T20: ପୁଣି ବିଫଳ ସାମସନ, ଟି-୨୦ ଦଳରେ ସ୍ଥାନକୁ ନେଇ ପ୍ରଶ୍ନ

3 days ago 6
ARTICLE AD BOX

ନୂଆଦିଲ୍ଲୀ:ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ରେ ପୁଣି ବିଫଳ ହୋଇଛନ୍ତି ସଞ୍ଜୁ ସାମସନ। ରବିବାର ସେ ମାତ୍ର ୮ ବଲ୍‌ରୁ ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହା ପରେ ଭାରତୀୟ ଟି-୨୦ ଦଳରେ ତାଙ୍କ ସ୍ଥାନକୁ ନେଇ ପୁଣି ପ୍ରଶ୍ନ ଉଠିଛି। ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପଛରେ ପକାଇ ସାମସନଙ୍କୁ ଏହି ମ୍ୟାଚ୍‌ରେ ସୁଯୋଗ ମିଳିଥିଲା। କୋଚ୍‌ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶ୍ରେୟସ ଆୟରଙ୍କ ସମର୍ଥନ ମଧ୍ୟ ତାଙ୍କ ପଛରେ ଥିଲା ବୋଲି କୁହାଯାଉଛି। କିନ୍ତୁ ସାମସନ ସୁଯୋଗର ସଦୁପଯୋଗ କରିପାରିନଥିଲେ। ଏହା ପରେ ଦଳରେ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ କରିଛି। ଏହା ପୂର୍ବରୁ ଜିମ୍ବାୱେ ବିପକ୍ଷ ସିରିଜ୍‌ରେ ସାମସନଙ୍କୁ ବିଶ୍ରାମ ଦିଆଯାଇ ବୈଭବଙ୍କୁ ସାମିଲ କରାଯାଇଥିଲା।

ଆଗାମୀ ମ୍ୟାଚ୍‌ରେ ସାମସନଙ୍କ ପ୍ରଦର୍ଶନ ଉପରେ ନଜର

ସଂଜୁଙ୍କୁ ସମାଲୋଚନା କରି ପୂର୍ବତନ ଭାରତୀୟ ବ୍ୟାଟର ସଞ୍ଜୟ ମଞ୍ଜରେକର କହିଛନ୍ତି ଯେ ସାମସନ ନିଜ ପାଇଁ ନିଜେ ସୁଯୋଗ ସୃଷ୍ଟି କରୁନାହାନ୍ତି। ସେ ବେଶ୍‌ ଅସ୍ଥିର। ସୋସିଆଲ ମିଡିଆରେ କିଛି ପ୍ରଶଂସକ ମଧ୍ୟ ତାଙ୍କୁ ଅବସର ନେବାକୁ କହିଛନ୍ତି। ସବୁବେଳେ ପୁଲ୍‌ ସଟ୍‌ ଖେଳି ଆଉଟ ହେଉଥିବାକୁ ନେଇ କେତେକ ପ୍ରଶଂସକ ସମାଲୋଚନା କରିଛନ୍ତି। ଏପରି ସ୍ଥିତିରେ ଏବେ ଆଗାମୀ ମ୍ୟାଚ୍‌ରେ ସାମସନଙ୍କ ପ୍ରଦର୍ଶନ ଉପରେ ନଜର ରହିବ।

Marriage: ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ଜେମିମା ଛାଡ଼ପତ୍ରର ୨୨ ବର୍ଷ ପରେ ପୁଣି ପାଲଟିଲେ ନବବଧୂ

Read Entire Article
LEFT SIDEBAR AD

Hidden in mobile, Best for skyscrapers.