ARTICLE AD BOX
ଚୀନର ଚଙ୍ଗକ୍ବିନ୍ ପୌରାଞ୍ଚଳ ଏହାର ପ୍ରାକୃତିକ ଅବସ୍ଥିତି ଓ ଜଟିଳ ଭିତ୍ତିଭୂମି ବ୍ୟବସ୍ଥା ପାଇଁ ପ୍ରସିଦ୍ଧ। ଏଠାରେ ପୃଥିବୀର ଗଭୀରତମ ଭୂତଳ ରେଳ ଷ୍ଟେସନ୍ ଅଛି ଏବଂ କୋଠାବାଡ଼ି ମଧ୍ୟ ଦେଇ ଝୁଲନ୍ତା ଲାଇନ୍ରେ ଟ୍ରେନ୍ ଆତଯାତ କରିଥାଏ। ତା’ ସହିତ ଏଠାରେ ଏ ବର୍ଷ ଉନ୍ମୋଚିତ ହୋଇଛି ପୃଥିବୀର ଦୀର୍ଘତମ ଏସ୍କାଲେଟର୍ ବା ସ୍ବୟଂଚାଳିତ ଯାନ୍ତ୍ରିକ ଶିଡ଼ି। ସାଧାରଣତଃ ଟ୍ରେନ୍ ଷ୍ଟେସନ୍, ଏଆର୍ପୋର୍ଟ ଓ ସପିଂ ମଲ୍ରେ, ଛାତ ଭିତରେ, ଏସ୍କାଲେଟର୍ ଲାଗିଥାଏ। କିନ୍ତୁ ପାହାଡ଼ିଆ ଅବସ୍ଥିତି ଯୋଗୁଁ ଵୁସାନ୍ ସହରର ସବୁଠାରୁ ନିମ୍ନ ଓ ଉଚ୍ଚ ସ୍ଥାନକୁ ଯିବାଆସିବା କରିବା ପାଇଁ ଖୋଲା ଆକାଶ ତଳେ ଏହି ଏସ୍କାଲେଟର୍ ସ୍ଥାପନ କରାଯାଇଛି।
Rath Yatra: ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା
ଏହାର ନାମ ‘ଗଡ୍ଡେସ୍ ଏସ୍କାଲେଟର୍’; ଦୈର୍ଘ୍ୟ ୯୦୫ ମିଟର୍। ଏହା ପର୍ଯ୍ୟଟକଙ୍କ ଗହଣରେ ‘ସ୍ବର୍ଗକୁ ଶିଡ଼ି’ ନାମରେ ମଧ୍ୟ ସୁପରିଚିତ। ଏହା ୨୧ଟି ଅଂଶରେ ବିଭକ୍ତ ଏବଂ ମଝିରେ ଆଠଟି ଏଲିଭେଟର୍ ବା ଲିଫ୍ଟ ଲାଗିଛି। ଏହି ଏସ୍କାଲେଟର୍ର ନିମ୍ନ ସ୍ଥାନରୁ ଉଚ୍ଚତମ ସ୍ଥାନର ଉଚ୍ଚତା ୮୦୦ ଫୁଟ୍ ବା ୮୦ ମହଲା ସହିତ ତୁଳନୀୟ। ଏହି ଏସ୍କାଲେଟର୍ ଏକ ଘଣ୍ଟାର ଯାତ୍ରାକୁ ୨୦ ମିନିଟ୍କୁ ହ୍ରାସ କରିପାରିଛି। ଏହାର ନିର୍ମାଣ ଲାଗି ଚାରି ବର୍ଷ ଲାଗିଥିଲା ଏବଂ ଏଥିରେ ୨୩ ମିଲିଅନ୍ ଡଲାର୍ ଖର୍ଚ୍ଚ ହୋଇଛି।
Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ କଲେ ବିଧାୟକ

2 months ago
18


