Taslima Nasreen: ୧୯ ବର୍ଷ ପରେ କୋଲକାତା ଫେରିଲେ ତସ୍‌ଲିମା ନସରିନ୍‌

3 days ago 1
ARTICLE AD BOX

କୋଲକାତା: ନିର୍ବାସିତ ବାଂଲାଦେଶୀ ଲେଖିକା ତସ୍‌ଲିମା ନସରିନ୍‌ ୧୯ ବର୍ଷ ପରେ ଶୁକ୍ରବାର କୋଲକାତା ଫେରିଛନ୍ତି। ତାଙ୍କ ବିବାଦୀୟ ପୁସ୍ତକ ''ଦ୍ୱିଖୋଣ୍ଡିତୋ'' ଉପରେ ବିରୋଧ ପ୍ରଦର୍ଶନ ପରେ ତସଲିମା କୋଲକାତା ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପଶ୍ଚିମବଙ୍ଗର ରାଜଧାନୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ନସରିନ୍‌ କହିଥିଲେ, ମୋତେ ଏଠାରେ ବହୁତ ଭଲ ଲାଗୁଛି।୨୦୦୭ ମସିହା ପ‌ରେ ଏହା ହେଉଛି କୋଲକାତାରେ ତସଲିମାଙ୍କର ପ୍ରଥମ ସାର୍ବଜନୀନ ଉପସ୍ଥିତି। ଏହାର ଦଶନ୍ଧି ପୂର୍ବେ ତାଙ୍କୁ ବାଂଲାଦେଶ ଛାଡିବାକୁ ପଡ଼ିଥିଲା। ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ୨୦୦୩ ମସିହାରେ ତତ୍କାଳୀନ ସିପିଏମ୍‌ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ତାଙ୍କ ପୁସ୍ତକକୁ ନିଷିଦ୍ଧ କରିଥିଲେ। ୬୩ ବର୍ଷୀୟ ଏହି ପ୍ରଖ୍ୟାତ ଲେଖିକା ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି। ଆସନ୍ତାକାଲି ନସରିନ୍‌ ରବୀନ୍ଦ୍ର ସଦନରେ ମୌଳବାଦ ବିରୋଧରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ପ୍ରସିଦ୍ଧ ଲେଖକ ଶୀର୍ଷେଣ୍ଡି ମୁଖୋପାଧ୍ୟାୟ ମଧ୍ୟ ଯୋଗ ଦେଇପାରନ୍ତି।

କୋଲକାତାରେ ପହଞ୍ଚିବା ପରେ ତସଲିମା କହିଛନ୍ତି, ମୁଁ କେବେ ଇଚ୍ଛାରେ କୋଲକାତା ଛାଡି ନଥିଲି; ତତ୍କାଳୀନ ପଶ୍ଚିମବଙ୍ଗ ସରକାର ମୋତେ ରାଜ୍ୟ ଛାଡିବାକୁ ବାଧ୍ୟ କରିଥିଲେ। ଅନ୍ୟପକ୍ଷରେ ତସଲିମାଙ୍କ ଗସ୍ତ ଖବର ରାଜନୈତିକ ବିବାଦ ସୃଷ୍ଟି କରିଛି। ତୃଣମୂଳ କଂଗ୍ରେସ ବିଧାୟକ ଅଖରୁଜମାନ କହିଛନ୍ତି ଯେ, ଲେଖିକା ପ୍ରାୟତଃ ମୁସଲମାନମାନଙ୍କ ବିରୋଧରେ କୁହନ୍ତି, ସେଥିପାଇଁ ଡବଲ-ଇଞ୍ଜିନ୍ ସରକାର ତାଙ୍କୁ ସ୍ୱାଗତ କରୁଛନ୍ତି। ପଶ୍ଚିମବଙ୍ଗ ମନ୍ତ୍ରୀ ଅଗ୍ନିମିତ୍ର ପଲ୍‌ ତସଲିମାଙ୍କ ଗସ୍ତକୁ ଜୋରଦାର୍‌ ସ୍ୱାଗତ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.