The Hundred: ଦ ହଣ୍ଡ୍ରେଡ୍‌: ବ୍ରେଭ୍‌କୁ ଜିତାଇଲେ ଜେମିମା...

3 days ago 1
ARTICLE AD BOX

ସାଉଥହାମ୍‌ଟନ୍‌, ୩୧/୭: ଭାରତୀୟ ବ୍ୟାଟର୍‌ ଜେମିମା ରଡ୍ରିଗ୍ସ ଏଠାରେ ଚାଲିଥିବା ଦ ହଣ୍ଡ୍ରେଡ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ସଦର୍ନ ବ୍ରେଭ୍‌କୁ ଜିତାଇଛନ୍ତି। ଏକ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ତାଙ୍କ ୧୮ ବଲ୍‌ରୁ ୨୮* ରନ୍‌ ପାଳି ବଳରେ ସଦର୍ନ ବ୍ରେଭ୍‌ ୨୪ ରନ୍‌ରେ ବର୍ମିଂହାମ୍‌ ଫୋଏନିକ୍ସ ପରାସ୍ତ କରିଛି।

ଆହୁରି ପଢ଼ନ୍ତୁ- Railway Station: ରାଉରକେଲା ରେଳ ଷ୍ଟେସନରେ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ

ଫିଲିଡିଂରେ ଜେମିମାଙ୍କ ଚମତ୍କାର ପ୍ରଦର୍ଶନ

ରଡ୍ରିଗ୍ସଙ୍କ ୨୮*, ମାଇଆ ବାଉଚରଙ୍କ ୪୫, ଲିଜେଲି ଲିଙ୍କ ୪୩ ରନ୍‌ ବଳରେ ବ୍ରେଭ୍‌ ୧୦୦ ବଲ୍‌ରେ ୧୪୦/୩ କରିଥିଲା। ଜବାବରେ ଡାଭିନା ପେରିନ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଫୋଏନିକ୍ସ ୧୧୬/୫ରେ ଅଟକି ଯାଇଥିଲା। ଫିଲିଡିଂରେ ଜେମିମା ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ତାମି ବିଉମଣ୍ଟ୍‌ (୨୨)ଙ୍କ ଚମତ୍କାର କ୍ୟାଚ୍‌ କରି ଜେମିମା ୭୩ ରନ୍‌ କରିଥିବା ଓପନିଂ ଯୋଡ଼ି ଭାଙ୍ଗିଥିଲେ। ଫଳରେ ବ୍ରେଭ୍‌ ଦଳର ବିଜୟ ସହଜ ହୋଇଥିଲା। ଶୁକ୍ରବାର ସ୍ମୃତି ମନ୍ଧାନା ଓ ରିଚା‌ ଘୋଷ ନିଜ ନିଜ ଦଳ ପକ୍ଷରୁ ପଡ଼ିଆକୁ ଓହ୍ଲାଇବେ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.