Taliban Warns Pakistan: ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଚେତାବନୀ ଦେଲା ତାଲିବାନ

18 minutes ago 1
ARTICLE AD BOX

କାବୁଲ୍:ପାକିସ୍ତାନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପରେ, ଆଫଗାନିସ୍ତାନର ତାଲିବାନ ସରକାର ଇସଲାମାବାଦକୁ ସିଧାସଳଖ ଚେତାବନୀ ଦେଇଛନ୍ତି। ସରକାର କହିଛନ୍ତି, ଯଦି ପାକିସ୍ତାନ ଆତଙ୍କବାଦୀ ଆକ୍ରମଣର ଆଳ ଦର୍ଶାଇ ଆଫଗାନିସ୍ତାନ ଭିତରେ ସାମରିକ କାର୍ଯ୍ୟାନୁଷ୍ଠାନ ଅବା ସର୍ଜିକାଲ ଷ୍ଟ୍ରାଇକ୍ କରେ, ତେବେ ଆମେ ଆମର ଅଞ୍ଚଳ ଏବଂ ସାର୍ବଭୌମତ୍ୱକୁ ରକ୍ଷା କରିବୁ। ତାଲିବାନ ମୁଖପାତ୍ର ଜାବିହୁଲ୍ଲାହ ମୁଜାହିଦ କହିଛନ୍ତି, ଯଦି ଆଫଗାନିସ୍ତାନ ଉପରେ ଆକ୍ରମଣ କରାଯାଏ, ତେବେ ଏହାର ପ୍ରତିଶୋଧ ନେଇ ଆମେ କଡ଼ା ଜବାବ ଦେବୁ। ପାକିସ୍ତାନ ଅଭିଯୋଗ କରିଆସୁଛି ଯେ, ଏହାର ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଆଫଗାନିସ୍ତାନ ମାଟିରୁ କରାଯାଉଛି।

ଉତ୍ତେଜନା ପୁଣି ବିପଜ୍ଜନକ ସ୍ଥିତିରେ

ଫଳସ୍ୱରୂପ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଜାବିହୁଲ୍ଲା ଅଲ ଆରବିଆ ସହିତ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ପାକିସ୍ତାନ ଧାରା ୫୧ ବ୍ୟବହାର କରି ଆଫଗାନିସ୍ତାନ ମାଟି ଉପରେ ଆକ୍ରମଣ କରେ, ତେବେ ଆଫଗାନିସ୍ତାନକୁ ନିଜର ରକ୍ଷା କରିବାର ଅଧିକାର ଅଛି। ଆଫଗାନିସ୍ତାନ ଏହାର ସାର୍ବଭୌମତ୍ୱର କୌଣସି ଉଲ୍ଲଂଘନକୁ ସହ୍ୟ କରିବ ନାହିଁ ଏବଂ ଯେକୌଣସି ସାମରିକ କାର୍ଯ୍ୟାନୁଷ୍ଠାନର କଡ଼ା ଜବାବ ଦେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାର ଅର୍ଥ ହେଉଛି ଯଦି ପାକିସ୍ତାନ ସନ୍ଦେହ କରେ ଯେ, ଆଫଗାନିସ୍ତାନରେ ଥିବା ଆତଙ୍କବାଦୀମାନେ ଆକ୍ରମଣ ପଛରେ ଅଛନ୍ତି। ତେଣୁ ସେମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସୀମା ପାର କରେ, ତେବେ ତାଲିବାନ ଏହାକୁ ଆଫଗାନିସ୍ତାନ ଉପରେ ସିଧାସଳଖ ଆକ୍ରମଣ ବୋଲି ବିବେଚନା କରିବ।

ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର କୋହାଟରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପରେ ଏହି ଚେତାବନୀ ଦିଆଯାଇଛି। ଶୁକ୍ରବାର ଦିନ ଆତଙ୍କବାଦୀମାନେ ପୁରୁଣା ପୁଲିସ ଲାଇନ୍ସ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଥିଲେ। ସେଉଁଠାରେ ଜିଲ୍ଲାସ୍ତରୀୟ ପୋଲିସ ମୁଖ୍ୟାଳୟ ଏବଂ ଆତଙ୍କବାଦ ବିରୋଧୀ ବିଭାଗ ଏବଂ ସ୍ୱତନ୍ତ୍ର ଶାଖା ସମେତ ଅନେକ ପୁଲିସ ୟୁନିଟର କାର୍ଯ୍ୟାଳୟ ଅବସ୍ଥିତ। ସର୍ବଶେଷ ସଂଖ୍ୟା ଅନୁଯାୟୀ, ଆକ୍ରମଣରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୬ ଜଣ ପୁଲିସ କର୍ମଚାରୀ ମଧ୍ୟ ଅଛନ୍ତି। ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଅନୁଯାୟୀ, ଆକ୍ରମଣ ପରେ ମଧ୍ୟ କିଛି ଆତଙ୍କବାଦୀ କମ୍ପ୍ଲେକ୍ସର ସ୍ୱତନ୍ତ୍ର ଶାଖା ସେକ୍ସନରେ ଲୁଚି ରହିଥିଲେ। ସୁରକ୍ଷା ବାହିନୀ ସେମାନଙ୍କର ମୁକାବିଲାରେ ନିୟୋଜିତ ଥିଲେ।

Sanctions Bill: ରୁଷ ଉପରେ କଟକଣା ବିଲ୍: ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ଜେଲେନସ୍କି

ପାକିସ୍ତାନ ଦୀର୍ଘ ଦିନ ଧରି ଅଭିଯୋଗ କରିଆସୁଛି ଯେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ସଦସ୍ୟମାନେ ଆଫଗାନିସ୍ତାନରେ ବସି ପାକିସ୍ତାନରେ ଆକ୍ରମଣ ଯୋଜନା କରୁଛନ୍ତି। ଇସଲାମାବାଦ ଦାବି କରୁଛି, ତାଲିବାନ ସରକାର ଏହି ବ୍ୟକ୍ତିମାନଙ୍କୁ ରୋକିବାରେ ବିଫଳ ହୋଇଛନ୍ତି। ସରକାର ସେମାନଙ୍କୁ ଆଫଗାନ ମାଟି ବ୍ୟବହାର କରିବାକୁ ଦେଉଛି। ତେବେ ତାଲିବାନ ଏହି ଅଭିଯୋଗଗୁଡ଼ିକୁ ନିରନ୍ତର ପ୍ରତ୍ୟାଖ୍ୟାନ କରିଆସୁଛି। ମୁଜାହିଦ ଏହା ମଧ୍ୟ କହିଛନ୍ତି, ପାକିସ୍ତାନ ନିଜ ସୁରକ୍ଷା ସମସ୍ୟାର ସମାଧାନ କରିବା ଉଚିତ୍। ସେ ଯୁକ୍ତି ଦେଇଛନ୍ତି, ତାଲିବାନ କ୍ଷମତାକୁ ଆସିବା ପୂର୍ବରୁ ଟିଟିପି ଏବଂ ବାଲୁଚ୍ ସଂଗଠନ ମଧ୍ୟରେ ମୁହାଁମୁହିଁ ସ୍ଥିତି ରହିଥିଲା। ଏଥିରେ ଆମ ସରକାରଙ୍କର କୌଣସି ସମ୍ପୃକ୍ତି ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.