T20: ଦ୍ବିତୀୟ ଟ୍ବେଣ୍ଟି-୨୦: ଆଗୁଆ ଶୃଙ୍ଖଳା ଜିତିଲା ଭାରତ, ହାରିଲା ଆଫଗାନିସ୍ତାନ

1 day ago 1
ARTICLE AD BOX

ନୂଆଦିଲ୍ଲୀ: ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଖେଳାଯାଇଥିବା ଆଫ୍‌ଗାନିସ୍ତାନ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଭାରତ ୭ ୱିକେଟ୍‌ରେ ଜିତି ନେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ‌ଶୃଙ୍ଖଳାକୁ ଶ୍ରେୟସ ଆୟରଙ୍କ ଦଳ ୨-୦ରେ ଆଗୁଆ କବ୍‌ଜା କରି ନେଇଛି। ଶେଷ ତଥା ତୃତୀୟ ମ୍ୟାଚ୍‌ ଗୁରୁବାର ଖେଳାଯିବ। ମଙ୍ଗଳବାର ୧୬୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ପାଇଁ ଦୁଇ ଓପନର୍‌ ସଂଜୁ ସାମ୍‌ସନ୍‌ ଓ ଅଭିଷେକ ଶର୍ମା ଭଲ ଆରମ୍ଭ ଦେଇଥିଲେ। ଉଭୟ ପାୱର ପ୍ଲେରେ ୮୨ ରନ୍‌ ଯୋଡ଼ିଥିଲେ। ତେବେ ଏହା ପରେ ଅଭିଷେକ (୩୯, ୧୯ ବଲ୍‌, ୨ ଚୌକା, ୪ ଛକା)ଙ୍କୁ ରସିଦ ଖାନ୍‌ ପ୍ୟାଭିଲିୟନ୍‌ ପଠାଇଥିଲେ। ସଂଜୁ (୫୭, ୨୨ ବଲ୍‌, ୭ ଚୌକା, ୪ ଛକା) ଏହି ଓଭରରେ ଲଗାତାର ଚୌକା ଓ ଛକା ମାରି ନିଜ ଅର୍ଦ୍ଧଶତକ ପୂରଣ କରିବା‌ ପରେ ଶେଷ ବଲ୍‌ରେ ଆଉଟ୍‌ ହୋଇଥିଲେ। ଏହାପରେ ‌ଈଶାନ କିଶନ ଓ ଆୟର ପାଳିକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର୍‌ ୧୨୩ ଥିଲା ବେଳେ ଆୟର (୧୧)ଙ୍କୁ ରସିଦ ଆଉଟ୍‌ କରି ଦେଇଥିଲେ। ଶେଷରେ ଈଶାନ (୩୮*, ୨୩ ବଲ୍‌, ୩ ଚୌକା, ୨ ଛକା) ଓ ତିଳକ ବର୍ମା (୧୪ ବଲ୍‌ରୁ ୧୫* ରନ୍‌) ଅପରାଜିତ ରହି ଦଳକୁ ୩୧ ବଲ୍‌ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ୨୪ ରନ୍‌ରେ ୩ ୱିକେଟ୍‌ ନେଇଥିବା ନୀତୀଶ କୁମାର ରେଡ୍ଡୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’

ପୂର୍ବରୁ ଟସ୍‌ ହାରି ବ୍ୟାଟିଂ କରିଥିବା ଆଫ୍‌ଗାନିସ୍ତାନ ପ୍ରଥମ ମ୍ୟାଚ୍‌ ଭଳି ସ୍କୋର୍‌ କାର୍ଡରେ ରନ୍‌ ‌‌‌ଯୋଡ଼ିବା ପୂର୍ବରୁ ଓପନର୍‌ ରହମନୁଲ୍ଲା ଗୁରବାଜ (୦)ଙ୍କୁ ହରାଇଥିଲା। ମ୍ୟାଚ୍‌ର ପ୍ରଥମ ଓଭର ଯଶପ୍ରୀତ ବୁମ୍‌ରା ମେଡେନ୍‌ ନେଇଥିଲେ। ଦ୍ବିତୀୟ ଓଭରରେ ବୋଲିଂକୁ ଆସିଥିବା ଅର୍ଶଦୀପଙ୍କ ତୃତୀୟ ବଲ୍‌ରେ ରବି ବିଷ୍ଣୋଇଙ୍କ ହାତରେ ଧରାପଡ଼ି ଗୁରବାଜ ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ଇବ୍ରାହିମ ଜଦ୍ରାନ ଓ ସେଦିକୁଲ୍ଲା ଅଟଳ ଅର୍ଦ୍ଧଶତକୀୟ ଭାଗୀଦାର ଗଢ଼ି ଦଳକୁ ଆଗକୁ ନେଇଥିଲେ। ଜଦ୍ରାନ (୩୭ ରନ୍‌) ପିଚ୍‌ରେ ଜମି ଆସୁଥିବା ବେଳେ ନୀତୀଶ କୁମାର ରେଡ୍ଡୀଙ୍କ ବଲ୍‌ରେ ବିଷ୍ଣୋଇଙ୍କ ହାତରେ ଧରିପଡ଼ିଥିଲେ। ତେବେ ଲଗାତାର ୱିକେଟ୍‌ ହରାଉଥିବା ବେଳେ ଦରୱିସ ରସୁଲି (୧୫ ବଲ୍‌ରୁ ୨୬ ରନ୍‌) ବିସ୍ପୋରକ ପାଳି ଖେଳିବାଳୁ ଦଳ ୧୪ ଓଭରରେ ୧୦୦ ରନ୍‌ କରିଥିଲା। ୧୫ତମ ଓଭରର ପ୍ରଥମ ବଲ୍‌ରେ ରସୁଲିଙ୍କୁ ଅର୍ଶଦୀପ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ ମହମ୍ମଦ ନବି (୨୦) ଓ ରସିଦ ଖାନ (୨୮) ସପ୍ତମ ୱିକେଟ୍‌ରେ ୪୮ ରନ୍‌ ଯୋଡ଼ିଥିଲେ। ୨ ବଲ୍‌ ବ୍ୟବଧାନରେ ଉଭୟ ଆଉଟ୍‌ ହୋଇଥିଲେ। ଫଳରେ ଦଳ ୧୫୯/୮ରେ ଅଟକି ଯାଇଥିଲା। 

AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ

ସଂକ୍ଷିପ୍ତ ସ୍କୋର୍‌: ଆଫଗାନିସ୍ତାନ ୨୦ ଓଭରରେ ୧୫୯/୮ (ଇବ୍ରାହିମ ଜଦ୍ରାନ ୩୭, ରସିଦ ଖାନ ୨୮, ଦରୱିସ ରସୁଲି ୨୬, ନୀତୀଶ କୁମାର ରେଡ୍ଡୀ ୩/୨୪, ଅର୍ଶଦୀପ ସିଂହ ୨/୩୫)। ଭାରତ ୧୪.୫ ଓଭରରେ ୧୬୩/୩ (ସଂଜୁ ସାମ୍‌ସନ୍‌ ୫୭, ଅଭିଷେକ ଶର୍ମା ୩୯, ଈଶାନ କିଶନ ୩୮*, ରସିଦ ଖାନ ୩/୩୬)।

Read Entire Article
LEFT SIDEBAR AD

Hidden in mobile, Best for skyscrapers.