The Crisis of Auditoriums: ପ୍ରେକ୍ଷାଳୟ ସଙ୍କଟ: ଫିକା ପଡ଼ିବ ଉତ୍ସବ ଋତୁ, ଆୟୋଜକ, ଦର୍ଶକ ହତାଶ

3 days ago 3
ARTICLE AD BOX

ଭୁବନେଶ୍ୱର: ଏବେ ଭୁବନେଶ୍ବରରେ ବାରମାସ କିଛି ନା କିଛି ସଭାସମିତି, ଉତ୍ସବ ଚାଲୁଛି। ଏହି ସଂଖ୍ୟା ଏତେ ବଢ଼ିଗଲାଣି ଯେ ପ୍ରେକ୍ଷାଳୟ ସଙ୍କଟ ସ୍ପଷ୍ଟ ଅନୁଭୂତ ହେଉଛି। ପୁଣି ଅକ୍ଟୋବରରୁ ଫେବ୍ରୁଆରି ମାସ ଯାଏ ଉତ୍ସବ ଋତୁ ଭାବେ ଜଣାଶୁଣା। କାରଣ ଏହି ସମୟରେ ପାଗ ଅନୁକୂଳ ଥିବାରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ଦେଖିବାକୁ ମିଳେ। ଏଥିରେ ପର୍ଯ୍ୟଟକ, ସ୍ଥାନୀୟ ଦର୍ଶକଙ୍କ ଭିଡ଼ ହୁଏ। ଏ ବର୍ଷ ବି ଉତ୍ସବ ଋତୁ ଆରମ୍ଭ ହୋଇଗଲାଣି। କିନ୍ତୁ ପ୍ରେକ୍ଷାଳୟ ସଙ୍କଟ ଆୟୋଜକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କଲାଣି। ଗୋଟିଏ ପଟେ ନବୀନକରଣ ପାଇଁ ଭଞ୍ଜକଳା ମଣ୍ଡପ ତିନିମାସ ହେଲା ବନ୍ଦ ଅଛି। ଅନ୍ୟ ପଟେ ନବୀକରଣ ପାଇଁ ଜୟଦେବ ଭବନ ଆସନ୍ତା ମାସରୁ ବନ୍ଦ ହେବ। ଏକା ସମୟରେ ଦୁଇ ଦୁଇଟି ମଣ୍ଡପ ବନ୍ଦ ହେବାକୁ ଥିବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। 

Attack: ସରପଞ୍ଚ ଚାମେଲି ଓଝାଙ୍କ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ: ବାପା, ଭାଇ ଓ ସମ୍ପର୍କୀୟ ଗୁରୁତର

ଭଞ୍ଜ କଳାମଣ୍ଡପର ନବୀକରଣ ପାଇଁ ବହୁ ଦିନ ହେଲା ଦାବି ଉଠୁଥିଲା। ସଂସ୍କୃତି ବିଭାଗ ଏ ଦିଗରେ ପଦକ୍ଷେପ ନେଇଛି। ପ୍ରାୟ ୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ନବୀକରଣ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ବିଶେଷ କରି ନାଟକ ଓ ଲୋକକଳା ପରିବେଷଣ ପାଇଁ ରବୀନ୍ଦ୍ର ମଣ୍ଡପକୁ ବାଦ୍ ଦେଲେ ଅନ୍ୟ କୌଣସି ମଣ୍ଡପରେ ଭିତ୍ତିଭୂମି ନାହିଁ। ତେଣୁ ଭଞ୍ଜ କଳାମଣ୍ଡପର ନବୀକରଣ ହେଲେ ଏହି ଅଭାବ ପୂରଣ ହୋଇପାରିବ। କିନ୍ତୁ ନବୀକରଣ କାର୍ଯ୍ୟ ସମୟସୀମା ମଧ୍ୟରେ ସରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। କାମ ସାରିବାକୁ ଚାରି ମାସ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହା ମଧ୍ୟରେ ପ୍ରାୟ ତିନି ମାସ ହେବ ଭଞ୍ଜ କଳାମଣ୍ଡପ ବନ୍ଦ ହେଲାଣି। କିନ୍ତୁ ନବୀକରଣ କାର୍ଯ୍ୟ ଏବେ ଆରମ୍ଭ ହୋଇଛି। ଯେଉଁ ଗତିରେ କାମ ଚାଲୁଛି, ଆହୁରି ଚାରି ମାସ ଲାଗିବା ଏକପ୍ରକାର ନିଶ୍ଚିତ। 

ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନସ୍ଥ ଜୟଦେବ ଭବନ ପ୍ରେକ୍ଷାଳୟ ଆୟୋଜକ ଓ ଦର୍ଶକଙ୍କ ଅନ୍ୟତମ ପସନ୍ଦର ସ୍ଥାନ। ଏହାର ମଧ୍ୟ ମରାମତିର ଆବଶ୍ୟକତା ରହିଛି। ଏପରିକି ବର୍ଷା ହେଲେ ପ୍ରେକ୍ଷାଳୟରେ ପାଣି ଗଳୁଛି। କେତେକ ସିଟ୍‌ ମଧ୍ୟ ଚିରିଗଲାଣି। ଏହାର ମରାମତି ପାଇଁ ଏକ କୋଟି ଟଙ୍କା ମଞ୍ଜୁର ହୋଇଛି। ପୂର୍ତ୍ତ ବିଭାଗ ଏଥି ପାଇଁ ଟେଣ୍ଡର୍‌ ଡାକିସାରିଛି। ସମ୍ଭବତ ଡିସେମ୍ବର ମାସରେ ଯେ କୌଣସି ସମୟରେ ପ୍ରେକ୍ଷାଳୟ ବନ୍ଦ ହୋଇ କାମ କରାଯିବ। ତେଣୁ ଉତ୍ସବ ଋତୁରେ ଏହା ବି ଏକ ବଡ଼ ସଙ୍କଟ ଭାବେ ଦେଖାଦେବ। ଜୟଦେବ ଭବନ ମରାମତି ସରିଲେ ଗୀତଗୋବିନ୍ଦ ସଦନର କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଭଞ୍ଜ କଳାମଣ୍ଡପ ବନ୍ଦ ଥିବାରୁ ରବୀନ୍ଦ୍ର ମଣ୍ଡପ ଉପରେ ଚାପ ପଡ଼ୁଛି। କିନ୍ତୁ ଏହି ମଣ୍ଡପଟି ମିଳିବା କଷ୍ଟକର ବ୍ୟାପାର। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହାର ବୁକିଂ ପ୍ରାୟତଃ ଶେଷ ହୋଇଯାଇଛି। ଏହା ମଧ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ପାଇଁ ମଧ୍ୟ ମଣ୍ଡପଟି ସଂରକ୍ଷିତ ରହିଛି। ସଂସ୍କୃତି ବିଭାଗ ଅଧୀନରେ ଉତ୍କଳ ମଣ୍ଡପ ରହିଛି। କିନ୍ତୁ ଏହା ମୁକ୍ତାକାଶ ମଞ୍ଚ ହୋଇଥିବାରୁ କେବଳ ବଡ଼ କାର୍ଯ୍ୟକ୍ରମ ଏଠାରେ ଆୟୋଜନ ହୋଇପାରିବ। ତେଣୁ ନିୟମିତ କାର୍ଯ୍ୟକ୍ରମର ଚାହିଦା ଏହା ମେଣ୍ଟାଇ ପାରୁ ନାହିଁ। ଅନ୍ୟ ପଟେ ବହୁପ୍ରତୀକ୍ଷିତ କଳାମଣ୍ଡଳ କାମ କେବେ ଶେଷ ହେବ, ତାହାର ଉତ୍ତର କାହା ପାଖରେ ନାହିଁ।

Crime: ଜଗା ଦର୍ଶନ ପାଇଁ ଯାଇଥିଲେ ପରିବାର, ସର୍ବସ୍ୱ ଲୁଟିନେଲେ ଦୁର୍ବୃତ୍ତ!

ଆୟୋଜକମାନଙ୍କ କହିବା କଥା, ପ୍ରେକ୍ଷାଳୟର ନବୀକରଣର ଆବଶ୍ୟକତା ନିଶ୍ଚିତ ରହିଛି। ସରକାରଙ୍କର ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ମରାମତି କାର୍ଯ୍ୟ ପାଇଁ ଏହି ସମୟ ଠିକ ନୁହେଁ। ମାର୍ଚ୍ଚରୁ ସେପ୍ଟେମ୍ବର ଭିତରେ ଏହାର କାର୍ଯ୍ୟ କରିବାର ଥିଲା। ଏହା ବାଦ କାମ କିପରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବ, ତାହାକୁ ମଧ୍ୟ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେବା ଉଚିତ। ଏକା ସମୟରେ ଭଞ୍ଜ କଳାମଣ୍ଡପ ଓ ଜୟଦେବ ଭବନ ବନ୍ଦ କରିବା ଉଚିତ ହେବନି। ଦୁଇ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଗୋଟିଏର କାମ ସରିଲେ ଆଉ ଗୋଟିଏ ବନ୍ଦ କରିବାକୁ ଦାବି ଉଠୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.