ARTICLE AD BOX
ସାଲେମ୍ (ତାମିଲନାଡୁ): ତାମିଲ ସିନେମାର ସୁପରଷ୍ଟାର୍ ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥଲପତି ବିଜୟଙ୍କ ପୁଅ ଜେସନ୍ ସଞ୍ଜୟ ନିଜର ନିର୍ଦ୍ଦେଶିତ ପ୍ରଥମଫିଲ୍ମ 'ସିଗ୍ମା' (Sigma) କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ମୁକ୍ତିଲାଭ ପୂର୍ବରୁ ସାଲେମ୍ଠାରେ ଆୟୋଜିତ ଏକ ପ୍ରି-ରିଲିଜ୍ ଇଭେଣ୍ଟରେ ଜେସନ୍ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ବାପା ବିଜୟ ଏହି ଫିଲ୍ମର ପ୍ରଚାରରେ ଭାଗ ନେବେ ନାହିଁ।
ଆହୁରି ପଢନ୍ତୁ :US-Houthi deal: ଲୋହିତ ସାଗରରେ ଫସିଲା ସାଉଦି ଆରବ: ହୁତି ବିଦ୍ରୋହୀଙ୍କ ସହ ଆମେରିକାର ଗୁପ୍ତ ଚୁକ୍ତି ନେଇ ଚର୍ଚ୍ଚା
ଇଭେଣ୍ଟ ସମୟରେ ଜେସନ୍ କହିଛନ୍ତି ଯେ, ତାଙ୍କ ବାପା ବିଜୟ ଫିଲ୍ମଟିକୁ ଦେଖିବା ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି, କିନ୍ତୁ ସେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ। ଜେସନ୍ଙ୍କ କହିବା ଅନୁଯାୟୀ, ସେ ଚାହୁଁନାହାନ୍ତି ଯେ ଫିଲ୍ମର ପ୍ରଚାର ତାଙ୍କ ବାପାଙ୍କ ନାମକୁ ନେଇ ହେଉ। ଦର୍ଶକ 'ସିଗ୍ମା'କୁ ଏହାର କାହାଣୀ, କଳାକାର ଓ ପୂରା ଟିମ୍ର ପରିଶ୍ରମ ଆଧାରରେ ପସନ୍ଦ କରନ୍ତୁ, କେବଳ ବିଜୟଙ୍କ ପୁଅ ନିର୍ଦ୍ଦେଶନା ଦେଇଛନ୍ତି ବୋଲି ନୁହେଁ। ଏହାଛଡ଼ା ବିଜୟ ଏବେ ତାମିଲନାଡୁର ମୁଖ୍ୟମନ୍ତ୍ରୀଥିବାରୁ ତାଙ୍କ ଉପରେ ଅନେକ ଦାୟିତ୍ୱ ରହିଛି, ତେଣୁ ସିନେମା ପ୍ରଚାରରେ ଆସିବା ଆବଶ୍ୟକ ନୁହେଁ।
ଆହୁରି ପଢନ୍ତୁ :Exim Bank BDO Recruitment: ଏକ୍ସିମ୍ ବ୍ୟାଙ୍କରେ ବିଡିଓ ନିଯୁକ୍ତି, ଦରମା ୧୪.୬୮ ଲକ୍ଷ ଟଙ୍କା
ଜେସନ୍ଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ସେ ନିଜ ବାପାଙ୍କଠାରୁ କେଉଁ ବଡ଼ ଗୁଣ ଶିଖିଛନ୍ତି, ସେ ଗୋଟିଏ ଶବ୍ଦରେ ଉତ୍ତର ଦେଇଥିଲେ - ‘ସମୟାନୁବର୍ତ୍ତିତା’ । ଏହାସହ ବାପା ମୁଖ୍ୟମନ୍ତ୍ରୀ ହେବା ପରେ ସେ ଓ ତାଙ୍କ ପରିବାର ଅତ୍ୟନ୍ତ ଖୁସି ଥିବା ପ୍ରକାଶ କରିଥିଲେ।
ଆହୁରି ପଢନ୍ତୁ :Tax Cut: ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ରପ୍ତାନି ଟିକସ ହ୍ରାସ
ଅକ୍ଟୋବର ୨ରେ ମୁକ୍ତିଲାଭ କରିବ 'ସିଗ୍ମା'
ଲାଇକା ପ୍ରୋଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ସୁନ୍ଦୀପ କିଷନ୍ ଓ ଫାରିଆ ଅବଦୁଲ୍ଲା ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଏସ୍. ଥମନ୍ ଦେଇଛନ୍ତି। ପୂର୍ବରୁ ଜୁଲାଇ ୩୧ରେ ରିଲିଜ୍ ହେବାର ଥିଲେ ବି ପରେ ତାରିଖ ବଦଳାଯାଇ ଆସନ୍ତା ଅକ୍ଟୋବର ୨ ରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବା ପାଇଁ ପ୍ରସ୍ତୁତ ହୋଇଛି।

9 hours ago
2


