The story behind the song: ଗୀତ ପଛର ଗପ: ଶେଷ ପଦଟି ଲେଖିଦେ‌େଲ, ଶ୍ରୀଜଗନ୍ନାଥ

3 weeks ago 13
ARTICLE AD BOX

ଶିବଶଙ୍କର ଓଝା

୧୯୬୨ରେ ମୁକ୍ତିପ୍ରାପ୍ତ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ ସାରଦା ପ୍ରସନ୍ନ ନାୟକ ଆଉ ସେ ବି ଏହାର କେତୋଟି ଗୀତ ରଚନା କରିଥିଲେ। ଛବିର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବରେ ଥିଲେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ। ଚଳଚ୍ଚିତ୍ରଟିର ଆରମ୍ଭରେ ଜଣେ ଦୃଷ୍ଟିହୀନ ପିଲା ଟ୍ରେନ୍‌ରେ ଗୋଟିଏ ଜଗନ୍ନାଥ ଭଜନ ଗାଉଥିବାର ଦୃଶ୍ୟ ରଖାଯିବ ବୋଲି ନିର୍ଦ୍ଦେଶକ ସଂଗୀତକାରଙ୍କୁ କହିଲେ। ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସ୍ବରକାର ବାଳକୃଷ୍ଣ ପ୍ରଥମେ ଗୀତର ସ୍ବର କରିଦେଲେ। ଏହା ଶୁଣିବା ପରେ ଗୀତିକାର ସାରଦା ପ୍ରସନ୍ନ ଏତେ ଆନନ୍ଦିତ ହୋଇଗଲେ ଯେ ସେ ରାତିସାରା ଭାବି ଭାବି ତା’ର ମୁଖୁଡ଼ା ପଦଟି ଲେଖିଲେ। ସକାଳ ହେବା ମାତ୍ରେ ସେ ତାଙ୍କ ଘର (କଟକ କାଫ୍‌ଲା ବଜାର)ରୁ ଅନତି ଦୂରରେ କଟକର ମାନସିଂହ ପାଟଣାରେ ରହୁଥ‌ିବା ବାଳକୃଷ୍ଣବାବୁଙ୍କ ଘରେ ପହଞ୍ଚିଗଲେ। ଗୀତର ଘୋଷାପଦଟି ଦେଖାଇଲେ। ସଙ୍ଗେସଙ୍ଗେ ସଙ୍ଗୀତ ସୁଧାକର ହାର୍‌ମୋନିୟମ୍ ଧରି ଗୀତଟି ଗାଇ ଶୁଣାଇଲେ ଓ ଭାରି ଚମତ୍କାର ଲେଖା ବୋଲି ମଧ୍ୟ ଟିପ୍ପଣୀ ଦେଲେ। ସେହି ସମୟରେ ସେ କହିଥିଲେ ଯେ ଏହି ଭଜନଟା ସିକନ୍ଦର୍ ଆଲାମ୍‌ଙ୍କୁ ଗାଇବାକୁ ଦେବା। ଗୀତିକାର ତଥା ନିର୍ଦ୍ଦେଶକ ସାରଦା ପ୍ରସନ୍ନ ଏଥିରେ ସମ୍ମତି ଜଣାଇଲେ। ତା’ପରେ ସେ ଛବିର ପ୍ରଯୋଜକ ଗୌରପ୍ରସାଦ ଘୋଷଙ୍କ ଠାରୁ ବି ଅନୁମତି ନେଲେ।

ଗୀତର ମୁଖୁଡ଼ାଟା ଲେଖା ସରିଗଲା ପରେ ସାରଦାବାବୁ ଅନ୍ତରା ପଦ ଲେଖିବାରେ ଲାଗିଲେ। ପ୍ରଥମ ଦୁଇଟି ଅନ୍ତରା ପଦ ଲେଖି ତାକୁ ନେଇ ସ୍ବରକାର ବାଳକୃଷ୍ଣଙ୍କୁ ଦେଲେ ଏବଂ ସେ ତାକୁ ସ୍ବର କରିଦେଲେ। ବାକି ରହିଲା ଅନ୍ତିମ ପଦ ଲେଖା। ପନ୍ଦର ଦିନ ବିତିଗଲା, ହେଲେ ତାଙ୍କ ମନକୁ କିଛି ଲାଇନ୍ ଆସିଲାନି କି ଭାବ ବି ଆସିଲାନି। ବଡ଼ ଚିନ୍ତାରେ ପଡ଼ିଗଲେ ଗୀତିକାର। ସେ ଭାବିଲେ ସଂଗୀତକାର ବାଳକୃଷ୍ଣ ଦାଶଙ୍କୁ ଜଣାଇଦେବେ ଯେ ଆଉ ଲେଖି ହେଉନି। ସେହି ଦୁଇପଦରେ ଗୀତଟାକୁ ସାରିଦେବା। ଭାବିଲେ ସିନା, ହେଲେ ଏକଥା ତାଙ୍କୁ କ‌ହିପାରିଲେନି। ଏମିତି ଚିନ୍ତିତ ଅବସ୍ଥାରେ ରାତିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୀତିକାର ସାରଦା ପ୍ରସନ୍ନ ନିଜର ଦୁଃଖ ଜଣାଇ କହିଲେ, ‘ପ୍ରଭୁ ମୋତେ ଆଉ କିଛି ଲେଖୁ ଆସୁନି, ତୁମେ ଶେଷ ପଦଟି ଲେଖିଦିଅ।’ ସତକୁ ସତ ସେହି ରାତିରେ ଚମତ୍କାର ଘଟିଲା। ଅଧରାତିରେ ହଠାତ୍ ସାରଦା ପ୍ରସନ୍ନଙ୍କର ନିଦ ଭାଙ୍ଗିଗଲା, ସେ ଖଟରୁ ଉଠିପଡ଼ିଲେ। ତାଙ୍କର ମନେହେଲା, ସତେ ଯେମିତି ଜଗନ୍ନାଥ ତାଙ୍କୁ ଶେଷ ପଦ ଡାକୁଛନ୍ତି ଓ ସେ ଲେଖୁଛନ୍ତି। ଗୀତିକାର ଲେଖୁଲେ-
‘ଘର ଛାଡ଼ି ପରଦେଶେ ପରଦେଶୀ ପଥିକ, ନ ଭାବ ଏ ଭବେ ଅଛି / ଜଣେ ଏକା ନାବିକ,
ଭାଙ୍ଗେ ସେହି ଗଢ଼େ ସେହି ନୀଳଗିରି କନ୍ଦରେ / ଚକାନୟନ ଚାହାଁ ମାଗେ ମାଗୁଣିରେ...।’

Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ

ପୁଣି ଭୋରରୁ ଉଠି ସେ ଧାଇଁଲେ ବାଳକୃଷ୍ଣ ଦାଶଙ୍କ ପାଖକୁ। ଶେଷ ପଦଟି ପଢ଼ି ଶୁଣାଇଦେବା ମାତ୍ରେ ସଂଗୀତକାର ବାଳକୃଷ୍ଣ ଖୁସିରେ ଉଚ୍ଛୁଳି ପଡ଼ିଲେ।
‘ଲକ୍ଷ୍ମୀ’ର ଗୀତ ରେକର୍ଡିଂ କଲିକତାର ଇଷ୍ଟର୍ଣ୍ଣ ଟକିଜ୍ ଷ୍ଟୁଡିଓରେ କରାଯାଇଥିଲା। ‘ଆରତ ସୁରେ ବାରେ...’ ଗୀତ ଗାଇବା ପାଇଁ ସିକନ୍ଦର ଆଲାମ୍‌ଙ୍କୁ ସାଙ୍ଗରେ ଧରି କଟକରୁ ବାହାରିଲେ ସାରଦା ପ୍ରସନ୍ନ ନାୟକ। ଦୁହିଁଙ୍କର ଟିକେଟ୍ ହୋଇଥିଲା ପୁରୀ-ହାୱଡ଼ା ଏକ୍ସପ୍ରେସ୍‌ରେ। ପୂର୍ବରୁ ପ୍ରଯୋଜକ ଗୌର ଘୋଷ ଓ ସଙ୍ଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାଶ ପ୍ରମୁଖ କଲିକତାରେ ପହଞ୍ଚି ସାରିଥିଲେ। କଟକ ରେଳଷ୍ଟେସନ୍‌ରେ ସେ ଦୁହିଁଙ୍କୁ ଛାଡ଼ିବା ପାଇଁ ସାରଦା ପ୍ରସନ୍ନଙ୍କ ସାନଭାଇ ସୁଧାଂଶୁ ରଂଜନ ନାୟକ ଆସିଥିଲେ। ହେଲେ ଦୁର୍ଭାଗ୍ୟକୁ ସେ ଦୁହିଁଙ୍କ ଟିକେଟ୍‌ ରହିଗଲା ସୁଧାଂଶୁଙ୍କ ପକେଟ୍‌ରେ ଓ ଟ୍ରେନ୍‌ ଛାଡ଼ିଦେଲା। ନିଜ ପାଖରେ ଟିକେଟ୍‌ ନଥିବା କଥା ସାରଦା ପ୍ରସନ୍ନ ଜାଣିବା ବେଳକୁ ଟ୍ରେନ୍‌ ବହୁଦୂର ଅତିକ୍ରମ କରିସାରିଥିଲା, ଆଉ ଫେରିବାର ବାଟ ନ ଥିଲା।

ସେ ଶ୍ରୀଜଗନ୍ନାଥଙ୍କୁ ବିନତି କଲେ ଏବଂ ମନକୁ ଦୃଢ଼ କଲେ- ଯା’ ହବ ଦେଖାଯିବ! ଆବଶ୍ୟକ ପଡ଼ିଲେ ଫାଇନ୍ ଦିଆଯିବ ବୋଲି ସେ ଭାବିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ବାଟରେ କୌଣସି ଟିଟିଇ ସେମାନଙ୍କୁ ଟିକେଟ୍ ମାଗି ନ ଥିଲେ। ହେଲେ ହାୱଡ଼ା ଷ୍ଟେସନ୍‌ରୁ ବାହାରିବା ବେଳେ ଜଣେ ଟିଟିଇ ଟିକେଟ୍ ମାଗିଲେ। ସାରଦା ପ୍ରସନ୍ନ ନାୟକ ତାଙ୍କୁ କହିଲେ, ‘ଆମେ ଦୁହେଁ ଜଗନ୍ନାଥ ଦେଶ ଓଡ଼ିଶାର କଟକରୁ ଆସିଛୁ, ଭୁଲ୍‌ରେ ଟିକେଟ୍ ରହିଗଲା ସାନଭାଇ ପାଖରେ। ଆମେ କଲିକତାରେ ଜଗନ୍ନାଥଙ୍କ ଏକ ଗୀତ ରେକର୍ଡିଂ କରିବୁ।’ ଟିଟିଇ ମହାଶୟ କଥାର ସତ୍ୟତାକୁ ହୃଦୟଙ୍ଗମ କରି ସେ ଦୁହିଁଙ୍କୁ ଟ୍ୟାକ୍‌ସି କରାଇ ଷ୍ଟୁଡିଓରେ ପହଞ୍ଚାଇବାର ଅନୁଗ୍ରହ ବି ଦେଖାଇଲେ, ହେଲେ ସାରଦା ପ୍ରସନ୍ନ ବାରଣ କଲେ। ସେଦିନ ଦୁହେଁ ଷ୍ଟୁଡିଓରେ ପହଞ୍ଚିବା ବେଳକୁ ମ୍ୟୁଜିସିଆନ୍ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରସ୍ତୁତ।

ଫୋନ୍ ବ୍ୟାଟେରି ଶୀଘ୍ର ସରୁଛି କି? ବଦଳାନ୍ତୁ ଏହି ୭ଟି ସେଟିଂସ୍, ବଢ଼ିବ ବ୍ୟାଟେରି ବ୍ୟାକଅପ୍

ସିକନ୍ଦର୍ ଆଲାମ୍ ପ୍ରଥମ ଥର ପାଇଁ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଜଗନ୍ନାଥଙ୍କ ଭଜନ ଗାଇବେ। ଆଗରୁ ବେତାରରେ ଗାଇବାର ଅଭିଜ୍ଞତା ଥିଲା, ତଥାପି ଏଠାକାର ପରିବେଶ ଭିନ୍ନ ଥିବା ହେତୁ ସେ ଗୀତଟିକୁ ମ୍ୟୁଜିସିଆନ୍‌ମାନଙ୍କ ବାଦ୍ୟର ତାଳେ ତାଳେ ପ୍ରାୟ ୯ ଥର ରିହର୍ସଲ୍ କରିଥିଲେ ଏବଂ ଶେଷରେ ଫାଇନାଲ୍ ଟେକ୍‌ରେ ଗୀତ ଓକେ ହୋଇଥିଲା। ସିକନ୍ଦର ଆଲାମ୍ ଏହି ଭଜନ ଗାଇବା ବେଳେ ମନେ ହେଉଥିଲା ସତେ ଯେମିତି ସେ ସଂପୂର୍ଣ୍ଣ ଭାବେ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପି ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.