ARTICLE AD BOX
ବାଲିଶଙ୍କରା: ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା କୁଇଲେରମୁଣ୍ଡା ନିକଟରେ ଥିବା ଟେଢା ବିଲ୍ଡିଂ ଇଲେକ୍ଟ୍ରିକ୍ ଦୋକାନର ସଟର କାଟି ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରିକ୍ ସାମଗ୍ରୀ ଚୋରି ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଗନ୍ନାଥ ଡୁଙ୍ଗେତ (୪୫)ଙ୍କ ଇଲେକ୍ଟ୍ରିକ୍ ଦୋକାନର ସଟର କାଟି ଦୋକାନ ଭିତରକୁ ପ୍ରବେଶ କରିଥିଲେ। ଦୋକାନରୁ ପାଣି ମୋଟର ସହ ଅନ୍ୟାନ୍ୟ ଇଲେକ୍ଟ୍ରିକ୍ ସାମଗ୍ରୀ ଯାହାକି ଲକ୍ଷାଧିକ ଟଙ୍କାର ହେବ ଚୋରି କରି ନେଇଯାଇଛନ୍ତି। ଏନେଇ ଥାନାରେ ଲିଖିତ ଅଭିଯୋଗ ଜଣାଇଥିବା ଜଣାପଡିଛି।
Bear Attack: ନରହନ୍ତା ଭାଲୁକୁ କାବୁ କରିବା ପାଇଁ ନାକେଦମ ବନ ବିଭାଗ
ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ
ସେହିପରି ଗତ ୮ ତାରିଖ ପତେଇମୁଣ୍ଡା ଗ୍ରାମର ଯୁବକ ଲଳିତ ମହାକୁଳ ଘର ତିଆରି କରୁଥିବାରୁ ଶ୍ରମିକମାନଙ୍କୁ ପାଉଣା ଦେବା ପାଇଁ ବାଲିଶଙ୍କରା ସେଣ୍ଟ୍ରାଲ ବ୍ୟାଙ୍କକୁ ଆସି ୧ ଲକ୍ଷ ଟଙ୍କା ବାହାର କରି ବ୍ୟାଗରେ ଟଙ୍କା ଭର୍ତ୍ତି କରି ହୋଟେଲ ସମ୍ମୁଖରେ ଛିଡା ହୋଇଥିବାବେଳେ ୨ ଜଣ ମୁଖା ପିନ୍ଧା ଯୁବକ ବାଇକରେ ଆସି ସେହି ଯୁବକଙ୍କ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ଛତିଶଗଡ଼ ପଟକୁ ଫେରାର ହୋଇଯାଇଥିଲେ। ମାସେ ମଧ୍ୟରେ ତଲସରା ଥାନା ଅଂଚଳରେ ୩ଟି ଲଗାତାର ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପୁଲିସ ଚୋରମାନଙ୍କୁ ଧରିବାରେ ବିଫଳ ହୋଇଥିବାବେଳେ ଆଜି ପୁଣି ଏପରି ଖବର ସାମ୍ନାକୁ ଆସିଛି। ଏଠାରେ ତଲସରା ପୁଲିସ ପକ୍ଷରୁ କଡାକଡି ପାଟ୍ରୋଲିଂ ସହ ଦୁର୍ବୃତ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି।

2 weeks ago
14


