Terrorist Attack: ଆଫଗାନ୍‌ ସୀମାରେ ପାକିସ୍ତାନ ପୁଲିସ ପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ: ୧୧ ସୁରକ୍ଷାକର୍ମୀ ମୃତ

3 days ago 2
ARTICLE AD BOX

ଇସଲାମାବାଦ:ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତରେ ଥିବା ହାଙ୍ଗୁ ଜିଲ୍ଲାରେ ଖାଜିନା ପୁଲିସ ପୋଷ୍ଟ ଉପରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୧୧ ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ୨୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ସୁରକ୍ଷା ବାହିନୀ ଉପରେ ସିରିଜ୍ ଆକ୍ରମଣ

ଘଣ୍ଟାଏ ଧରି ଗୁଳିବିନିମୟରେ ପନ୍ଦର ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ। ଆତଙ୍କବାଦୀ ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି ବୋଲି ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ କରିଛି। ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ସନ୍ଦେହ ଘେରକୁ ଆସିଛି। କାରଣ ଟିଟିପି ଗତ କିଛି ମାସ ମଧ୍ୟରେ ଏହି ଅଞ୍ଚଳରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ସିରିଜ୍ ଆକ୍ରମଣ କରିଛି। ପାକିସ୍ତାନ ପୁଲିସ ଅଧିକାରୀ ମଧ୍ୟ ଟିଟିପିକୁ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ କରିଛନ୍ତି। ପୁଲିସ ଚେକ୍‌ ପୋଷ୍ଟ ଉପରେ ଆକ୍ରମଣ ପରେ ତୁରନ୍ତ ଅଧିକ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ସହାୟତା ପାଇଁ ପହଞ୍ଚି ଥିଲା ବୋଲି ପୁଲିସ ଇନ୍ସପେକ୍ଟର ଜେନେରାଲ ଜୁଲଫିକର ହମିଦ କହିଛନ୍ତି। ତେବେ ଅତିରିକ୍ତ ସୁରକ୍ଷାବଳ ନେଇ ଆସୁଥିବା ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା।
ପୁଲିସ କହିଛି ଯେ, ଆତଙ୍କବାଦୀମାନେ ଭାରୀ ଅସ୍ତ୍ରଶସ୍ତ୍ର ସହିତ ପୁଲିସ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ବିବୃତି ଅନୁଯାୟୀ, ଘଟଣାସ୍ଥଳକୁ ପଠାଯାଇଥିବା ସୁରକ୍ଷାବଳ ଉପରେ ଆକ୍ରମଣ କରାଯାଇଥିଲା, ଏଥିରେ ଗୋଟିଏ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା।

PM Modi: ପ୍ରଧାନମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ମାମଲା: ମେଟା ଇଣ୍ଡିଆ ମୁଖ୍ୟ ଓ ଏକାଧିକ ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ମାମଲା ରୁଜୁ

ଖାଇବର ପଖତୁନଖ୍ୱାର ଟାଙ୍କ ଜିଲ୍ଲାରେ ଅଜ୍ଞାତ ଆତଙ୍କବାଦୀମାନେ ଆଉ ଏକ ଚେକ୍ ପଏଣ୍ଟ ଉପରେ ଆକ୍ରମଣ କରିବାର କିଛି ଦିନ ପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ହାଙ୍ଗୁ ଚେକ୍‌ ପୋଷ୍ଟ ଉପରେ ଆକ୍ରମଣକୁ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଓ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ନିନ୍ଦା କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି ଯେ, ଗୃହମନ୍ତ୍ରୀ ମୋହସିନ ନକଭି ମଧ୍ୟ ଆକ୍ରମଣକୁ ନିନ୍ଦା କରିଛନ୍ତି ଓ ଖାଇବର ପଖତୁନଖ୍ୱା ଓ ବେଲୁଚିସ୍ତାନର ବର୍ତ୍ତମାନର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଆତଙ୍କବାଦ ବିରୋଧରେ ଚାଲିଥିବା ପଦକ୍ଷେପ ବିଷୟରେ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କୁ ଅବଗତ କରାଇବାକୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.