Tamil Nadu goverment:ଗୋହତ୍ୟା ନିଷେଧ ପ୍ରସଙ୍ଗ: ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କଲେ ତାମିଲନାଡୁ ସରକାର

1 month ago 10
ARTICLE AD BOX

ନୂଆଦିଲ୍ଲୀ: ତାମିଲନାଡୁରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇଥିବା ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସ୍ପେସାଲ୍ ଲିଭ୍ ପିଟିସନ୍ (ଏସ୍‌ଏଲ୍‌ପି)ରେ କୁହାଯାଇଛି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟର ପ୍ରଚଳିତ ଆଇନ ସହ ସଙ୍ଗତିପୂର୍ଣ୍ଣ ନୁହେଁ ଏବଂ ଏହା ଆଦାଲତର କ୍ଷମତା ପରିସରକୁ ଅତିକ୍ରମ କରିଛି।

ଆହୁରି ପଢନ୍ତୁ :Andhrapradesh: ଆନ୍ଧ୍ରପ୍ରଦେଶରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା: ଭୟଙ୍କର ଅଗ୍ନିକାଣ୍ଡରେ ୩ ଜୀବନ୍ତ ଦଗ୍ଧ

ଗତ ମେ ୨୭ ତାରିଖରେ ମାଡ୍ରାସ ହାଇକୋର୍ଟର ବିଚାରପତି ଜିଆର୍‌ ସ୍ୱାମୀନାଥନ ଓ ବିଚାରପତି ଭି ଲକ୍ଷ୍ମୀନାରାୟଣନଙ୍କ ଖଣ୍ଡପୀଠ ଏହି ରାୟ ଦେଇଥିଲେ। ବକ୍ରିଦ୍ ପୂର୍ବରୁ ହିନ୍ଦୁ ମକ୍କଲ କାଚ୍ଚିର ସାଧାରଣ ସମ୍ପାଦକ କେ ସୂର୍ଯ୍ୟ ପ୍ରଶାନ୍ତ ଦାଖଲ କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ସେ କେବଳ ଅନୁମୋଦିତ କଂସେଇଖାନାରେ ପଶୁ ବଧ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ମାଗିଥିଲେ। କିନ୍ତୁ ହାଇକୋର୍ଟ ଏହାଠାରୁ ଆଗକୁ ବଢ଼ି ସମଗ୍ର ରାଜ୍ୟରେ ବକ୍ରିଦ୍ ଦିନ ସହ ଅନ୍ୟ ଯେକୌଣସି ଦିନ ମଧ୍ୟ ଗାଈ ଓ ବାଛୁରି ବଧ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇଥିଲେ।

ଆହୁରି ପଢନ୍ତୁ :Odisha SIR 2026 ଏସ୍‌ଆଇଆର୍‌: ଜୁଲାଇ ୫ ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

ରାଜ୍ୟ ସରକାରଙ୍କ ଦାବି ହେଉଛି, ତାମିଲନାଡୁ ପଶୁ ସଂରକ୍ଷଣ ଆଇନ, ୧୯୫୮ ଅନୁସାରେ ୧୦ ବର୍ଷରୁ ଅଧିକ ବୟସର ଏବଂ କାମ କିମ୍ବା ପ୍ରଜନନ ପାଇଁ ଅଯୋଗ୍ୟ ବୋଲି କର୍ତ୍ତୃପକ୍ଷଙ୍କ ପ୍ରମାଣପତ୍ର ପାଇଥିବା ଗାଈଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତରେ ବଧ କରିବାର ଅନୁମତି ରହିଛି। ଏହାଛଡ଼ା ପଶୁ ନିର୍ଯାତନା ନିବାରଣ ଆଇନ ୧୯୬୦, କଂସେଇଖାନା ନିୟମ ୨୦୦୧, ତାମିଲନାଡୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଆଇନ ୧୯୯୮ ଏବଂ ୨୦୨୩ର ନିୟମାବଳୀରେ ପଶୁ ବଧ ପାଇଁ ବିଭିନ୍ନ ସର୍ତ୍ତ ରହିଛି। କିନ୍ତୁ କୌଣସି ଆଇନରେ ସମ୍ପୂର୍ଣ୍ଣ ନିଷେଧର ବ୍ୟବସ୍ଥା ନାହିଁ। ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସରକାରଙ୍କ ପ୍ରଣୀତ ଆଇନକୁ ପରିବର୍ତ୍ତନ କରିବା ସଦୃଶ ବୋଲି ସରକାର କହିଛନ୍ତି। ଆବେଦନରେ ଆହୁରି କୁହାଯାଇଛି ଯେ, ହାଇକୋର୍ଟ ୧୯୭୬ ମସିହାର ଏକ ସରକାରୀ ଆଦେଶକୁ ଆଧାର କରି ରାୟ ଦେଇଥିଲେ, ଯଦିଓ ସେହି ଆଦେଶର ଏବେ କୌଣସି ବୈଧତା କିମ୍ବା ପ୍ରାସଙ୍ଗିକତା ନାହିଁ।

ଆହୁରି ପଢନ୍ତୁ :Monsoon:ଜୁଲାଇ ୨୦ରୁ ଆରମ୍ଭ ହୋଇପାରେ ମୌସୁମୀ ଅଧିବେଶନ

 ସରକାରଙ୍କ ମତରେ, ଏପରି ଆଦେଶ ବିଧିବଦ୍ଧ ଆଇନକୁ ଅତିକ୍ରମ କରିପାରିବ ନାହିଁ। ସେହିପରି, ହାଇକୋର୍ଟ ମାମଲାରେ ଚାହି ନ ଥିବା ଦାବି ପୂରଣ କରିବା ସହ ରାୟର କେତେକ ଅଂଶ ପରସ୍ପରବିରୋଧୀ ବୋଲି ସରକାର ଦର୍ଶାଇଛନ୍ତି। ସରକାର କହିଛନ୍ତି ଯେ, ପୁଲିସ ପୂର୍ବରୁ ସାର୍ବଜନିକ ସ୍ଥାନରେ ପଶୁ ବଧ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଥିବା ସତ୍ତ୍ୱେ ହାଇକୋର୍ଟ ଭିନ୍ନ ମତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ମାମଲା ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.