Para Sports Policy: ସରକାରଙ୍କ ପାରା କ୍ରୀଡ଼ା ନୀତିକୁ ପ୍ରମୋଦଙ୍କ ନାପସନ୍ଦ

46 minutes ago 2
ARTICLE AD BOX

ଭୁବନେଶ୍ବର: ନିକଟରେ ପାରା ଏସୀୟ କ୍ରୀଡ଼ାରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବା ପ୍ରମୋଦ ଭଗତ ଗୁରୁବାର ଓଡ଼ିଶା ଫେରିବା ପରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇଚି-ନାଗୋୟାରେ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଏହି ଟୋକିଓ ଅଲିମ୍ପିକ୍ସ ବିଜେତା ୧୫ ଦିନ ହେଲା ଦେଶରେ ପହଞ୍ଚିଥିଲେ ମଧ୍ୟ ଓଡ଼ିଶା ସରକାର ତାଙ୍କୁ ସମ୍ବର୍ଦ୍ଧିତ କରି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଗୁରୁବାର ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ କ୍ରୀଡ଼ା ବିଭାଗ ପକ୍ଷରୁ କିଛି ବରିଷ୍ଠ ଅଧିକାରୀ ଅବଶ୍ୟ ତାଙ୍କୁ ସ୍ବାଗତ କରିଥିଲେ। 

Education: ଓଡ଼ିଶା ସ୍କିଲ୍ସ ୨୦୨୬–୨୭: ନଭେମ୍ବର ୨୮ରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମୋଦ କହିଛନ୍ତି ଯେ ମୋତେ ଲାଗୁଛି ଓଡ଼ିଶା ସରକାର ପାରା କ୍ରୀଡ଼ାବିତ୍‌ଙ୍କ ପ୍ରତି ଅବହେଳା ଓ ପକ୍ଷପାତିିତା କରୁଛନ୍ତି। ସରକାର ପ୍ରତିଯୋଗିତା ଆୟୋଜନ ପାଇଁ ରାଜ୍ୟ ପାରା କ୍ରୀଡ଼ା ସଂଘକୁ ସହ‌ଯୋଗ କରୁଛନ୍ତି। କିନ୍ତୁ ସାଧାରଣ କ୍ରୀଡ଼ାବିତ୍‌ଙ୍କ ଭଳି ପାରା କ୍ରୀଡ଼ାବିତ୍‌ଙ୍କ ପାଇଁ ସେଭଳି କିଛି ନୀତି ଥିବା ମୋତେ ଲାଗୁନି। ପାରା କ୍ରୀଡ଼ାରେ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ କରି ଆଗକୁ ବଢ଼ିବାରେ ସହଯୋଗ ଓଡ଼ିଶା ସରକାର କରୁନାହାନ୍ତି। ପ୍ରମୋଦ ପୁଣି କହିଛନ୍ତି ଯେ ମୁଁ ରାଜ୍ୟର ଏକମାତ୍ର ଖେଳରତ୍ନ ପୁରସ୍କାର ବିଜେତା। ହେଲେ ଦୁଇ ବର୍ଷ ହେବ ମୋତେ କୌଣସି ପ୍ରୋତ୍ସାହନ ରାଶି ମିଳିନି। ଆଇଚି-ନାଗୋୟା ପାରା ଏସୀୟ କ୍ରୀଡ଼ାର ଆମ ସମସ୍ତ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କିନ୍ତୁ ସମ୍ମାନ ଟିକିଏ ମିଳିଲାନି। ପୂର୍ବରୁ ପଦକ ଜିତିକି ଆସୁ ଆସୁ ବିମାନବନ୍ଦରରେ ଆମକୁ ସ୍ବାଗତ କରି ଷ୍ଟାଡିୟମ୍‌କୁ ଅଣାଯାଇ ସମ୍ବର୍ଦ୍ଧିତ କରାଯାଉଥିଲା। ହେଲେ ଏବେ ଏସବୁ ନାହିଁ। ଓଡ଼ିଶାର ଆମେ ୩ ଜଣ ଆଇଚି-ନାଗୋୟାରେ ପଦକ ଜିତିଥିଲୁ। କେବଳ ପାୟଲ ନାଗକୁ ପ୍ରୋତ୍ସାହନ ରାଶି ସହ ସମ୍ବର୍ଦ୍ଧିତ କରାଯାଇଛି। 

Horoscope 2026 November 13: ଜାଣନ୍ତୁ ଆଜିର ରାଶିଫଳ...

ସରକାର ଜଣେ କ୍ରୀଡ଼ାବିତ୍‌ଙ୍କୁ ଜୀବନକାଳ ଭିତରେ ଅତିବେଶୀରେ ୯ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ନେବାର ନିୟମ ଥିବାରୁ ମୋତେ ଆଉ କିଛି ମିଳୁନି। ଏପରିକି ଗତ ଥର ପଦକଠୁ ଏଥର ପଦକରେ ଉନ୍ନତି ନହେଲେ ପ୍ରୋତ୍ସାହନ ରାଶି ମିଳିବନି। ଏହି ନିୟମକୁ ମୁଁ ନାପସନ୍ଦ କରୁଛି। ଏହି ନୀତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ଅନେକ ଥର ଚିଠି ଲେଖିଛି। କିନ୍ତୁ ଏହାର କିଛି ସୁଫଳ ମିଳିନି। କେବଳ କ୍ରୀଡ଼ାମନ୍ତ୍ରୀ ଯାହା ଆଲୋଚନା ଆଶ୍ବାସନା ଦେଇଛନ୍ତି। ମୁଁ ସରକାରଙ୍କୁ ଅନୁରୋଧ କରୁଛି କିଛି ସ୍ବତନ୍ତ୍ର ନୀତି ପ୍ରଣୟନ କରି ପାରା କ୍ରୀଡ଼ାର ଉନ୍ନତି କରନ୍ତୁ। ଆଗକୁ କୌଣସି ରାଜ୍ୟର ପ୍ରତିନିଧିତ୍ବ କରିବାର ଏବେ ଯୋଜନା ନାହିଁ। ଆଗକୁ ମୋର ଲକ୍ଷ୍ୟ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ଏବଂ ରାଜ୍ୟ ପାରା କ୍ରୀଡ଼ାବିତ୍‌ଙ୍କ ଉନ୍ନତିରେ କାମ କରିବା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.