ARTICLE AD BOX
ଘରେ କେହି ନଥିବାର ସୁଯୋଗ ନେଇ ବାଲେଶ୍ୱର ସୋର ଥାନା ମାଣିପୁର ପଞ୍ଚାୟତ ଗୁଲୁଣିଆ ଗ୍ରାମରେ ଘର ପଛ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଚୋରି। ପୁଲିସର ତଦନ୍ତ ଆରମ୍ଭ।
Soro House Theft Photograph: (sambad.in)ସୋର: ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକାନା ବୁଲାଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ସୋର ଥାନା ମାଣିପୁର ପଂଚାୟତ ଗୁଲୁଣିଆ ଗ୍ରାମର କେଳୁଚରଣ ବେହେରାଙ୍କ ସ୍ତ୍ରୀ ଓ ପୁଅ ବାଗୁଡି ବଜାରରେ ଏକ ପରିବା ଦୋକାନ କରିଛନ୍ତି। ପ୍ରତିଦିନ ଭଳି ଗତକାଲି ତାଙ୍କ ଦୋକାନକୁ ଯାଇଥିବା ବେଳେ ରାତିରେ ଘରକୁ ଫେରିଥିଲେ।
ସୋର ପୁଲିସକୁ ଖବର ଦେଇଥିଲେ
ପରେ ଘରର ପଛ ପଟରୁ କବାଟ ଭଙ୍ଗାଯାଇ ଘରେ ଥିବା ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Competition: ଜିଲ୍ଲାରେ ୨୯୯୬ ପ୍ରତିଯୋଗୀ: ନବରଙ୍ଗପୁରରେ ସର୍ବାଧିକ ୭୪୪ ପ୍ରତିଯୋଗୀ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
7


