The ceasefire: ଯୁଦ୍ଧ ବିରତି ଚୁକ୍ତି ଭାଙ୍ଗିଲା: ପରସ୍ପର ଉପରେ ପ୍ରଚଣ୍ଡ ଆକ୍ରମଣ

3 weeks ago 15
ARTICLE AD BOX

ୱାସିଂଟନ: ମଧ୍ୟପ୍ରାଚ୍ୟରେ ପୁଣିଥରେ ଉତ୍ତେଜନା ବଢ଼ିବା ସହ ବିଶ୍ୱ ତୈଳ ଓ ଗ୍ୟାସ୍‌ ବଜାର ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ଦେଖାଦେଇଛି। ଇରାନ ପକ୍ଷରୁ ଆଜି ବାହାରିନ ଓ କୁଏତ୍‌ରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ବର୍ଷା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ହୋଇଥିବା ଅନ୍ତରୀଣ ଶାନ୍ତି ଚୁକ୍ତି ଆଉ ବଳବତ୍ତର ନୁହେଁ ବୋଲି ଘୋଷଣା କରିଛନ୍ତି। ଶାନ୍ତି ଚୁକ୍ତି ସମାପ୍ତି ଘୋଷଣା ସହ ସମଗ୍ର ମଧ୍ୟପ୍ରାଚ୍ୟରେ ଅସ୍ଥିରତା ବଢ଼ିଯାଇଛି। ଆମେରିକା ନୌସେନା ଓ ବାୟୁସେନା ପକ୍ଷରୁ ଇରାନର କମାଣ୍ଡ ସେଣ୍ଟର, ପରିବହନ କେନ୍ଦ୍ର, ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ପ୍ରତିଷ୍ଠାନଗୁଡ଼ିକୁ ନିଶାଣ କରି ପ୍ରଚଣ୍ଡ ଆକ୍ରମଣ ହୋଇଛି। ଇରାନର ପ୍ରମୁଖ ବନ୍ଦର ସହର ଅବାସ, ସିରିକ ଏବଂ କେସମ୍‌ ଦ୍ୱୀପରେ ଥିବା ସାମରିକ ସମ୍ପତ୍ତି ଓ ଘାଟିଗୁଡ଼ିକ ଉପରେ ଆମେରିକା ପକ୍ଷରୁ ତୁହାକୁତୁହା ଆକ୍ରମଣ କରାଯାଉଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଅତି ଗମ୍ଭୀର ରୂପ ଧାରଣ କରିଥିବା ଏହାକୁ ନେଇ ପୁଣି ବୈଶ୍ବିକ ସଙ୍କଟ ବଢ଼ିବା ଆଶଙ୍କା ରହିଛି। ଇରାନର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଖାର୍ଗ ଦ୍ବୀପକୁ ଛାରଖାର କରିବା ପାଇଁ ଆମେରିକା ଅଭିଯାନ ଆରମ୍ଭ କରିଥିବାରୁ ଇରାନର ତୈଳ କାରବାର ସଂପୂର୍ଣ୍ଣ ଠପ୍‌ ହୋଇଯିବା ଆଶଙ୍କା କରାଯାଉଛି।

Horoscope 2026 July 09: ଜାଣନ୍ତୁ ଆଜିର ରାଶିଫଳ

ବିଶ୍ବ ତୈଳ ଓ ଗ୍ୟାସ୍‌ ବଜାରରେ ପୁଣି ସଙ୍କଟ ଆଶଙ୍କା

ସୂଚନାଯୋଗ୍ୟ, ଗତ ଜୁନ୍‌ ମାସରେ ଆମେରିକା ଓ ଇରାନ ମଧ୍ୟରେ ଏକ ୬୦ ଦିନିଆ ଅନ୍ତରୀଣ ବୁଝାମଣା ହୋଇଥିଲା। ସେହି ଅନୁସାରେ ଇରାନକୁ ସୀମିତ ଭାବେ ତୈଳ ରପ୍ତାନି ଅନୁମତି ମିଳିଥିଲା ଏବଂ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ରଖିବା ସହ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ଆଗକୁ ବଢ଼ାଇବାର ସହମତି ହୋଇଥିଲା। କିନ୍ତୁ ନିକଟରେ ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେବା ପରେ ଆମେରିକା ଆଜି ଇରାନର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ବିମାନ ଆକ୍ରମଣ କରିଛି। ଏଥି ସହ ଇରାନର ତୈଳ ବିକ୍ରି ପାଇଁ ଦିଆଯାଇଥିବା ଅନୁମତିକୁ ମଧ୍ୟ ବାତିଲ କରାଯାଇଛି। ଏହାର ପ୍ରତିକ୍ରିୟାରେ ଇରାନ ବାହାରିନ ଓ କୁଏତ୍‌ରେ ଥିବା ଆମେରିକୀୟ ସାମରିକ ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରିଛି ଏବଂ ଉପସାଗରୀୟ ଅଞ୍ଚଳରେ ଥିବା ଅନ୍ୟ ଆମେରିକୀୟ ସାମରିକ ଘାଟି ଓ ସମ୍ପତ୍ତି ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ଟ୍ରମ୍ପ କହିଛନ୍ତି, ଇରାନ ଚୁକ୍ତିର ସର୍ତ୍ତ ଉଲ୍ଲଙ୍ଘନ କରିଥିବାରୁ ଏଥିପାଇଁ ଭୀଷଣ ବିପର୍ଯ୍ୟୟର ସମ୍ମୁଖୀନ ହେବା ନିଶ୍ଚିତ। ତେବେ ସେ ଭବିଷ୍ୟତରେ କୂଟନୈତିକ ଆଲୋଚନା ସମ୍ଭାବନାକୁ ସମ୍ପୂର୍ଣ୍ଣ ବନ୍ଦ କରିନାହାନ୍ତି।

Ram Mandir: ରାମମନ୍ଦିର ଦାନ ଚୋରି; ଅବିନାଶ ଶୁକ୍ଳା ମୁଖ୍ୟ ଅଭିଯୁକ୍ତ

ଅନ୍ୟପକ୍ଷରେ ଇରାନ ଆମେରିକାର ସାମରିକ ଆକ୍ରମଣ ତଥା ପୁନଃକଟକଣା ଲାଗୁକୁ ଚୁକ୍ତି ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଛି। ଏହି ନୂଆ ସଂଘର୍ଷ ଯୋଗୁଁ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେଲେ ବିଶ୍ୱ ବଜାରରେ ତୈଳ ଓ ଗ୍ୟାସ୍‌ ଯୋଗାଣ କମିପାରେ। ଏହାର ପ୍ରଭାବରେ ବିଭିନ୍ନ ଦେଶରେ ଇନ୍ଧନ ଦର ବୃଦ୍ଧି ସହ ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ରହିଛି। ବିଶ୍ୱ ଅର୍ଥନୀତି ଉପରେ ଏହାର ପ୍ରଭାବ କେତେ ଗୁରୁତର ହେବ, ତାହା ଆଗାମୀ କିଛି ଦିନରେ ଆମେରିକା ଓ ଇରାନର ପରବର୍ତ୍ତୀ ପଦକ୍ଷେପ ଉପରେ ନିର୍ଭର କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.