ARTICLE AD BOX
ଭୁବନେଶ୍ୱର: ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ବର୍ତ୍ତମାନ ପାଠ୍ୟପୁସ୍ତକରେ ଥିବା ତ୍ରୁଟିଗୁଡ଼ିକର ତର୍ଜମା ଚାଲିଛି। ଖୁବଶୀଘ୍ର ସଂଶୋଧିତ ବହି ବିଭାଗୀୟ ୱେବ୍ସାଇଟ୍/ଓସେପା ୱେବ୍ସାଇଟ୍ରେ ଶିକ୍ଷାବିତ୍ ତଥା ଜନସାଧାରଣଙ୍କ ମତାମତ ନିମନ୍ତେ ଦିଆଯିବ। ସମସ୍ତଙ୍କ ମତାମତକୁ ବିଚାର କରି ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ବହି ପ୍ରଦାନ କରାଯିବ। ତେବେ ନୂତନ ପାଠ୍ୟପୁସ୍ତକ ଯୋଗାଣ ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦିଆଯାଇ ପାଠପଢ଼ା ଚାଲୁ ରହିବ। ପାଠପୁସ୍ତକରେ କିଛି ଗୁରୁଚଣ୍ଡାଳ ଭୁଲ୍ ରହିଛି। ତାହାକୁ ଆମେ ସୁଧାରିବୁ ବୋଲି ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Vedanta: 'ବେଦକ୍ଷତା‘ ଦକ୍ଷତା ତାଲିମ କେନ୍ଦ୍ରରେ ନାମ ଲେଖାଇଲେ ୩୧୮ଜଣ
ଗୁରୁଚଣ୍ଡାଳ ଭୁଲ୍ ସୁଧାରିବୁ: ସଚିବ
ଖୁବ୍ଶୀଘ୍ର ନୂତନ ପୁସ୍ତକ
ସେ କହିଛନ୍ତି, ପାଠ୍ୟପୁସ୍ତକରେ ତ୍ରୁଟି ଥିବା ସରକାରଙ୍କ ନଜରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥିଲେ। କମିଟିର ସୁପାରିସକ୍ରମେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ ଆବଶ୍ୟକସ୍ଥଳେ ଆଉ କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ୍ରଛାତ୍ରୀଙ୍କୁ ତ୍ରୁଟିଶୂନ୍ୟ ପୁସ୍ତକରେ ଶିକ୍ଷା ଦେବାକୁ ନିଷ୍ପତ୍ତି ହୋଇଥିବାରୁ ତ୍ରୁଟିଗୁଡ଼ିକର ତର୍ଜମା ଚାଲିଛି। ସଂଶୋଧିତ ତାଲିକାରେ ଥିବା ତ୍ରୁଟିଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଉଛି। ୨୦୨୬-୨୭ ଶିକ୍ଷାବର୍ଷରେ ହିଁ ପୁଣିଥରେ ବହି ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ କେବେ ପିଲାଙ୍କୁ ବହି ମିଳିବ ସେ ନେଇ ସଚିବ କିଛି ସ୍ପଷ୍ଟ କରିନାହାନ୍ତି। ବରଂ ପ୍ରଶ୍ନକୁ ଏଡ଼ାଇଯାଇ ଖୁବ୍ଶୀଘ୍ର ଦିଆଯିବ ବୋଲି କହିଛନ୍ତି। ଯେଉଁ ତ୍ରୁଟିପୂର୍ଣ୍ଣ ବହି ଏବେ ପିଲାଙ୍କ ପାଖରେ ପହଞ୍ଚିଛି ତାହାର ଭବିଷ୍ୟତ ନେଇ ମଧ୍ୟ କୌଣସି ଉତ୍ତର ଦେଇ ନାହାନ୍ତି। ପୂର୍ବରୁ ଛପାଯାଇଥିବା ପାଠ୍ୟପୁସ୍ତକ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ଆଗକୁ ଯେଉଁ ସଂଶୋଧିତ ପାଠ୍ୟପୁସ୍ତକ ପ୍ରକାଶ ପାଇବ ସେଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ସେ ସଂକ୍ରାନ୍ତରେ କୌଣସି ଉତ୍ତର ନ ରଖି ସଚିବ ଶ୍ରୀ ନାୟକ ଉଠି ଚାଲିଯାଇଥିଲେ। ପାଠ୍ୟପୁସ୍ତକରେ ତ୍ରୁଟି ସଂଖ୍ୟା ୧୬୦୦ରୁ କମ୍ ହେବ ବୋଲି ମତପ୍ରକାଶ କରିଥିଲେ। ତେବେ ବିକୃତ, ବିଭ୍ରାନ୍ତକର, ଅନ୍ଧବିଶ୍ୱାସ, ପୁରାତନ, ପୌରାଣିକ ତଥା ତ୍ରୁଟିଯୁକ୍ତ ପାଠ୍ୟକ୍ରମ ପ୍ରଚଳନ ନ କରି ଆଧୁନିକ, ବୈଜ୍ଞାନିକ, ଧର୍ମ ନିରପେକ୍ଷ ପାଠ୍ୟକ୍ରମ ପ୍ରଚଳନ କରିବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ଦାବି କରିଛନ୍ତି।
Child Abuse: ବେଙ୍ଗାଲୁରୁ ଡେ-କେୟାରରେ ଶିଶୁଙ୍କ ଉପରେ ଅକଥନୀୟ ନିର୍ଯାତନା
ସୂଚନାଯୋଗ୍ୟ, ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ହେବ ଏବଂ ଛାତ୍ରଛାତ୍ରୀଙ୍କୁ ନୂତନ ସଂଶୋଧିତ ପାଠ୍ୟପୁସ୍ତକ ଦିଆଯିବ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନକ ତଳେ ଗଣମାଧ୍ୟମରେ କହିଲେ ଏବର୍ଷ ତ୍ରୁଟିପୂର୍ଣ୍ଣ ବହିରେ ପାଠପଢ଼ା ହେବ। ବିଦ୍ୟାଳୟକୁ ସଂଶୋଧିତ ତଥ୍ୟ ପୁସ୍ତିକା ପ୍ରଦାନ କରାଯିବ ବୋଲି କହିଥିଲେ।

1 month ago
12


