ARTICLE AD BOX
ଭୁବନେଶ୍ବର: ଦୀପାବଳିରେ ବାୟୁ ପ୍ରଦୂଷଣ ରୋକିବାକୁ କଟକଣା ଜାରି ହୋଇଥିଲା। ପୁଲିସ ବି ଜଗିଥିଲା। ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ସବୁଜ ବାଣ ଫୁଟାଇବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରାମର୍ଶ ଦେଇଥିଲା। ମାତ୍ର ନିର୍ଦ୍ଦେଶକୁ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ କେହି ମାନିଲେ ନାହିଁ। ପୁଲିସ ପାଟ୍ରୋଲିଂକୁ ବି ଖାତିର କଲେନି। ବିନା ବାଧାରେ ଢୋ…ଢା କରି ଫୁଟାଇଲେ। ଭୁବନେଶ୍ବରରୁ ଆରମ୍ଭ କରି ତାଳଚେର ପର୍ଯ୍ୟନ୍ତ, ସବୁଠି ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଥିଲା। ଭୁବନେଶ୍ବର, କଟକ ପରି ସମୟରେ ୨୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଲା ନାହିଁ। ସ୍ଥିତି ଦେଖିଲେ ଲାଗୁଥିଲା ଯେପରି କାହାରି ମନରେ ପରିବେଶ ସୁରକ୍ଷା ପାଇଁ ଭାବନା ନାହିଁ। ଖୁସି ପାଇଁ ସିନା ସମସ୍ତେ ଦୁଇରୁ ତିନି ଘଣ୍ଟା ବାଣ ଫୁଟାଇଲେ; ମାତ୍ର ଏହାଦ୍ବାରା ୯ ଘଣ୍ଟା ଧରି ରାଜ୍ୟବାସୀ ଅଣନିଃଶ୍ବାସୀ ହେଲେ। ବୟସ୍କ ବ୍ୟକ୍ତି, ଶିଶୁ ଓ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତା’ ସତ୍ତ୍ବେ ମଧ୍ୟ ପୁଲିସ କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ନାହିଁ।
Attack: ସରପଞ୍ଚ ଚାମେଲି ଓଝାଙ୍କ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ: ବାପା, ଭାଇ ଓ ସମ୍ପର୍କୀୟ ଗୁରୁତର
ରାଜ୍ୟର ବିଭିନ୍ନ ସହରରେ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଷ୍ଟେସନ୍ର ତଥ୍ୟ ଅନୁଯାୟୀ କଟକ ଓ ଭୁବନେଶ୍ବର ସହରର ବାୟୁ ପ୍ରଦୂଷଣ ସୋମବାର ରାତି ୮ଟାରୁ ହିଁ ଖରାପ ହୋଇଥିଲା, ଯାହାକି ମଙ୍ଗଳବାର ଭୋର ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। କଟକରେ ରାତି ୮ଟାରେ ବାୟୁ ଗୁଣବତ୍ତା ସୂଚଙ୍କାଙ୍କ(ଏକ୍ୟୁଆଇ) ପିଏମ୍୨.୫ (୨.୫ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍ ବ୍ୟାସ ବିଶିଷ୍ଟ ସୂକ୍ଷ୍ମ ନିଃଶ୍ୱାସଯୋଗ୍ୟ କଣିକା, ଯାହାକି ଫୁସ୍ଫୁସ୍ରେ ପ୍ରବେଶ କରି ରକ୍ତପ୍ରବାହରେ ବିପଦ ସୃଷ୍ଟି କରେ) ୩୪୧ରେ ପହଞ୍ଚିଥିବା ବେଳେ ରାତି ୧୦ରୁ ୧୨ଟା ପର୍ଯ୍ୟନ୍ତ ଗମ୍ଭୀର ସ୍ଥିତି ଅର୍ଥାତ୍ ୫୦୦ରେ ରହିଥିଲା। ରାତି ଗୋଟାଏ ବେଳେ ମଧ୍ୟ ୪୫୬ରେ ରହିଥିଲା। ପିଏମ୍୧୦ (୧୦ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍ ବ୍ୟାସ ବିଶିଷ୍ଟ କଣିକା ପଦାର୍ଥ, ଯାହାକି ନିଃଶ୍ୱାସ ନେବା ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ) ରାତି ୧୦ଟାରେ ୪୬୪, ୧୧ରେ ୪୧୧, ୧୨ଟାରେ ୩୬୮ ରହିଥିଲା।
Indian Railways: ଆବର୍ଜନା ନିଷ୍କାସନରୁ ୬୨୮.୪୯ କୋଟି ଟଙ୍କା ଆୟ, ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କଲା ରେଳବାଇ
ଅନୁରୂପ ସ୍ଥିତି ଭୁବନେଶ୍ବରରେ ଉପୁଜିଥିଲା। ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଷ୍ଟେସନ୍ର ତଥ୍ୟ ଅନୁଯାୟୀ ରାତି ୮ଟାରେ ପିଏମ୍୨.୫ର ମାତ୍ରା ୩୮୮ରେ ପହଞ୍ଚିଥିବା ବେଳେ ପରବର୍ତ୍ତୀ ଏକ ଘଣ୍ଟାରେ ୫୦୦ ଛୁଇଁଥିଲା, ଯାହାକି ଭୋର ୪ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ସକାଳ ୬ଟା ବେଳକୁ ଏକ୍ୟୁଆଇ ୨୦୦ ତଳକୁ ହ୍ରାସ ପାଇଥିଲା। ସେହିପରି ପିଏମ୍୧୦ ମଧ୍ୟ ରାତି ୮ଟାରୁ ୧୧ଟା ମଧ୍ୟରେ ଯଥାକ୍ରମେ ୨୪୫, ୪୫୫ ଓ ୫୦୦ରେ ପହଞ୍ଚିଥିଲା। ପଟିଆ ଅଞ୍ଚଳ ଷ୍ଟେସନ୍ର ତଥ୍ୟ ଅନୁଯାୟୀ ପିଏମ୍୨.୫ ରାତି ୯ଟା ବେଳକୁ ୪୦୪ରେ ପହଞ୍ଚିଥିଲା। ପରବର୍ତ୍ତୀ ଦୁଇ ଘଣ୍ଟା ଅର୍ଥାତ୍ ରାତି ୧୧ଟା ବେଳକୁ ୫୦୦ ଛୁଇଁଥିଲା। ଅନୁରୂପ ଭାବେ ରାତି ୧୦ଟା ବେଳକୁ ପିଏମ୍୧୦ ମାତ୍ରା ୪୭୦ରେ ଥିଲା। ବାଲେଶ୍ବରରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଥିଲା। ରାତି ୯ଟାରେ ପିଏମ୍୨.୫ ମାତ୍ରା ୫୦୦ରେ ପହଞ୍ଚିଥିବା ବେଳେ ପରବର୍ତ୍ତୀ ୩ ଘଣ୍ଟାରେ ଯଥାକ୍ରମେ ୪୪୮, ୩୩୮ ଓ ୩୧୬ ରହିଥିଲା।
ଦିଲ୍ଲୀ ପ୍ରଦୂଷଣକୁ ଟପିଗଲା ଭୁବନେଶ୍ବର
କଟକ, ବାଲେଶ୍ବର, ଅନୁଗୋଳ ସ୍ଥିତି ଅନୁରୂପ
ଅନୁଗୋଳରେ ରାତି ୮ଟାରୁ ଭୋର ୪ଟା ପର୍ଯ୍ୟନ୍ତ ପିଏମ୍ ୨.୫ ମାତ୍ରା ଯଥାକ୍ରମେ ୪୦୨, ୪୬୭, ୩୨୬, ୩୩୨, ୩୬୩, ୩୬୫, ୩୪୮ ଓ ୩୦୫ ରହିଥିଲା। ତାଳଚେରରେ ଆଜି ରାତି ପର୍ଯ୍ୟନ୍ତ ସ୍ବାଭାବିକ ସ୍ଥିତିକୁ ଫେରିନି ବାୟୁ। ଗତକାଲି ରାତି ୮ଟାରେ ୪୦୬ରେ ପହଞ୍ଚିଥିବା ପିଏମ୍୨.୫ ମାତ୍ରା ରାତି ୧୧ଟାରୁ ୪ ଘଣ୍ଟା ପର୍ଯ୍ୟନ୍ତ ୫୦୦ ଉପରେ ରହିଥିଲା। ସକାଳ ସମୟରେ ବାୟୁ ପ୍ରଦୂଷଣ ସାମାନ୍ୟ କମିଥିଲେ ମଧ୍ୟ ମଧ୍ୟାହ୍ନରେ ଗାଡ଼ିମୋଟର ଚଳାଚଳ ଦ୍ବାରା ପୁଣିଥରେ ଉପରମୁହାଁ ହୋଇଥିଲା। ଏଠାରେ ପିଏମ୍-୧୦ ମାତ୍ରା ରାତି ୮ଟାରୁ ଭୋର ପର୍ଯ୍ୟନ୍ତ ଶୀର୍ଷ ସ୍ତରରେ ପହଞ୍ଚିଥିଲା। ପାରାଦୀପରେ ମଧ୍ୟରାତିରେ ପିଏମ୍ ୨.୫ ମାତ୍ର ୩୦୦ ଡେଇଁଥିଲା। କେନ୍ଦୁଝରରେ ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ପିଏମ୍-୨.୫ ମାତ୍ରା ୨୫୦ ଉପରେ ରହିଥିବା ବେଳେ ବଡବିଲରେ ସନ୍ଧ୍ୟା ୮ଟାରୁ ରାତି ୩ଟା ପର୍ଯ୍ୟନ୍ତ ୩୦୦ ଉପରେ ଥିଲା। ବାଣ ଫୁଟିବା ଦ୍ବାରା ଅନ୍ୟାନ୍ୟ ସହର ଓ ଗ୍ରାମାଞ୍ଚଳଗୁଡ଼ିକ ମଧ୍ୟ ପ୍ରଦୂଷିତ ହୋଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ କହିଛନ୍ତି।
Neglect: ଭୋକ ପାଖେ ବନ୍ଧା ପଡ଼ିଛି ମାଆର ସ୍ବାଭିମାନ; ଛୁଆଙ୍କ ପାଇଁ ମାଗୁଛନ୍ତି ଭିକ
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପିଏମ୍ ୨.୫ ମାତ୍ରା ୫୦୦ ଉପରକୁ ଆକଳନ କରାଯାଉ ନ ଥିଲେ ମଧ୍ୟ ରାଜ୍ୟର ଗୋଟିଏ ଗୋଟିଏ ସ୍ଥାନରେ ବାୟୁ ପ୍ରଦୂଷଣର ମାତ୍ରା ଦେଶର ରାଜଧାନୀ ଦିଲ୍ଲୀକୁ ଟପିଯାଇଥିବା ଘରୋଇ ସଂସ୍ଥାମାନେ ଦର୍ଶାଇଛନ୍ତି। ଦୀପାବଳିରେ ବାଣ ଫୁଟା ଯିବା ପରେ ଗୋଟିଏ ସମୟରେ ଭୁବନେଶ୍ବରର ଏକ୍ୟୁଆଇ ୧୨୦୦ ଛୁଇଁଥିବା ବେଳେ ପୁରୀରେ ୧୧୪୭, କୋଣାର୍କରେ ୧୦୬୯, ଜଟଣୀରେ ୧୦୧୮, ତାଳଚେରରେ ୭୨୯, କଟକରେ ୫୮୦ରେ ପହଞ୍ଚିଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୨୪ ଘଣ୍ଟାର ହାରାହାରି ତଥ୍ୟ(ସୋମବାର ଅପରାହ୍ଣ ୪ଟାରୁ ମଙ୍ଗଳବାର ଅପରାହ୍ଣ ୪ଟା ମଧ୍ୟରେ) ଦେଖିଲେ ତାଳଚେରରେ ୨୭୨, ଭୁବନେଶ୍ବରରେ ୨୦୮, କଟକରେ ୧୯୩, ଅନୁଗୋଳରେ ୧୯୧, ରାଉରକେଲାରେ ୧୮୨, ବ୍ୟାସନଗର ୧୭୦, କେନ୍ଦୁଝରରେ ୧୬୮, ବାଲେଶ୍ବରରେ ୧୫୩, ବାରିପଦାରେ ୧୫୧, ବଡ଼ବିଲରେ ୧୩୮ ରହିଥିଲା।

3 days ago
1


