Tanishq: ତନିସ୍କର ହୀରା ଏକ୍ସପର୍ଟାଇଜ୍‌ ସେଣ୍ଟର୍‌

3 days ago 1
ARTICLE AD BOX

ଭୁବନେଶ୍ବର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ରାଜ୍ୟର ତିନିଟି ଷ୍ଟୋର୍‌ ଭୁବନେଶ୍ବରର ଚନ୍ଦ୍ରଶେଖରପୁର, କଟକର ସିଡିଏ ଓ କିଶୋର ହାଉସ୍‌ କ୍ୟାଣ୍ଟନ୍‌ମେଣ୍ଟ୍‌ରେ ହୀରା ଏକ୍ସପର୍ଟାଇଜ୍‌ ସେଣ୍ଟର (ଡିଏକ୍ସସି) ଆରମ୍ଭ କରାଯାଇଛି। ଏହା ଜରିଆରେ ଗ୍ରାହକମାନେ ଏକ ପରିବର୍ତ୍ତିତ ଓ ସ୍ବଚ୍ଛ ହୀରା କ୍ରୟ ଅନୁଭୂତି ପାଇପାରିବେ। ଆଧୁନିକ ମୂଲ୍ୟାଙ୍କନ ଟୁଲ ଓ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଜରିଆରେ ଗ୍ରାହକମାନେ ପ୍ରାକୃତିକ ହୀରାକୁ ଭଲ ଭାବେ ବୁଝିପାରିବେ। ତନିସ୍କ ଷ୍ଟୋର୍‌ଗୁଡ଼ିକରେ ପ୍ରାକୃତିକ ହୀରା ଗହଣା ସମ୍ଭାର ‘ସୋଲ୍ସ ଇନ୍‌ ସି‌ମ୍ଫୋନି’ ରହିଛି ଗ୍ରାହକମାନେ ତନିସ୍କର ପ୍ରାକୃତିକ ରତ୍ନପଥର ଗହଣା ସମ୍ଭାର ‘ହ୍ୟୁଜ୍‌’କୁ ଦେଖିପାରିବେ।

Flood: ଦଶରଥପୁରରେ ଭିନ୍ନ ଦୃଶ୍ୟ: ଦୁଇ ରୋଗୀଙ୍କୁ ଧରି ଘାଇ ମୁହଁରେ ବିତୁଛି ଜୀବନ

ପୁରୁଣା ସୁନା ବଦଳରେ ଶୂନ ଡିଡକ୍ସନ 

ପୌରାଣିକ କ୍ଷେତ୍ର ଦ୍ବାରା ଅନୁପ୍ରାଣିତ ‘ମୃଗଙ୍କା’ କଲେକ୍ସନ ମଧ୍ୟ ରହିଛି। ‘ସ୍ରୋତିକା’ ସମ୍ଭାର ଓଡ଼ିଶାର ପ୍ରାକୃତିକ ଜଳାଶୟ, ମନ୍ଦିର କଳା ଓ ପ୍ରବାହିତ ନଦୀଗୁଡ଼ିକର ସୌନ୍ଦର୍ଯ୍ୟକୁ ପାଳନ କରୁଛି। ଏହା ବ୍ୟତୀତ ତନିସ୍କରେ ଆବାହନ, ଦେବ୍ୟାନି, ଷ୍ଟ୍ରିଙ୍ଗ ଇଟ୍‌, ଗ୍ଲାମ୍‌ ଡେଜ୍‌, ଡୋର, ଟେଲ୍‌ସ ଅଫ୍‌ ମିଷ୍ଟିକ୍‌, ରେଡ୍‌ କା‌ର୍ପେଟ୍‌, ଅଭିର ଓ ରିଭାହ ସମ୍ଭାର ମଧ୍ୟ ରହିଛି। ଏହି ଅବସରରେ କମ୍ପାନିର ଆଞ୍ଚଳିକ ମୁଖ୍ୟ ଶାହ ଗୌରବ କ୍ରିଷ୍ଣା କହିଥିଲେ ଯେ ଏହି ସେଣ୍ଟରଗୁଡ଼ିକର ପ୍ରଚଳନ ସହ ଆମେ ପ୍ରାକୃତିକ ହୀରା କ୍ରୟକୁ ଅଧିକ ସ୍ବଚ୍ଛ, ପାରସ୍ପରିକ ଓ ସୂଚନା ପ୍ରଦାନ କରିବା ପାଇଁ ଆଉ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ। ଏହି ଅବସରରେ କମ୍ପାନିର ବିଜନେସ୍‌ ଆସୋସିଏଟ୍‌ ମାଣିକ ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ତନିସ୍କରେ ଗ୍ରାହକମାନେ ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡ୍‌ସରେ ହୀରା ମୂଲ୍ୟ ଉପରେ ୨୦ ପ୍ରତିଶତ ରିହାତି, ପୁରୁଣା ସୁନା ବଦଳ ବେଳେ ଶୂନ ଡିଡକ୍ସନ ସୁବିଧା ପାଇପାରି‌ବେ। ଏହି ଅଫର ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ବୈଧ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.