଣ କରିବା ଦିଗରେ କ୍ଷୁଦ୍ର ଆଣବିକ ଶକ୍ତି ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ଓଡ଼ିଶାରେ ଏଭଳି ପ୍ରକଳ୍ପ ସ୍ଥାପନ କରିବାକୁ ବିଭିନ୍ନ ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ତିନିଟି ପ୍ରମୁଖ ସଂସ୍ଥା ଟାଟା ପାୱାର, ଏନ୍‌ଟିପିସି ଓ ନବୀନ ଜିନ୍ଦଲଙ୍କ ଜିନ୍ଦଲ ଗ୍ରୁପ୍‌ ରାଜ୍ୟରେ କ୍ଷୁଦ୍ର ଆଣବିକ ରିଆକ୍ଟର ଆଧାରିତ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିଛି ଦିନ ପୂର୍ବେ ଟାଟା ପାୱାର ପକ୍ଷରୁ କୁହାଯାଇଥିଲା ଯେ ୨୨୦ ମେଗାୱାଟ୍‌ ବିଶିଷ୍ଟ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର (ଏସ୍‌ଏମ୍‌ଆର୍‌) ସ୍ଥାପନ କରିବା ପାଇଁ ଏହା ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇଏଲ୍‌) ସହିତ ସହଯୋଗିତା କରିଛି। ଓଡ଼ିଶା ସରକାର ଓ ଆଉ କିଛି ରାଜ୍ୟ ସହ କମ୍ପାନି ଆଲୋଚନା କରୁଛି। ତେବେ ଓଡ଼ିଶାରେ ଜମି ଅଧିଗ୍ରହଣ ଓ ଆବଣ୍ଟନକୁ ନେଇ କିଛିଟା ସମସ୍ୟା ରହିଥିବା ଜଣାପଡ଼ିଛି। ବର୍ତ୍ତମାନ କମ୍ପାନି ପ୍ରକଳ୍ପ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ଓ ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବା କାର୍ଯ୍ୟ କରୁଛି।

Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ

ସେହିପରି, ଏନ୍‌ଟିପିସି ମଧ୍ୟ ୨୦୪୭ ସୁଦ୍ଧା ୩୦ ଗିଗାୱାଟ୍‌ର ଆଣବିକ ଶକ୍ତି କ୍ଷମତା ବିଶିଷ୍ଟ ପ୍ରକଳ୍ପ ସ୍ଥ‌ାପନ କରିବାକୁ ଯୋଜନା ରଖିଛି। ସେହି ଯୋଜନାର ଅଂଶସ୍ବରୂପ କମ୍ପାନି ଓଡ଼ିଶାରେ ମଧ୍ୟ ପ୍ରକଳ୍ପ ସ୍ଥାପନ କରିବା ଉପରେ ବିଚାର କରୁଛି। ଏନ୍‌ଟିପିସି ମଧ୍ୟ ଏନ୍‌ପିସିଆଇଏଲ୍‌ ଓ ଓଡ଼ିଶା ସରକାରଙ୍କ ସହ ମିଶି ପ୍ରକଳ୍ପ ପାଇଁ ଉପଯୁକ୍ତ ସ୍ଥାନ ଚୟନ କରିବା ଦିଗରେ କାର୍ଯ୍ୟ କରୁଛି। କମ୍ପାନି ଉପକୂଳ ଅଞ୍ଚଳରେ ଏହାର ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରାଥମିକତା ଦେବ ଯେଉଁଠାରେ ନିରନ୍ତର ଜଳ ଯୋଗାଣର ବ୍ୟବସ୍ଥା ରହିଥିବ। 

Trade: ଭାରତ-ବ୍ରିଟେନ ସିଇଟିଏ ଆଜିଠୁ; ମୋଦୀଙ୍କ ଅମଳରେ ଷଷ୍ଠ ଏଫ୍‌ଟିଏ

ଟାଟା ଓ ଏନ୍‌ଟିପିସି ବ୍ୟତୀତ ଶିଳ୍ପପତି ନବୀନ ଜିନ୍ଦଲଙ୍କ ଜିନ୍ଦଲ ଗ୍ରୁପ୍‌ ମଧ୍ୟ ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି। କମ୍ପାନି ଓଡ଼ିଶା, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟରେ ଏହି ପ୍ରକଳ୍ପଗୁଡ଼ିକୁ  ସ୍ଥାପନ କରିବାକୁ ଚାହୁଛି। ଓଡ଼ିଶା ଓ ଗୁଜରାଟରେ ପ୍ରକଳ୍ପ କରିବାକୁ କମ୍ପାନି ଗମ୍ଭୀରତାର ସହ ବିଚାର କରୁଛି। ଜମି ଉପଲବ୍ଧତା, ଜଳ ସମ୍ବଳ, ଭୌଗୋଳିକ ସ୍ଥିତି, ସଞ୍ଚରଣ ସଂଯୋଗ, ନିୟାମକ ସୁବିଧା ଓ ପ୍ରକଳ୍ପର ଦୀର୍ଘକାଳୀନ ସ୍ଥାୟିତ୍ବ ଭଳି ମାନଦଣ୍ଡ ବିଚାରକୁ ନେଇ କମ୍ପାନି ପ୍ରକଳ୍ପ ସ୍ଥଳ ଚୟନ କରିବା ଦିଗରେ କାମ କରୁଛି। କମ୍ପାନି ୭୦୦ ମେଗାୱାଟ୍‌ ଓ ତାଠାରୁ ଅଧିକ କ୍ଷମତାର ବଡ଼ ମଡ୍ୟୁଲ୍‌ ରିଆକ୍ଟର (ଏଲ୍‌ଏମ୍‌ଆର୍‌) ସ୍ଥାପନ କରିବା ଯୋଜନା ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.