ARTICLE AD BOX
ଭାନ୍କୌଭର: ସ୍ବିଜରଲାଣ୍ଡ ଚଳିତ ଫିଫା ବିଶ୍ବକପ୍ର ରାଉଣ୍ଡ-୧୬ରେ ପ୍ରବେଶ କରିଛି। ଶୁକ୍ରବାର ସ୍ଥାନୀୟ ବିସି ପ୍ଲେସ୍ରେ ଖେଳାଯାଇଥିବ ରାଉଣ୍ଡ-୩୨ ମୁକାବିଲାରେ ଏହି ଦଳ ୨-୦ ଗୋଲ୍ରେ ଆଲ୍ଜେରିଆକୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛି। ମ୍ୟାଚ୍ର ଦଶମ ମିନିଟ୍ରେ ବ୍ରିଲ ଏମ୍ବୋଲୋଙ୍କ ଗୋଲ୍ରେ ସ୍ବିଜରଲାଣ୍ଡ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ସେ ଜୋହାନ ମାଞ୍ଜାବିଙ୍କ ପାସ୍ରେ ଏହି ଗୋଲ୍ କରିଥିଲେ।
Womens T20: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍: ଫାଇନାଲ୍ରେ ଇଂଲଣ୍ଡ
ଆଲ୍ଜେରିଆକୁ କୌଣସି ସୁଯୋଗ ଦେଇନଥିଲେ
ଏହି ଗୋଲ୍ ବଳରେ ପ୍ରଥମାର୍ଦ୍ଧକୁ ନିଜ ନିୟନ୍ତ୍ରଣରେ ରଖିଥିଲା ସ୍ବିଜରଲାଣ୍ଡ। ସେହିପରି ଦ୍ବିତୀୟାର୍ଦ୍ଧ ଆରମ୍ଭର ୪୭ ସେକେଣ୍ଡରେ ସ୍ବିଜରଲାଣ୍ଡ ଆଉ ଏକ ଗୋଲ୍ ଲଦି ୨-୦ରେ ଆଗୁଆ ହୋଇଯାଇଥିଲା। ଏହି ଗୋଲ୍ଟି ଡାନ୍ ଏନ୍ଡୋୟ (୪୬ ମିନିଟ୍) ଦେଇଥିଲେ। ଏହି ଦୁଇ ଗୋଲ୍ ପରେ ସ୍ବିଜରଲାଣ୍ଡ ରକ୍ଷଣାତ୍ମକ ଖେଳ ଖେଳି ଆଲ୍ଜେରିଆକୁ କୌଣସି ସୁଯୋଗ ନ ଦେଇ ବିଜୟ ମୁଣ୍ଡି ମାରିଥିଲା। ବ୍ରିଲ ଏମ୍ବୋଲୋ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

1 month ago
14


