The Kotia: ରୋଚକ ହେଉଛି କୋଟିଆ କଳି: ୨୯ରେ ଆନ୍ଧ୍ରର ସରପଞ୍ଚ ନିର୍ବାଚନ, ଭଣ୍ଡୁର କରିବାକୁ ଓଡ଼ିଶାର ମନ୍ଥନ

3 days ago 2
ARTICLE AD BOX

କୋରାପୁଟ: ଜିଲ୍ଲା ପରିଷଦ ନିର୍ବାଚନ ପରେ ନଭେମ୍ବର ୨୯ରେ ଆନ୍ଧ୍ର କରିବାକୁ ଯାଉଛି ସରପଞ୍ଚ ନିର୍ବାଚନ। କୋଟିଆରେ ପୁଣି ହେବ ବଳ କଷାକଷି। ରୋଚକ ହେବାରେ ଲାଗିଛି କୋଟିଆ ଲଢ଼େଇ। ଏଥର ଶତ ପ୍ରତିଶତ ଭୋଟ ନେବା ପାଇଁ ଆନ୍ଧ୍ର କସରତ ଆରମ୍ଭ କରିଛି। ଅନ୍ୟପଟେ ନିର୍ବାଚନକୁ ଭଣ୍ଡୁର କରିବାକୁ ଓଡ଼ିଶା ପକ୍ଷରୁ ଚାଲିଛି ମାନସ ମନ୍ଥନ।

Attack: ସରପଞ୍ଚ ଚାମେଲି ଓଝାଙ୍କ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ: ବାପା, ଭାଇ ଓ ସମ୍ପର୍କୀୟ ଗୁରୁତର

ଆସନ୍ତା ୧୬ତାରିଖରେ ଆନ୍ଧ୍ରପ୍ରଦେଶରେ ସରପଞ୍ଚ ଏବଂ ୱାର୍ଡସଭ୍ୟ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୦ତାରିଖରେ ନାମାଙ୍କନ ପରେ ୨୪ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୯ତାରିଖରେ ମତଦାନ ଓ ଫଳାଫଳ ଘୋଷଣା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଓଡ଼ିଶାର କୋଟିଆ ପଞ୍ଚାୟତକୁ ୩ଭାଗରେ ବିଭକ୍ତ କରି ଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରି ପଞ୍ଚାୟତ ଗଠନ କରିଛି ଆନ୍ଧ୍ର। ଏହି ପଞ୍ଚାୟତଗୁଡ଼ିକ ନିମନ୍ତେ ମଧ୍ୟ ଆସନ୍ତା ୨୯ତାରିଖରେ ଭୋଟ କରାଇବ ବୋଲି ସୂଚନା ମିଳିଛି। ନଭେମ୍ବର ୫ତାରିଖ ଜିଲ୍ଲା ପରିଷଦ ନିର୍ବାଚନରେ ଓଡ଼ିଶାର ପ୍ରବଳ ବିରୋଧ ପରେ ମତଦାନ ହାର କମିଥିବାରୁ ସରପଞ୍ଚ ନିର୍ବାଚନ ନିମନ୍ତେ ଆନ୍ଧ୍ର ରଣନୀତି ପରିବର୍ତ୍ତନ କରିବ ବୋଲି ଆକଳନ କରାଯାଉଛି। ଜିଲ୍ଲା ପରିଷଦ ନିର୍ବାଚନର ଦିନକ ପୂର୍ବରୁ କୋଟିଆ ଭୋଟରଙ୍କୁ ନେଇ ସାରିକି, କୋଡ଼ାମ ଓ ଟୋନାମ ବୁଥରେ ମତଦାନ କରାଇଥିଲେ ମଧ୍ୟ ଆନ୍ଧ୍ରକୁ ଆଶାନୁଯାୟୀ ସଫଳତା ମିଳିନଥିଲା। ତେଣୁ ଏଥର ଅଧିକରୁ ଅଧିକ ଭୋଟରଙ୍କୁ ପ୍ରଭାବିତ, ପ୍ରଲୋଭିତ କିମ୍ବା ଭୟଭୀତ କରି ମତଦାନ କରାଇବାକୁ ଯୋଜନା ଚଳାଇଥିବା କୁହାଯାଉଛି। ସେହିପରି ଓଡ଼ିଶାର ଆଭିମୁଖ୍ୟ କେତେ କଡ଼ା ରହିବ ତାହା ଉପରେ ମଧ୍ୟ ଆନ୍ଧ୍ର ନଜର ରଖିଛି। ଯଦି ପୂର୍ବଥର ଭଳି ବିରୋଧ ଜୋର୍‌ଦାର ହୁଏ ତେବେ ମନୋନୟନ ଦ୍ବାରା ସରପଞ୍ଚ ଏବଂ ୱାର୍ଡସଭ୍ୟ ଚୟନ କରିବାର ସମ୍ଭାବନା ରହିଛି। ଏହାବ୍ୟତୀତ, ଯଦି କୋଟିଆବାସୀ ଆନ୍ଧ୍ରର ନିର୍ବାଚନକୁ ସମର୍ଥନ କରି ବହୁ ସଂଖ୍ୟାରେ ପ୍ରାର୍ଥିପତ୍ର ଦାଖଲ କରନ୍ତି, ତେବେ କ’ଣ ରଣନୀତି ହେବ ସେଥିପାଇଁ ‌ମଧ୍ୟ ଆନ୍ଧ୍ର ପ୍ରସ୍ତୁତି ଆରମ୍ଭ କରିଦେଇଛି।

Neglect: ଭୋକ ପାଖେ ବନ୍ଧା ପଡ଼ିଛି ମାଆର ସ୍ବାଭିମାନ; ଛୁଆଙ୍କ ପାଇଁ ମାଗୁଛନ୍ତି  ଭିକ

ଅନ୍ୟପଟେ ପୂରା ବଳ ଲଗାଇ ଆନ୍ଧ୍ରର ଯୋଜନାକୁ ପଣ୍ଡ କରିବାକୁ ଓଡ଼ିଶା ପକ୍ଷରୁ ମଧ୍ୟ ନୂଆ ରଣନୀତି ପ୍ରୟୋଗ କରାଯିବ। ମାଟି ପାଇଁ ଓଡ଼ିଶାର ସମସ୍ତ ପାର୍ଟି ପୁଣି ଏକ୍‌ଜୁଟ ହେବେ ବୋଲି ସୂଚନା ମିଳିଛି। କୋରାପୁଟ ଜିଲ୍ଲାପାଳ କହିଛନ୍ତି, ଆଗାମୀ ସରପଞ୍ଚ ନିର୍ବାଚନକୁ ମଧ୍ୟ ଜୋର୍‌ଦାର ବିରୋଧ କରାଯିବ। ନିର୍ବାଚନ ରୋକିବା ପାଇଁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ। ଏମିତି ଛକାପଞ୍ଝା ମଧ୍ୟରେ ଏସ୍‌ଆଇଆର୍‌ର ସ୍ବଚ୍ଛତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଏସ୍‌ଆଇଆର୍‌ ପରେ କେମିତି ଜଣେ ଭୋଟର ଦୁଇଟି ରାଜ୍ୟରେ ଭୋଟ ଦେଉଛନ୍ତି ବୋଲି ପ୍ରଶ୍ନ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.