‘Suraksha Setu’ Manual ଓଡ଼ିଶାରେ ଶିଳ୍ପ ସୁରକ୍ଷା ନିମନ୍ତେ ମାର୍ଗଦର୍ଶିକା ‘ସୁରକ୍ଷା ସେତୁ’ ଉନ୍ମୋଚିତ

1 week ago 7
ARTICLE AD BOX

ଭୁବନେଶ୍ୱର:  ଓଡ଼ିଶାର ବିଭିନ୍ନ କାରଖାନାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ଓ ଦୁର୍ଘଟଣା ନିବାରଣ ବ୍ୟବସ୍ଥାକୁ ସକ୍ରିୟ କରିବା ପାଇଁ ରାଜ୍ୟ ସରକାର ଏକ ମାର୍ଗଦର୍ଶିକା ’ସୁରକ୍ଷା ସେତୁ: ଇଣ୍ଡଷ୍ଟ୍ରିଆଲ୍ ସେଫ୍ଟି ଆଣ୍ଡ୍ ରିସ୍କ୍ ମ୍ୟାନେଜମେଣ୍ଟ ମାନୁଆଲ୍‌’ ପ୍ରକାଶ କରିଛନ୍ତି। 

ଆଜି (ମଙ୍ଗଳବାର) ଏହି ମାର୍ଗଦର୍ଶିକା ଉନ୍ମୋଚିତ ହୋଇଥିଲା। ଏଥିରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। 

United Nations: ଜଳବାୟୁ ସଙ୍କଟ ନେଇ ଚେତାବନୀ ଦେଲା ଜାତିସଂଘ

ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ, ସୁରକ୍ଷା ସମ୍ପର୍କିତ ଜ୍ଞାନ ଓ ସଚେତନତାର ବ୍ୟାପକ ପ୍ରସାର ଦ୍ୱାରା ଶିଳ୍ପ ପ୍ରତିଷ୍ଠାନ, ଶ୍ରମିକ ଓ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଅସୁରକ୍ଷିତ କାର୍ଯ୍ୟ ଓ ପରିସ୍ଥିତିଗୁଡ଼ିକୁ ଦୂର କରିପାରିବେ।  ରାଜ୍ୟରେ ଶୂନ୍ୟ ଶିଳ୍ପ ଦୁର୍ଘଟଣା ଲକ୍ଷ୍ୟ ହାସଲ କରିବାରେ ସମସ୍ତ ଅଂଶୀଦାରଙ୍କ ସକ୍ରିୟ ସହଭାଗିତା ଗୁରୁତ୍ୱପୂର୍ଣ୍ଣ ଅଟେ। ରାଜ୍ୟର ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଏହି ମାର୍ଗଦର୍ଶିକାରୁ ନିଶ୍ଚିତ ଭାବେ ଲାଭାନ୍ୱିତ ହେବା ସହ ଏଥିରେ ଉଲ୍ଲେଖିତ ସୁରକ୍ଷା ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରି ନିଜ କାର୍ଯ୍ୟସ୍ଥଳର ସୁରକ୍ଷାରେ ଉନ୍ନତି ଆଣିବେ ବୋଲି ସେ ଆଶା କରୁଛନ୍ତି। 

climate resilience Odisha ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ ଯୁବପିଢ଼ି: ରାଜ୍ୟପାଳ

ସୁରକ୍ଷା ସେତୁ’ ମାର୍ଗଦର୍ଶିକାରେ କାର୍ଯ୍ୟସ୍ଥଳ ସୁରକ୍ଷା, ବିପଦ ଚିହ୍ନଟ, ବିପଦ ଆକଳନ, ସୁରକ୍ଷିତ କାର୍ଯ୍ୟପଦ୍ଧତି, ଦୁର୍ଘଟଣା ନିବାରଣ ଏବଂ ଜରୁରୀକାଳୀନ ପ୍ରସ୍ତୁତି ସମ୍ପର୍କିତ ପ୍ରମୁଖ ନୀତି ଓ ପ୍ରଚଳିତ ପଦ୍ଧତିଗୁଡ଼ିକୁ ସରଳ ଏବଂ ସହଜବୋଧ୍ୟ ଭାବେ ସ୍ଥାନିତ କରାଯାଇଛି।

ଉନ୍ମୋଚନ କାର୍ଯ୍ୟକ୍ରମରେ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଡୋଡ୍ଡା ଭେଙ୍କଟ ସ୍ୱାମୀ, ଶ୍ରମ ଆୟୁକ୍ତ, ଓଡ଼ିଶା ତଥା କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଉପନିର୍ଦ୍ଦେଶକ (ସୁରକ୍ଷା) ମଳୟ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.