Suryabanshi Suraj: ତିହିଡ଼ିରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

3 days ago 1
ARTICLE AD BOX

ଭଦ୍ରକ/ ତିହିଡି:  ଭଦ୍ରକ ଜିଲ୍ଲାର ବୈତରଣୀ ଓ ସାଳନ୍ଦୀ ନଦୀର ପ୍ରଳୟଙ୍କରୀ ବନ୍ୟାରେ  ଧାମନଗର ଓ ତିହିଡ଼ିରେ ବନ୍ୟା ପରିସ୍ଥିତି ସଙ୍ଗୀନ ରହିଥିବା ବେକେ ତିହିଡି ବ୍ଲକର  ୧୫ ପଞ୍ଚାୟତ ଓ  ଧାମନଗର ବ୍ଲକର ୩୦ ପଞ୍ଚାୟତ ଏବେ ଜଳବନ୍ଦୀରେ ରହିଛି।  ଏହି ଦୁଇ ବ୍ଲକର  ୨୧୫ ଗାଁ ଏବେ ବନ୍ୟା ଘେରରେ ରହିଛି। ଏହି ସବୁ ଅଞ୍ଚଳରେ ବନ୍ୟା  ମୁକାବିଲା ପାଇଁ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗତ ୩ ଦିନ ହେଲା ବିଭିନ୍ନ ବନ୍ୟା ଅଞ୍ଚଳ ବୁଲିବା ସହ  ବିପନ୍ନ ଲୋକଙ୍କ  ସମସ୍ୟା ବୁଝୁଛନ୍ତି ।  

Wild Boar Attack: ବାରହା ଆକ୍ରମଣରେ ୩ ଗୁରୁତର

ମନ୍ତ୍ରୀଙ୍କ ଓଏସଡି ନୀତୀଶ ତ୍ରିପାଠୀ ବିଭାଗୀୟ ଅଧୀକାରୀଙ୍କ ସହ ସମନ୍ବୟ ରକ୍ଷା କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି। ଜଳବନ୍ଦୀ ଲୋକଙ୍କ ପାଖରେ ଯେମିତି ଶୁଖୁଲା ଖାଦ୍ୟ, ରନ୍ଧା ଖାଦ୍ୟ ଓ ପାନୀୟ ଜଳ ପହଞ୍ଚି ପାରିବ ସେନେଇ ପଦକ୍ଷେପ ନେଉଛନ୍ତି। ତା ସହ ଜଳମଗ୍ନ ଅଞ୍ଚଳରେ ଥ‌ିବା ସ୍ବାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରଗୁଡ଼ିକରେ ସାପ କାମୁଡ଼ା ଇଂଜେକସନ ଗଛିତ ରଖିବାକୁ ସମସ୍ତ ଅଧୀକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଉଛନ୍ତି। ଆଜି ତିହିଡି ବ୍ଲକର ବିଭିନ୍ନ ବନ୍ୟା  ଅଞ୍ଚଳ ବୁଲିବା ପରେ ତିହିଡି ପଞ୍ଚାୟତ ସେମିତି କାର୍ଯ୍ୟଳୟ ପରିସରରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ମନ୍ତ୍ରୀ  ସମୀକ୍ଷା ବୈଠକ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.