ARTICLE AD BOX
ଲଣ୍ଡନ୍:ୱିମ୍ବଲଡନ୍ ଗ୍ରାଣ୍ଡ୍ ସ୍ଲାମ ଟେନିସ୍ ପ୍ରତିଯୋଗିତା ଶେଷ ହେବା ପରେ ଏହାର ପରମ୍ପରାକୁ ବଜାୟ ରଖି ସୋମବାର ରାତିରେ ‘ଚାମ୍ପିଅନ୍ସ ବଲ୍ ଡ୍ୟାନ୍ସ’ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି। ଏଥର ନୂଆ ମହିଳା ବିଜୟିନୀ ଚେକ୍ ରିପବ୍ଲିକ୍ର ଲିଣ୍ଡା ନୋସ୍କୋଭା ଏବଂ ଦ୍ବିତୀୟ ଥର ଏଠାରେ ଟ୍ରଫି ତୋଳି ଧରିଥିବା ଇଟାଲିର ୟାନିକ ସିନ୍ନରଙ୍କ ନୃତ୍ୟ ପ୍ରଶଂସକଙ୍କୁ ଭାରି ପସନ୍ଦ ଲାଗିଛି।
‘ଚାମ୍ପିଅନ୍ ବଲ୍ ଡ୍ୟାନ୍ସ’କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ପରମ୍ପରା
ଏହି ଖବର ପ୍ରକାଶିତ ହେବା ପରେ ପ୍ରଶଂସକମାନେ ଏହାକୁ ଖୁବ ଭାଇରାଲ କରିଛନ୍ତି ବାସ୍ତବରେ ୱିମ୍ବଲଡନ୍ର ‘ଚାମ୍ପିଅନ୍ ବଲ୍ ଡ୍ୟାନ୍ସ’କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ପରମ୍ପରା ଭାବେ ବିବେଚନା କରାଯାଇଥାଏ। ପ୍ରତିଯୋଗିତା ଶେଷରେ ଏହାର ପୁରୁଷ ଓ ମହିଳା ଏକକ ବିଜୟନୀ ଏକାଠି ବଲ୍ ଡ୍ୟାନ୍ସ କରିଥାନ୍ତି। କ୍ରମାଗତ ଦ୍ବିତୀୟ ବର୍ଷ ସିନ୍ନର ଏହି ଟ୍ରଫି ଜିତିବା ପରେ ନୃତ୍ୟ ସମୟରେ ଅଧିକ ସହଜ ମନେ ହେଉଥିଲେ। ବିଶ୍ବର ଦଶମ ଖେଳାଳି ଭାବେ ୨୪ ବର୍ଷୀୟ ସିନ୍ନର ୱିମ୍ବଲଡନ୍ ଟ୍ରଫି ବଜାୟ ରଖିଥିଲେ। ଅନ୍ୟପକ୍ଷରେ ୨୧ ବର୍ଷୀୟା ନୋସ୍କୋଭା ୨୦୧୧ ମସିହାରେ ପେତ୍ରା କ୍ବିତୋଭାଙ୍କ ପରେ ସର୍ବକନିଷ୍ଠା ଭାବେ ୱିମ୍ବଲଡନ୍ ଟ୍ରଫି ଜିତିଛନ୍ତି।
Sonam Wangchuk: ସୋନମ ୱାଙ୍ଗଚୁକଙ୍କ ଅନଶନ ୧୭ ଦିନରେ: ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ଅନଶନ ଭାଙ୍ଗିବାକୁ ବଢୁଛି ଚାପ

3 weeks ago
10


