ARTICLE AD BOX
ବାଲିପାଟଣା: ଭୁବନେଶ୍ୱର କମିସନରେଟପୁଲିସ ଅଧୀନ ବାଲିପାଟଣା ଥାନା ଅଠାନ୍ତର ପଞ୍ଚାୟତ ପ୍ରସିଦ୍ଧ ମା 'ଗିରିଙ୍ଗେଶ୍ୱରୀ ମନ୍ଦିରରୁ ଗତକାଲି ବଡ଼ ଧରଣର ଚୋରି ହୋଇଛି| ଦୁର୍ବୃତ୍ତମାନେ ମାଙ୍କ ମନ୍ଦିର ଫାଟକ ସହ ୬ ବଖରା ଘର ଭାଙ୍ଗି ଲୁଟପାଟ କରିଛନ୍ତି | ମନ୍ଦିର ହୁଣ୍ଡି ଭାଙ୍ଗି ନଗଦ ୧୦ ହଜାରରୁ ଅଧିକ ଟଙ୍କା ଏବଂ ପୂଜାରେ ବ୍ୟବହୃତ ପିତଳ ଦୀପ ଷ୍ଟାଣ୍ଡ , ପିତଳ ବାଲଟି, ୨ ଟି ପିତଳ ଢାଳ ଲୁଟ କରିଛନ୍ତି |
ମନ୍ଦିର ଏବେ ଅସୁରକ୍ଷିତ
ସେହିପରି ମନ୍ଦିର ପରିସରରେ ଥିବା ରୋଷ ଘର ସହ ଅତିଥି ଭଵନ ଓ ବିଶ୍ରାମ ଗୃହ ତାଲା ଭାଙ୍ଗି ୨ଟି ପିତଳ ହାଣ୍ଡି , ୧ ପିତଳ ଟପ , ପିତଳ ଗାଙ୍ଗୁଲା ୧ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜଣା ପଡିଛି | ଆଜି ସକାଳୁ ମା 'ଙ୍କ ପୂଜକ ଜଗଦାନନ୍ଦ ରଣା ପୂଜା କରିବାକୁ ଆସିବା ସମୟରେ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ଟ୍ରଷ୍ଟ ମେମ୍ବରଙ୍କୁ ଜଣାଇଥିଲେ | ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି| ବାଲିପାଟଣା ଅଞ୍ଚଳରେ ବ୍ୟାପକ ନିଶା କାରବାର ହେତୁ ବିଭିନ୍ନ ମନ୍ଦିର ଏବେ ଅସୁରକ୍ଷିତ ହୋଇ ପଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି|
Car Accident: ପୋଖରୀରେ ପଶିଲା ଫରଚୁନର କାର୍! କାଚ ଭାଙ୍ଗି ବର୍ତ୍ତିଲେ ଚାଳକ

5 days ago
3


